)
ଭୁବନେଶ୍ୱର: ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରୁଥିଲେ ସାବଧାନ ହୋଇଯାନ୍ତୁ । କାରଣ ସରକାରୀ ଅଫିସ୍ରେ ରିଲ୍ସ କରିବା ନେଇ କଟକଣା ଲଗାଇଛନ୍ତି ସରକାର ।
ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ ସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ କଟକଣା ଲାଗୁ କରାଯାଇଛି । ଅଫିସର କର୍ମଚାରୀ, ଅଧିକାରୀ, ଠିକା କର୍ମଚାରୀଙ୍କ ସମେତ ଭିଜିଟର୍ସଙ୍କ ପାଇଁ ମଧ୍ୟ ରିଲ୍ସ କଟକଣା ଲାଗୁ କରିଛନ୍ତି ସରକାର । ଏସବୁ ପ୍ରତିଷ୍ଠାନର ଭିଡିଓ ଏବଂ ଫଟୋ ଅପଲୋଡିଂ କରିବାକୁ ବାରଣ କରାଯାଇଛି । ଯଦି କେହି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଜାରି କରାଯାଇଛି ।