)
Odisha News: ଶେଷ ହୋଇଛି ଆଦିବାସୀ ମେଳା। ଚଳିତ ବର୍ଷ ଆୟୋଜିତ ଆଦିବାସୀ ମେଳା ( Adivasi Mela 2024) ଭୁବନେଶ୍ବର ( Bhubaneswar) ୟୁନିଟ୍ ୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆକୁ ଏକ ମିନି ଆଦିବାସୀ ଗ୍ରାମ ଓ ହାଟରେ ପରିଣତ କରିଥିଲା। ୧୧ ଦିନ ଧରି ଚାଲିଥିବା ବାର୍ଷିକ ଆଦିବାସୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ତିନି ଦିନିଆ ବହୁଭାଷୀ ନାଟକ ମହୋତ୍ସବ। ଏହି ମହୋତ୍ସବରେ ସାନ୍ତାଳି,ଦେଶିଆ, ହୋଓମୁଣ୍ତାରୀ ଭାଷାରେ ପରିବେଷିତ ସାମାଜିକ ସଚେତନାତା ଓ ବହୁସଂସ୍କୃତିକୁ ପ୍ରୋତ୍ସାହିତ କରାଯାଇଥିବା ନାଟକ। ଅତିରିକ୍ତ ୨ଟି ମୁଖ୍ୟ ଆକର୍ଷଣ ମଧ୍ୟରେ ୧୦ଟି ଆଦିବାସୀ କୁଡିଆ ରହିଥିଲା।
ଯେଉଁଥିରେ ୭ଟି ଆଦିମ ଅଧିବାସୀ ଓ ୩ଟି ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଗୋଷ୍ଠୀ ରହିଥିଲା। ରାଜ୍ୟରେ ସମୁଦାୟ ୬୨ଟି ଜନଜାତି ମଧ୍ୟରୁ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୪୦ଟି ଦଳ ଦ୍ବାରା ଆଦିବାସୀ ସଂସ୍କୃତିର ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା। ଚଳିତ ବର୍ଷ ଏହି ଆଦିବାସୀ ମେଳାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ଏହି ମେଳାରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଆଦିବାସୀ ମେଳାର ଉଦଘାନଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ।
ଏହାସହ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ର ଉପଦେଷ୍ଟା ପ୍ରଦୀପ ମାଝୀ, ଅନୁସୂଚିତ ଜାତି/ଜନଜାତି ଜାତି ବିକାଶ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ତାହେରା ଖାତୁନ, ଅନ୍ବେଶା ଓ ଆକାଂକ୍ଷା ଯୋଜନାର ଉପଦେଷ୍ଟା ଏଲିନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି, ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ରୂପା ରୋଶନ ସାହୁ ଓ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡ. ପୋମା ଟୁଡୁ ଯୋଗ ଦେଇଥିଲେ। ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଫେବୃଆରୀ ୫(ସୋମହାର) ଉଦଯାପିତ ହୋଇଛି। ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା।