Adani bribe: ଆମେରିକୀୟ କୋର୍ଟରେ ଓଡ଼ିଶା ଅଧିକାରୀଙ୍କୁ ଲାଞ୍ଚ ମାମଲା!, କେଉଁ ବିଭାଗର ଅଧିକାରୀ ହୋଇଛନ୍ତି ଲାଭବାନ
Advertisement
Article Detail0/zeeodisha/odisha2524413

Adani bribe: ଆମେରିକୀୟ କୋର୍ଟରେ ଓଡ଼ିଶା ଅଧିକାରୀଙ୍କୁ ଲାଞ୍ଚ ମାମଲା!, କେଉଁ ବିଭାଗର ଅଧିକାରୀ ହୋଇଛନ୍ତି ଲାଭବାନ

Adani bribe: ଯେଉଁ ଆଦାନୀ ପ୍ରସଙ୍ଗକୁ ଉଠାଇ ଗୃହରେ ଶାସକ ଦଳରେ ସ୍ଖଳନ ହୋଇଥିବା ନେଇ ବିରୋଧୀ ଦଳ ନେତା ବାରମ୍ବାର ଦାବି କରୁଥିଲେ ସେଥିରେ ଆଉ ଏକ ଉପାଦାନ ତାଙ୍କୁ ହାସଲ ହୋଇଛି। ଏନେଇ ଯୁଗ୍ମ ସଂସଦୀୟ କମିଟିର ତଦନ୍ତ ପାଇଁ ଦାବି କରିବେ ବୋଲି ଗଣମାଧ୍ୟମକୁ  କହିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧି। 

Adani bribe: ଆମେରିକୀୟ କୋର୍ଟରେ ଓଡ଼ିଶା ଅଧିକାରୀଙ୍କୁ ଲାଞ୍ଚ ମାମଲା!, କେଉଁ ବିଭାଗର ଅଧିକାରୀ ହୋଇଛନ୍ତି ଲାଭବାନ
ଭୁବନେଶ୍ୱର: ଓଡ଼ିଶାର ଅଧିକାରୀ ଲାଞ୍ଚ ନେଇଛନ୍ତି। ଲାଞ୍ଚ ନେଇ ରାଜ୍ୟ ପାଇଁ ସୌର ଶକ୍ତି କିଣିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ବଦଳରେ ବିଦେଶୀ କମ୍ପାନୀ ଓ ନିବେଶକ ଲାଭବାନ ହେବେ ବୋଲି ଆଶା କରାଯାଇଛି। ଏମିତି ଏକ ମାମଲା ଆମେରିକୀୟ କୋର୍ଟରେ ରୁଜୁ ହୋଇଛି। ଯାହାକୁ ନେଇ ସାରା ଦେଶର ରାଜନୀତି ଏବେ ଉଛୁଳୁଛି। 
 
ଆଉ ୪ ଦିନ ପରେ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହି ସନ୍ଧି ମୁହୂର୍ତ୍ତରେ ବିରୋଧୀ ଦଳ ନେତାଙ୍କୁ ମିଳିଛି ସରକାରଙ୍କ ବିରୁଦ୍ଧରେ ଆଉ ଏକ ଖୋରାକ୍‍। ଯେଉଁ ଆଦାନୀ ପ୍ରସଙ୍ଗକୁ ଉଠାଇ ଗୃହରେ ଶାସକ ଦଳରେ ସ୍ଖଳନ ହୋଇଥିବା ନେଇ ବିରୋଧୀ ଦଳ ନେତା ବାରମ୍ବାର ଦାବି କରୁଥିଲେ ସେଥିରେ ଆଉ ଏକ ଉପାଦାନ ତାଙ୍କୁ ହାସଲ ହୋଇଛି। ଏନେଇ ଯୁଗ୍ମ ସଂସଦୀୟ କମିଟିର ତଦନ୍ତ ପାଇଁ ଦାବି କରିବେ ବୋଲି ଗଣମାଧ୍ୟମକୁ  କହିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧି। 
 
