Odisha Accident: ପାରାଦୀପ ଗଡ ଗେଟ୍ ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ। ମହିଳା ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ। ସକାଳୁ ସ୍କୁଟିରେ ମହିଳା ଜଣଙ୍କ  ଜିମ୍ ଯାଉଥିବା ବେଳେ ଏକ ଆଇରନ ବୋଝେଇ ଟ୍ରକ  ତାଙ୍କ ଉପରେ ଚଢ଼ିଯାଇଥିଲା। ମହିଳାଙ୍କ ପେଟ ଉପରେ ଆଇରନ ଟ୍ରକ ଚଢି ଯିବା ହେତୁ ତାଙ୍କର ମୃତ୍ୟୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ଏହି ଦୁର୍ଘଟଣାଟି ଆଜି ସକାଳେ ପାରାଦୀପ ଗଡ ଛକ ଉପରେ ଘଟିଛି। ମହିଳା ଜଣଙ୍କ ନିଜ ସ୍କୁଟି ଚଲାଇ ଯାଉଥିବା ବେଳେ ଏକ ଆଇରନ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ ଚଢି ଯିବା ହେତୁ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି।ଦୁର୍ଘଟଣା ସ୍ଥଳରେ ପ୍ରବଳ ରକ୍ତ ସ୍ରାବ ହେତୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ମହିଳା ଜଣଙ୍କ ହେଲେ ଦୀପ୍ତି ରାଣୀ ବଳୀଆର ସିଂ।ସେ ସ୍ତାନୀୟ ଲକଥାନା ଅନ୍ତର୍ଗତ ଚୂନ ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲା ସିଙ୍ଗିପୁର ଅଞ୍ଚଳର ବୋଲି ଜଣାପଡ଼ଛି ।


 



ଦୁର୍ଘଟଣା ପରେ ଖବର ପାଇ ଲକ୍ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳ ଦୁର୍ଘଟଣା ଘଟାଇଥିବା ଆଇରନ ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ମହିଳାଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି।


Also Read: Heavy Rain in Odisha: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା..