Advertisement
Article Detail0/zeeodisha/odisha2951652

Odisha News: ଲଷ୍ମୀଵସରେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, ୪ ଜଣ ଯାତ୍ରୀଙ୍କୁ ଆକ୍ରମଣ କରିବା ସହ...

Odisha News: ଲଷ୍ମୀଵସରେ ଯାତ୍ରା କରୁଥିବା ବେଳେ ୪ ଜଣ ଯାତ୍ରୀଙ୍କୁ ଵସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଲା ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବିନ୍ଧଣ ଛକରେ।  ଫିଲ୍ମ ଷ୍ଟାଇଲ ରେ ୪ ଜଣକୁ ହାଣି ପକାଇଲା ଜଣେ ଯୁବକ।

ସୂଚନା ପାଇ କଣାସ ଥାନା ଅଧିକାରୀଙ୍କ ସମେତ ପୋଲିସ ଅଭିଯୁକ୍ତକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛି। ସେପଟେ  ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ କଣାସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚାଲିଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ପୁରୀ ଡାକ୍ତରଖାନାକୁ ଅଣାଯାଇଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

ଏଥିସହ ଆକ୍ରମଣ କରିଥିବା ଯୁବକକୁ ମଧ୍ୟ ଲୋକେ ଆକ୍ରମଣ କରିଥିବାରୁ ସେ ମଧ୍ୟ  ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  ପୋଲିସ, ଅଭିଯୁକ୍ତ ଭରତ ଭୋଇ ସୁକଳ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ଗଡିସାଗଦା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି ବୋଲି ପୁରୀ ଏସପି କହିଛନ୍ତି।

Add Zee News as a Preferred Source
About the Author