Advertisement
Article Detail0/zeeodisha/odisha2746790
Zee OdishaOdisha StateOdisha News: ଜୁଆ ଖେଳି ୫ ଗିରଫ, ନଗଦ ୨୭ରୁ ଅଧିକ ଟଙ୍କା ଜବତ

Odisha News: ଜୁଆ ଖେଳି ୫ ଗିରଫ, ନଗଦ ୨୭ରୁ ଅଧିକ ଟଙ୍କା ଜବତ

Odisha News: ଜୁଆ ଖେଳି ୫ ଗିରଫ । ୨୭ ହଜାର ୫ଶହ ୨୦ ଟଙ୍କା ,୪ ତାସ ପ୍ୟାକେଟ ଜବତ। ୫ ତାରିଖ ସକାଳେ ସୂଚନା ପାଇ ପୁରୀ ଜିଲ୍ଲା ବାସେଳି ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର୍ ମନ୍ଦିର ପାଖରେ ଚଢାଉ କରିଥିଲା ପୋଲିସ। 

Odisha News: ଜୁଆ ଖେଳି ୫ ଗିରଫ, ନଗଦ ୨୭ରୁ ଅଧିକ ଟଙ୍କା ଜବତ

Odisha News: ଜୁଆ ଖେଳି ୫ ଗିରଫ । ୨୭ ହଜାର ୫ଶହ ୨୦ ଟଙ୍କା ,୪ ତାସ ପ୍ୟାକେଟ ଜବତ। ୫ ତାରିଖ ସକାଳେ ସୂଚନା ପାଇ ପୁରୀ ଜିଲ୍ଲା ବାସେଳି ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର୍ ମନ୍ଦିର ପାଖରେ ଚଢାଉ କରିଥିଲା ପୋଲିସ। ସେଠାରେ ପ୍ଲେୟିଂ କାର୍ଡ ବା ତାସ ରେ ଜୁଆ ଖେଳ ବା ସଟା ଲାଗିଥିଲା। ଯାହାକୁ ନେଇ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ମାର୍କେଣ୍ଡେ ଶ୍ୱର୍ ସାହିର ୨୫ ବର୍ଷୀୟ କାଳିଆ ବିଶ୍ଵାଳ,କୁମ୍ଭାରପଡ଼ା ର ୩୯ ବର୍ଷୀୟ ସୁନିଲ ଖାଁ ,୫୦ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଢିପ ଉପରର ୩୬ ବର୍ଷୀୟ ନିରଞ୍ଜନ ସାହୁ, ମାର୍କେଣ୍ଡେଶ୍ୱର୍ ସାହିର ୩୫ ବର୍ଷୀୟ ପଦ୍ମନାଭ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।ଅଭିଯୁକ୍ତ ଙ୍କ ବିରୋଧରେ ବାସେଳୀ ସାହି ପୋଲିସ ଥାନା କେସ ନମ୍ବର୍ ୮୨ ଅନ୍ତର୍ଗତ ୨୯୬,୧୩୨,୩୫୧(୨)(୩)(୫) ଭାରତୀୟ ନ୍ୟାୟ ସଂହିତା ,ସେକ୍ସନ ୩ ଓପିଜି ଆକ୍ଟ ଅଧୀନରେ ମାମଲା ରୁଜ୍ଜୁ କରି ରାତିରେ ଗିରଫ କରି କୋର୍ଟ ଫରୱାର୍ଡ କରିଛି ପୋଲିସ୍।

 

Add Zee News as a Preferred Source
About the Author