ଆମେରିକା କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଦରେ ୨୦୨୯ କୋଟିର ଲାଞ୍ଚ କାରବାର ହୋଇଥିବା କୁହାଯାଇଛି।  ଅଧିକାରୀମାନଙ୍କୁ ଏହି ବଡ଼ ଧରଣର ଲାଞ୍ଚ ଦେଇ ଆଦାନୀ ଗ୍ରୀନ୍ସ ସୋଲାର ବିଦ୍ୟୁତ୍‍ କମ୍ପାନୀ ଭାରତର ବିଭିନ୍ନ ରାଜ୍ୟରେ କାମ କରୁଥିବା ବିଦ୍ୟୁତ୍‍ କମ୍ପାନୀମାନଙ୍କୁ ୧୨ ଗିଗାଓ୍ୱାଟ  ସୌର ବିଜୁଳି ବିକିବା  ଲାଗି ଚୁକ୍ତି ହାସଲ କରିଛି। ଆଉ ଏହି ରାଜ୍ୟମାନଙ୍କ ଭିତରେ ରହିଛି ଓଡ଼ିଶା। ଅର୍ଥାତ୍‍ ଓଡ଼ିଶାର ବିଜୁଳି କିଣା ବିକାରେ ସାମିଲ୍‍ ଥିବା କମ୍ପାନୀର ଅଧିକାରୀମାନେ ଏହି ବଡ଼ ଧରଣର  ନୀତିଗତ ନିଷ୍ପତ୍ତି କେବଳ ଲାଞ୍ଚ ପାଇଁ ହିଁ ଗଅହଣ କରିଛନ୍ତି। ଯେହେତୁ ରାଜ୍ୟରେ ଗ୍ରୀଡ଼କୋ ଏହି କାରବାର କରିଥାଏ ଏଣୁ ଗ୍ରୀଡ଼କୋର ତତ୍‍କାଳୀନ ବରିଷ୍ଠ ଅଧିକାରୀଙ୍କ ଆଡ଼କୁ ଆଙ୍ଗୁଠି ନିକ୍ଷେପ ହେଉଛି। 
 
କେମିତି ହୋଇଛି ଏହି କାରବାର:
ଏହି କାରବାର ଆଦାନୀ ଗ୍ରୀନ୍ସ ନାମକ ଏକ କମ୍ପାନୀ ଦ୍ୱାରା ସଂଗଠିତ ହୋଇଛି। ଏହି କମ୍ପାନୀର ଅଧ୍ୟକ୍ଷ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ପୁତୁରା ସାଗର ଆଦାନୀଙ୍କୁ ଏହି କମ୍ପାନୀରେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ ଗ୍ରହଣ କରାଯାଇଛି। ଅଭିଯୋଗ ମୁତାବକ ଏହି ଭାରତୀୟ କମ୍ପାନୀ ଆଉ ଏକ ଆମେରିକୀୟ ସଂସ୍ଥା  ସହଯୋଗରେ ୧୨ ଗିଗାଓ୍ୱାଟ ସୌରଶକ୍ତି ଭାରତରେ ବିକ୍ରି କରିବା ପାଇଁ ଭାରତୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଛି। ଏହା ପୁଣି ୨ ହଜାର କୋଟିରୁ ଅଧିକ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଭାରତରେ ସୌର ଶକ୍ତି ବିକ୍ରି କରିବା ପାଇଁ ସୌରଶକ୍ତି ନିଗମ ସ୍ଥାପନ କରାଯାଇଛି। ଏହି କମ୍ପାନୀକୁ ଆଦାନୀ ଗ୍ରୀନ୍‍ ଏନର୍ଜୀ ପୂର୍ବରୁ ଦର୍ଶାଯାଇଥିବା ୧୨ ଗିଗାଓ୍ୱାଟ ଶକ୍ତି ବିକ୍ରି କରିଛି। କିନ୍ତୁ ସୌରଶକ୍ତି ନିଗମ ପାଖରେ ଶକ୍ତି କିଣିବା ପାଇଁ କୌଣସି ଗ୍ରାହକ ନଥିବାରୁ ଆଦାନୀଙ୍କ ପ୍ରକଳ୍ପ ଭବିଷ୍ୟତ ଅନ୍ଧାର ହୋଇ ପଡ଼ିଥିଲା। ଏଣୁ ଭାରତୀୟ ଅଧିକାରୀ ତଥା ଗ୍ରୀଡ୍‍ ଅଧିକାରୀଙ୍କୁ ଲାଞ୍ଚ ଦେଇ ସୌରଶକ୍ତି ନିଗମରୁ ଶକ୍ତି କିଣିବାକୁ ପ୍ରଲୋଭିତ କରିଛି ଆଦାନୀ।
 
