)
ଭୁବନେଶ୍ୱର: ଅବକାରୀ ବିଭାଗ ସ୍ପେଶାଲ୍ ଡ୍ରାଇଭ୍କୁ ବଡ଼ ସଫଳତା ମିଳିଛି । ୧୯ ତମ ଦିନରେ ପ୍ରାୟ ୯୯ ଲକ୍ଷ ମୂଲ୍ୟର ଚୋରା ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ ସ୍ପେଶାଲ୍ ଡ୍ରାଇଭ୍।
କେବଳ ସେତିକି ନୁହେଁ, ୨୦୮ଟି ମାମଲା ଚିହ୍ନଟ କରିବା ସହ ୧୨୬ ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ ସ୍ପେଶାଲ୍ ଡ୍ରାଇଭ୍ ଅଧିକାରୀମାନେ । ଜବତ ଜିନିଷ ମଧ୍ୟରେ ରହିଛି ୧୨,୭୫୪ ଲିଟର ଆଇଡି ମଦ, ୫୨୮ ଲିଟର ଡ୍ୟୁଟି-ପେଡ୍ ମଦ, ୧୦୯,୩୩୦ ଲିଟର ୱାଶ୍, ୧୫ ଲିଟର ନକଲି ମଦ । ଏଥିସହ ୩,୦୪୪ କିଲୋଗ୍ରାମ ମହୁଆ ଫୁଲ ନଷ୍ଟ କରାଯାଇଛି। ଏହି ଅଭିଯାନ ସମୟରେ ମୋଟ ୧୫ଟି ଗାଡ଼ି ମଧ୍ୟ ଜବତ କରାଯାଇଛି।
ଏହି ଅଭିଯାନ ସମୟରେ ଦୁଇଟି NDPS ମାମଲା ମଧ୍ୟ ପଞ୍ଜିକୃତ କରାଯାଇଛି । ଉକ୍ତ ମାମଲାରେ ୧୫ କିଲୋଗ୍ରାମ ଗଞ୍ଜେଇ ଏବଂ ୩୨ ଗ୍ରାମ ଧଳା ଜହର ଜବତ ହୋଇଛି। ଅବକାରୀ ଅଧିକାରୀମାନଙ୍କ କହିବାନୁଯାୟୀ, ରାଜ୍ୟ ସାରା ମଦ ଏବଂ ନିଶାଦ୍ରବ୍ୟର ଅବୈଧ କାରବାରକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଅଭିଯାନ ଆଗକୁ ମଧ୍ୟ ଏହିପରି ଭାବେ ଜାରି ରହିବ।
Also Read- ପୁଣି ବିଜେଡିରେ ଛାଡ଼ପତ୍ର ଚର୍ଚ୍ଚା, ଏଥର କିଏ?