)
(ଅଜୟ ନାଥ, ସମ୍ବଲପୁର) Odisha News: ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ୫୧୦୦ ବୋତଲ କଫ ସିରଫ ସହ ୨୦ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ ସମ୍ବଲପୁରରୁ ବିପୁଳ ପରିମାଣରେ କଫ୍ ସିରପ ଜବତ୍ ହୋଇଛି। କଟକ ରୁ ଆଣି ସମ୍ବଲପୁର ରେ କଫସିରଫ୍ ବିକ୍ରି କରିବାର ଯୋଜନା କରୁଥିଲେ ଅଭିଯୁକ୍ତ । ହେଲେ ଏହି ଯୋଜନାକୁ ପଣ୍ତ କରିଛି ପୋଲିସ୍। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ସୁଇଫ୍ଟ ଡିଜାଇର କାର ଗୋଟିଏ ମହିନ୍ଦ୍ରା ପିକଅପ ଭ୍ୟାନ୍ ,ପାଞ୍ଚଟି ମୋବାଇଲ ଓ ୪୦ ହଜାର ୯୨୦ ଟଙ୍କା ଜବତ କରିଛି ପୋଲିସ।
ସୂଚନା ଅନୁଯାଇ ପାଞ୍ଚ ଜଣ ଅଭିଯୁକ୍ତ ସୁଇଫ୍ଟ ଗାଡିରେ କଟକ ରୁ ପିକ ଅପ ଗାଡିକୁ ଆଜି ଏସ୍କଟ କରି ସମ୍ବଲପୁରକୁ ଆଣିଥିଲେ । ଏଇଠି କଫ ସିରଫ ବିଭିନ୍ନ ଖୁଚୁରା ବ୍ୟବସାୟୀ ଙ୍କୁ ଦିଆଯାଇଥାନ୍ତା । କିନ୍ତୁ ତା ପୂର୍ବରୁ ତାଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି ସମ୍ବଲପୁର ବାରେଇପାଲି ଥାନା ଅଞ୍ଚଳର ହୋଇଥିବା ବେଳେ ଏହି ସବୁ କଫ ସିରପ ପାର୍ବଣ ସମୟରେ ବିକ୍ରି ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସପି ।