Advertisement
Article Detail0/zeeodisha/odisha2774805
Zee OdishaOdisha StatePuri News: ଶ୍ରୀକ୍ଷେତ୍ର ଶବ୍ଦାବଳୀ ହେବ ପାଟେଣ୍ଟ

Puri News: ଶ୍ରୀକ୍ଷେତ୍ର ଶବ୍ଦାବଳୀ ହେବ ପାଟେଣ୍ଟ

Puri News: ଶ୍ରୀକ୍ଷେତ୍ର , ଜଗନ୍ନାଥ ଧାମ ସମେତ ମହାପ୍ରଭୁଙ୍କ ସହ ଯୋଡ଼ି ହୋଇ ରହିଥିବା ଶବ୍ଦାବଳୀ କି ପାଟେଣ୍ଚ କରାଯିବା ନେଇ ପଦକ୍ଷେପ ନିଆଯିବ। ଏହାଦ୍ବାରା ଆଗାମୀ ଦିନରେ  ଏହି ଶଦ୍ଧର ଅପବ୍ୟହାର  ହୋଇପାରିବ ନାହିଁ।  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ  ସୋମବାର  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ  ଏହି ନିସ୍ପତ୍ତି ନିଆଯାଇଛି। 

Puri News: ଶ୍ରୀକ୍ଷେତ୍ର ଶବ୍ଦାବଳୀ ହେବ ପାଟେଣ୍ଟ

Puri News: ଶ୍ରୀକ୍ଷେତ୍ର , ଜଗନ୍ନାଥ ଧାମ ସମେତ ମହାପ୍ରଭୁଙ୍କ ସହ ଯୋଡ଼ି ହୋଇ ରହିଥିବା ଶବ୍ଦାବଳୀ କି ପାଟେଣ୍ଚ କରାଯିବା ନେଇ ପଦକ୍ଷେପ ନିଆଯିବ। ଏହାଦ୍ବାରା ଆଗାମୀ ଦିନରେ  ଏହି ଶଦ୍ଧର ଅପବ୍ୟହାର  ହୋଇପାରିବ ନାହିଁ।  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ  ସୋମବାର  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ  ଏହି ନିସ୍ପତ୍ତି ନିଆଯାଇଛି। ଦୀଘାରେ ହୋଇଥିବା ଜଗନ୍ନାଥ ଧାମ ନେଇ ସରକାରୀ ସ୍ତରୀୟ ଆଲୋଚନା କରାଯିବ।  ସେହିପରି ଶ୍ରୀନ୍ଦିର ଓ ଗୁଣ୍ତିଚା ମନ୍ଦିର ଚତଃପାଶ୍ବରେ ଥିବା ଆବାସିକ ଘର ଗୁ଼ଡିକର ଡିଜାଇନ୍ ଓଡ଼ିଆ ସ୍ଥାପତ୍ୟ  କଳା ଅନୁଯାୟୀ କରାଯିବ।  ଏନେଇ ଏକ ଆଇନ୍ ଆଣିବାକୁ  ରାଜ୍ୟ ସପକାରଙ୍କୁ ପ୍ରସ୍ତାବ ଦିଆଯାଇଛି।  ସେହିପରି ମହାପ୍ରଭୁଙ୍କ ସହ ଜଡିତ ଶବ୍ଦକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୋମବାର ,ପୁରୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୧୧ରେ ମହାପ୍ରଭୁଙ୍କର ପବିତ୍ର ସ୍ନାନଯାତ୍ରା, ଜୁନ୍ ୨୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଛତିଶା ନିଯୋଗ ଦ୍ବାରା ଅନୁମୋଦିତ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡାଯାତ୍ରା ନୀତି ନିର୍ଘଣ୍ଟକୁ ବୈଠକରେ ମୋହର ଲଗାଯାଇଛି । ଆଗାମୀ ସ୍ନାନ ଏବଂ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି, ଶୃଙ୍ଖଳିତ ପହଣ୍ଡି ବ୍ୟବସ୍ଥାବଳୀ କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେନେଇ ମୁଖ୍ୟତଃ ଆଲୋଚନା ହୋଇଛି । 

ରଥ ଉପରକୁ ଅଣ-ସେବାୟତଙ୍କୁ ମନା ବୈଠକ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ, ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ଛତିଶା ନିଯୋଗ ଦ୍ବାରା ଅନୁମୋଦିତ ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଏହି ବୈଠକରେ ଅନୁମୋଦିତ କରାଯିବା ସହ କିଭଳି ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଗୁରୁତ୍ବ ଦିଆଯାଇଥିଲା । ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଘଟିଥିବା ଅଘଟଣର ଯେଭଳି ପୁନରାବୃତ୍ତି ନ ହୁଏ ସେନେଇ ଆଲୋଚନା ହୋଇଛି ।

Add Zee News as a Preferred Source

 

About the Author