)
Odisha News: ଭୁବନେଶ୍ୱର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ। ଗତକାଲି ଏହି ସାମ୍ବାଦିକଙ୍କ ହାତଗୋଡ଼ ବାନ୍ଧି ଜଣେ ଠିକାଦାର ଏବଂ ତାଙ୍କ କିଛି ସହଯୋଗୀ ମାଡ଼ ମାରିଥିଲେ। ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ସାରା ଓଡ଼ିଶାରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ପୁଲିସ ଉପରେ ଚାପ ପକାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ରହିଛନ୍ତି।
ବଲାଙ୍ଗୀର ଜିଲ୍ଲା ପୁଇଁତଳାର କୁଳିଥିପାଲି ଗାଁରେ ଜଣେ ସାମ୍ବାଦିକଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ଏହି ସାମ୍ବାଦିକ ଜଣକ ହେଉଛନ୍ତି ବିଜୟ ପ୍ରଧାନ। ସେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଠିକାଦାର ବିଜୟ ପ୍ରଧାନ ଏବଂ ତାଙ୍କ ସହଯୋଗୀ ତାଙ୍କ ଗୋଡ଼ ହାତ ବାନ୍ଧୁ ଗୋଇଠା ମାରିଥିଲେ। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ଉପରେଚାପ ବୃଦ୍ଧି ପାଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ଭିଡିଓ ଆଧାରରେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଙ୍କ ଭିତରେ ଜଣେ ନାବାଳକ ରହିଛନ୍ତି। ଅନ୍ୟ ତିନି ଜଣ ହେଲେ, ଅବିନାଶ ଦଳାଇ, ଆଦିତ୍ୟ ଜେନା ଏବଂ ଗୁମର ନାୟକ। ଏମାନେ ଭିଡିଓରେ ଥିବା ଦୃଶ୍ୟ ଅନୁସାରେ ବିଜୟଙ୍କୁ ଗୋଇଠା ମାରିବା ସହ ଧମକ ଦେଉଥିଲେ।