୨୦୦୦ ମସିହରୁ ୨୦୦୪ ମସିହା ମଧ୍ୟରେ ଏହି କାରବାର ହୋଇଛି। ଯଦିଓ ଆନ୍ଧ୍ରରେ ସର୍ବାଧିକ କାରବାର ହୋଇଥିବା ଅଭିଯୋଗ ହୋଇଛି କିନ୍ତୁ ଓଡ଼ିଶା ଏଥିରୁ ବର୍ତ୍ତି ନାହିଁ। ଏହି ସମୟରେ ଗ୍ରୀଡକୋରେ ଥିବା ଉଚ୍ଚ ଅଧିକାରୀ ଓ ସରକାର ଏହି କାରବାରରେ ଲିପ୍ତ ଥିବା ମଧ୍ୟ ସନ୍ଦେହ କରାଯାଉଛି। ଯଦି ଏ ବାବଦରେ ତଦନ୍ତ କରାଯିବ ତେବେ କେଉଁ ବାବୁ ମୁଖ୍ୟ କାର୍ପଟଦାର ତାହା ସ୍ପଷ୍ଟ ହେବ। 
 
ଲାଞ୍ଚ ଦିଆଯାଉଥିଲା କେମିତି:
ଯୁକ୍ତରାଷ୍ଟ୍ର ଆମେରିକାର କୋର୍ଟରେ ଦାଖଲ ହୋଇଥିବା କାଗଜ ଅଥମା ନଥି ଅନୁସାରେ ଲାଞ୍ଚ ଦେବା ଲାଗି ସ୍ୱତନ୍ତ୍ର କୋଡ୍‍ ବ୍ୟବହାର କରାଯାଉଥିଲା। ଗୌତମ ଆଦାନୀଙ୍କୁ ନ୍ୟୁମେରେ ୟୁନୋ’ କୋଡରେ ବୁଝାଯାଉଥିଲା। ସମସ୍ତ ଯୋଗାଯୋଗ ହ୍ୱାଟ୍ସଆପ୍‍ ଭଳି ଗୋପନୀୟ ମାଧ୍ୟମରେ କରାଯାଉଥିଲା ବୋଲି ଏହି ଅଭିଯୋଗ ଫର୍ଦ୍ଦରେ ସ୍ପଷ୍ଟ ହେଉଛି। 
ଆନ୍ଧ୍ର ପ୍ରଦେଶ ହେଉ କି ଓଡ଼ିଶା। ଏହି ସମୟରେ  ଅଣ ବିଜେପି ସରକାର ରାଜ୍ୟ ଚଳାଉଥିଲେ। ଅର୍ଥାତ୍‍ ଏହି ବ୍ୟାପକ ଦୁର୍ନୀତିର ପେଡ଼ି ଖୋଲିବା ପାଇଁ କୌଣସି ମୁହୂର୍ତ୍ତରେ ସରକାର ଆହ୍ୱାନ ଦେଇପାରନ୍ତି। ଯଦି ତାହା ହୁଏ ତେବେ ରାଜ୍ୟର ବଡ଼ ଦୁର୍ନୀତିଖୋର ବିଦ୍ୟୁତ୍‍ ବିଭାଗୀୟ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିବା ସହଜ ହେବ।