Advertisement
Article Detail0/zeeodisha/odisha2679086
Zee OdishaOdisha StateOdisha News: ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ମାଛ ଆବିଷ୍କାର

Odisha News: ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ମାଛ ଆବିଷ୍କାର

Odisha News: (ପ୍ରେମାନନ୍ଦ ପୂଜାରୀ) ଶରୀର ପ୍ରାୟ ଦୁଇ ରଙ୍ଗ, ଉପର ପଟ ମାଟିଆ କଳା ଏବଂ ତଳ ପାର୍ଶ୍ୱ ଟିକେ ଫିକା। ଆଖିର ମାର୍ଜିନରେ ଏକକ ଧଳା ବ୍ୟାଣ୍ଡ ରହିଛି। ପେକ୍ଟାରାଲ୍ ଫିନ ସ୍ୱଚ୍ଛ |ଏହାର ଶରୀର ରେ ବହୁ ଛୋଟ ଛୋଟ କଳା ବିନ୍ଦୁ ଦାଗ ରହିଛି। ଏହାର ମେରୁଦଣ୍ଡ ସଂଖ୍ୟା 6–8 / 46-47 / 116-121। ଏହି ମାଛର ମଧ୍ୟ DNA ପରୀକ୍ଷା NBFGR ରେ କରା ଯାଇଥିଲା।

Odisha News: ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ମାଛ ଆବିଷ୍କାର

Odisha News: ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର (ZSI) ଏବଂ ନ୍ୟାସନେଲ ବ୍ୟୁରୋ ଅଫ ଫିସ ଜେନେଟିକ ରିସୋରସେସ (NBFGR) ର ମିଳିତ ସହଯୋଗ ରେ ନୂତନ ମାଛ ଆରିଅସୋମା ତାମିଲିକମ ଆବିଷ୍କାର ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ତାମିଲନାଡୁ ଉପକୂଳରୁ ଆବିଷ୍କାର କର ଯାଇଛି। ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି ଏହି ନୂତନ ମାଛ ର ନାମ “ଆରିଅସୋମା ତାମିଲିକମ” ନାମ ରଖା ଯାଇଛି କାରଣ ଏହା ତାମିଲନାଡୁ ଉପକୂଳ ରୁ ମିଳିଥିଲା। ଭାରତୀୟ ଜଳରେ ଆରିଓସୋମା ଡୋଲିକୋପ୍ଟରମ୍ ର ପରିଚୟ ସଂଶୋଧିତ ହୋଇଛି। ଆଗରୁ ଭାରତରୁ ମିଳିଥିବା ଆରିଓସୋମା ଡୋଲିକୋପ୍ଟରମ୍ ହେଉଛି ଏହି ନୂତନ ପ୍ରଜାତି ଆରିଓସୋମା ତାମିଲିକମ୍।

 ଆରିଓସୋମା ତାମିଲିକମ୍ ତାଇୱାନ ଜଳରୁ ଆରିଓସୋମା ଇମ୍ମାଏ ସହିତ କିଛି ଭାବରେ ଜଡିତ କିନ୍ତୁ ମାଇଟୋକଣ୍ଡ୍ରିଆଲ୍ CO1 ଜିନ୍ କ୍ରମରେ 13.4% ଜେନେଟିକ୍ ଭିନ୍ନତା ପ୍ରଦର୍ଶନ କରେ। ନୂତନ ପାଇଁ ଆନୁଷ୍ଠାନିକ ବର୍ଣ୍ଣନା। ଶରୀର ପ୍ରାୟ ଦୁଇ ରଙ୍ଗ, ଉପର ପଟ ମାଟିଆ କଳା ଏବଂ ତଳ ପାର୍ଶ୍ୱ ଟିକେ ଫିକା। ଆଖିର ମାର୍ଜିନରେ ଏକକ ଧଳା ବ୍ୟାଣ୍ଡ ରହିଛି। ପେକ୍ଟାରାଲ୍ ଫିନ ସ୍ୱଚ୍ଛ |ଏହାର ଶରୀର ରେ ବହୁ ଛୋଟ ଛୋଟ କଳା ବିନ୍ଦୁ ଦାଗ ରହିଛି। ଏହାର ମେରୁଦଣ୍ଡ ସଂଖ୍ୟା 6–8 / 46-47 / 116-121। ଏହି ମାଛର ମଧ୍ୟ DNA ପରୀକ୍ଷା NBFGR ରେ କରା ଯାଇଥିଲା।

 ଏହି ମାଛ ର ଗବେଷଣା ରେ ମିଳିତ ଭାବେ ବୈଜ୍ଞାନିକ ଅନିଲ ମହାପାତ୍ର, ବୈଜ୍ଞାନିକ ଥିପ୍ରାମାଲାଇ ଥାଙ୍ଗାପ୍ପାନ ପିଲାଇ ଅଜିତ କୁମାର, ପରମସିଭମ୍ କୋଡେଶ୍ୱରନ୍, ଏବଂ ସ୍ମୃତିରେଖା ଆଚାର୍ଯ୍ୟ କାମ କରିଥିଲେ। ଏହି ମାଛକୁ ତାମିଲନାଡୁ ଉପକୂଳ ରୁ ପି. କୋଡ଼େଶ୍ୱରନ ଙ୍କ ଦ୍ୱାରା ସଂଗ୍ରହ କରା ଯାଇଥିଲା। ଏହାର ମର୍ଫୋଲୋଜି ଏବଂ ମଲିକୁଲାର ଉପରେ ଆଧାରିତ ସବିଶେଷ ବିବରଣୀ ଆନ୍ତରଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ଜୁ ଟାକ୍ସା ରେ ପ୍ରକାଶ ପାଇଛି।

Add Zee News as a Preferred Source
About the Author