Puri News: ପୁରୀର ପ୍ରସିଦ୍ଧ ବୀରଗୋବିନ୍ଦପୁର ଦକ୍ଷିଣ କାଳୀ ପୀଠରେ ଅଘଟଣ। ସଟ ସର୍କିଟ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ।ଦୁଇ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଦୁଇ ମୃତକଙ୍କ ପରିଚୟ ମିଳି ପାରି ନାହିଁ।ସତ୍ୟବାଦୀ ପୋଲିସ ଶଵ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି। ଗତକାଲି ରାତିରେ ମାଆ ଦକ୍ଷିଣକାଳୀ ପିଠ କମିଟି ପକ୍ଷରୁ ଚାଲିଥିବା ଭଜନ ସମାରୋହ। ସେହି ସମୟରେ ରାସ୍ତାରେ ଗୋଟିଏ ତାର ଛିଡି ତଳେ ପଡ଼ିଥିଲା। ମୃତ ଯୁବକ ଅଜାଣନ୍ତରେ ତାରକୁ ମାଡ଼ି ଦେବାରୁ ତଳେ ପଡି ଛଟପଟ ହୋଇଥିଲା।
ସେଠାରେ ଥିବା ଜଣେ ମହିଳା ତାକୁ ବଞ୍ଚାଇବାକୁ ଯାଇ ସେ ମଧ୍ଯ କରେଣ୍ଟରେ ମୃତ୍ୟୁ ବରଣ କରିଥିଲେ। ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ସଦରହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ଘଟଣାର ଛାନବିନ ଆରମ୍ଭ କରିଛନ୍ତି।