Advertisement
Article Detail0/zeeodisha/odisha2755325
Zee OdishaOdisha StateOdisha News: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୩୨୧ଟି ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

Odisha News: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୩୨୧ଟି ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

ଭୁବନେଶ୍ୱର: ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ଝାରପାଲମ, ମୁଣ୍ଡେଲଖେତ, ଗରଞ୍ଜୋର, କୁରାଲୋଇ, ବଞ୍ଜାରୀ, ଲଖନପୁର, ବେଲପାହାଡ଼ ଗ୍ରାମପଞ୍ଚାୟତରେ ୩୨୧ଟି ସୌରଶକ୍ତି ଚାଳିତ ଷ୍ଟ୍ରିଟ ଲାଇଟ ସ୍ଥାପନ କରିଛି ବେଦାନ୍ତ। ଏହି ସବୁଜ ପଦକ୍ଷେପ ୧୦,୦୦୦ ରୁ ଅଧିକ ବାସିନ୍ଦାଙ୍କୁ ପରିବେଶ ଅନୁକୂଳ ଆଲୋକ ପ୍ରଦାନ କରିବା ସହିତ ବାର୍ଷିକ ପ୍ରାୟ ୨୨ ଟନ୍ ଅଙ୍ଗାର

Odisha News: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୩୨୧ଟି ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

Odisha News: ଭୁବନେଶ୍ୱର: ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ଝାରପାଲମ, ମୁଣ୍ଡେଲଖେତ, ଗରଞ୍ଜୋର, କୁରାଲୋଇ, ବଞ୍ଜାରୀ, ଲଖନପୁର, ବେଲପାହାଡ଼ ଗ୍ରାମପଞ୍ଚାୟତରେ ୩୨୧ଟି ସୌରଶକ୍ତି ଚାଳିତ ଷ୍ଟ୍ରିଟ ଲାଇଟ ସ୍ଥାପନ କରିଛି ବେଦାନ୍ତ। ଏହି ସବୁଜ ପଦକ୍ଷେପ ୧୦,୦୦୦ ରୁ ଅଧିକ ବାସିନ୍ଦାଙ୍କୁ ପରିବେଶ ଅନୁକୂଳ ଆଲୋକ ପ୍ରଦାନ କରିବା ସହିତ ବାର୍ଷିକ ପ୍ରାୟ ୨୨ ଟନ୍ ଅଙ୍ଗାରକାମ୍ଳ ର୍ନିଗମନ ହ୍ରାସରେ ଯୋଗଦାନ କରିବ ।

ସ୍ଥାନୀୟ ବଜାର, ଗ୍ରାମର ପ୍ରବେଶ ପଥ, ବସ୍ ଷ୍ଟାଣ୍ଡ, ଗୋଷ୍ଠୀ କେନ୍ଦ୍ର, ବିଦ୍ୟାଳୟ ଏବଂ ମୁଖ୍ୟ ରାସ୍ତା ଭଳି ସ୍ଥାନରେ ଲାଗିଥିବା ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ କେବଳ ରାତ୍ରିକାଳୀନ ଦୃଶ୍ୟମାନ ବୃଦ୍ଧି କରିବ ନାହିଁ, ବରଂ ଏହି ଅଞ୍ଚଳରେ ଯାତାୟାତ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଉନ୍ନତ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ, ଯାହା ସ୍ଥାନୀୟ ଗୋଷ୍ଠିର ସାମଗ୍ରିକ ଜୀବନଧାରଣ ମାନରେ ଉଲ୍ଲେଖନୀୟ ଉନ୍ନତି ଆଣିବ । ଏହି ପଦକ୍ଷେପ ବେଦାନ୍ତ ଆଲୁମିନିୟମର ସବୁଜ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଏବଂ ଏହାର କାର୍ଯ୍ୟକ୍ଷମ ଅଞ୍ଚଳରେ ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବାରେ ମିଶନର ଏକ ଅଂଶ ।

ଏହି ପଦକ୍ଷେପ ସଂକ୍ରାନ୍ତରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ବେଦାନ୍ତରେ ଆମେ ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛୁ ସେଠାରେ ସ୍ଥାୟୀ ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆମେ ଦୃଢ ପ୍ରତିଶ୍ରୁତିବଦ୍ଧ । ସୌର ଆଲୋକୀକରଣ ପ୍ରକଳ୍ପ ଭିତ୍ତିଭୂମି ସହାୟତା ମାଧ୍ୟମରେ ବଞ୍ଚିତ ଶ୍ରେଣୀର ଆବଶ୍ୟକତାକୁ ପୂରଣ କରିବା ଉପରେ ଆମର ଧ୍ୟାନକୁ ପ୍ରତିଫଳିତ କରେ । ଏହି ଆଲୋକଗୁଡ଼ିକ କେବଳ ଗ୍ରାମଗୁଡ଼ିକୁ ଆଲୋକିତ କରୁନାହିଁ, ବରଂ ସ୍ଥାନୀୟ ବ୍ୟବସାୟକୁ ସଶକ୍ତ କରି, ଗମନାଗମନରେ ଉନ୍ନତି ଆଣି ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ବୃଦ୍ଧି କରି ସାମାଜିକ-ଅର୍ଥନୈତିକ ପ୍ରଗତିର ପଥକୁ ଅଧିକ ଆଲୋକିତ କରୁଛି ।

Add Zee News as a Preferred Source

ବେଦାନ୍ତର ପ୍ରୟାସକୁ ପ୍ରଶଂସା କରି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଅର୍ନ୍ତଗତ ମୁଣ୍ଡରଖେତ ପଞ୍ଚାୟତର ସରପଞ୍ଚ ସନ୍ନ୍ୟାସୀ ବାଗ କହିଛନ୍ତି ଯେ ଏଭଳି ପଦକ୍ଷେପ କେବଳ ଆମ ଗ୍ରାମଗୁଡ଼ିକୁ ଆଲୋକିତ କରିନାହିଁ, ବରଂ ଆମ ସମସ୍ତଙ୍କୁ ସୁରକ୍ଷିତ ମଧ୍ୟ କରିଛି । ଆମ ଅଞ୍ଚଳର ର୍ନିଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବାରେ ବେଦାନ୍ତର ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡ଼ା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ଗୋଷ୍ଠିକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ। ଏହି ପ୍ରୟାସ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠି ଯୋଗଦାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ବାସ୍ତବ କ୍ଷେତ୍ରରେ ସାମାଜିକ-ଅର୍ଥନୈତିକ ପ୍ରଗତି ଆଡ଼କୁ ନେଇଯିବ।

About the Author