ପୂର୍ବରୁ ପ୍ରକାଶିତ ଛୁଟି କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ସଦ୍ୟ ନିଷ୍ପତ୍ତି ଅନୁସାରେ ସମସ୍ତ ଛୁଟିକୁ ବାତିଲ କରାଯାଇଛି। ଏହିକ୍ରମରେ ଆସନ୍ତା କାଲି ସମସ୍ତ ସ୍କୁଲ ଖୋଲା ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
Trending Photos
)
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ଆଉ ବନ୍ଦ ରହିବନି ସ୍କୁଲ। ପୂର୍ବରୁ ପ୍ରକାଶିତ ଛୁଟି କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ସଦ୍ୟ ନିଷ୍ପତ୍ତି ଅନୁସାରେ ସମସ୍ତ ଛୁଟିକୁ ବାତିଲ କରାଯାଇଛି। ଏହିକ୍ରମରେ ଆସନ୍ତା କାଲି ସମସ୍ତ ସ୍କୁଲ ଖୋଲା ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଥିଲେ। ଚଳିତ ବର୍ଷ ଲାଗି ପ୍ରକାଶିତ ସରକାରୀ କ୍ୟାଲେଣ୍ଡରରେ ମଧ୍ୟ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ଦ୍ଦେଶ କ୍ରମେ ଏହିଦିନରେ ଛୁଟି ବାତିଲ କରାଯାଇଛି। ଏପ୍ରିଲ ୨୪କୁ ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଥିବାରୁ ସ୍ୱତନ୍ତ୍ର ଭାବେ ଆଉ ଏକ ଦିନ ପାଳନ କରିବାର କିଛି ଆବଶ୍ୟକତା ନାହିଁ ବୋଲି ସରକାର ଅନୁଭବ କରିଛନ୍ତି।
Also Read- DDU ଜଙ୍କସନରେ କିପରି ୨ ଖଣ୍ଡ ହେଲା ନନ୍ଦନକାନନ ଏକ୍ସପ୍ରେସ, ଜାଣନ୍ତୁ...
Also Read- SSMB29: ଖୁସି ଖବର, ଓଡ଼ିଶାରେ ସୁଟିଂ ହେବ ମହେଶ ବାବୁଙ୍କ ସିନେମା !