)
Ama Bus Incident: ଗୁରୁବାର ଦିନ ଭୁବନେଶ୍ୱରର ୟୁନିଟ୍ ୮ ବଜାର ଅଞ୍ଚଳ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଯେଉଁଠାରେ ଜଣେ 'ଆମା ବସ୍' କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ ପ୍ରବଳ ଯୁକ୍ତିତର୍କ ସମୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ସେ ଆହତ ହୋଇଛନ୍ତି। ମୋବାଇଲ୍ ଫୋନ୍ରେ କଏଦ ହୋଇଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ବର୍ତ୍ତମାନ ଏହା ଉପରେ କ୍ରୁଟ୍ ନିଜର ପ୍ରାଥମିକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ କୁହା ଯାଇଛି ଯେ ଆଜିର ୨୮ ନମ୍ବର ରୁଟ୍ ଆମ ବସ୍ ଷ୍ଟପ୍ରେ ଘଟିଥିବା ଘଟଣାକୁ ନେଇ କ୍ରୁଟ୍ ଅତ୍ୟନ୍ତ ଦୁଖିତ। ବସ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟକୁ ନେଇ ଗାଇଡ଼୍ ସହିତ ବଚସା ଆରମ୍ଭ ହୋଇଥିଲା। ପରେ ଏହା ମାରପିଟ୍ ଆଡ଼କୁ ଗତି କରିଥିଲା।
ଆମ ବସ୍ ଯାତ୍ରୀ ଓ ଗାଇଡଙ୍କ ମଧ୍ୟରେ ଅବଶିଷ୍ଟ ଟିକେଟ ମୂଲ୍ୟ ଫେରାଇବାକୁ ନେଇ ଘଟିଥିବା ଘଟଣାର ପ୍ରାଥମିକ ରିପୋର୍ଟ। pic.twitter.com/y3qVq7TiUp
— Capital Region Urban Transport (@CRUT_BBSR) September 18, 2025
ୟୁନିଟ୍ ୮ ନିକଟରେ ଘଟିଥିବା ଏଭଳି ଘଟଣା ପରେ ଦାୟିତ୍ୱରେ ଥିବା ଗାଇଡ଼୍କୁ ତୁରନ୍ତ ଚାକିରିରୁ ବହିସ୍କାର କରାଯାଇଛି। ଏନେଇ ରେଭିନ୍ୟୁ କଲେକ୍ସନ୍ ଏଜେନ୍ସି (ଆର୍ସିଏ) ପକ୍ଷରୁ ସ୍ଥାନୀୟ ପୁଲିସ୍ ଷ୍ଟେସନ୍ରେ ପ୍ରାଥମିକ ସୂଚନା ରିପୋର୍ଟ ପ୍ରଦାନ କରାଯାଇଛି। କ୍ରୁଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଏହା ଉପରେ ଅଧିକ ତଦନ୍ତ ଜାରୀ ରଖିଛନ୍ତି।
ଆମ ବସ୍ ସହିତ କାର୍ଯ୍ୟ କରୁଥିବା ସମସ୍ତ ଗାଇଡ଼୍ ଏବଂ କ୍ୟାପ୍ଟେନ୍ମାନଙ୍କୁ ନିୟମିତଭାବେ ବ୍ୟବହାର ଓ ସହନଶୀଳତା ଟ୍ରେନିଂ ପ୍ରଦାନ କରାଯାଉଛି। ଏହା ଅଧିନରେ ୧୫୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଟ୍ରେନିଂ ଗ୍ରହଣ କରିଛନ୍ତି। ଏଭଳି ଘଟଣାର ପୁନରାବର୍ତ୍ତି ନହେବା ପାଇଁ କ୍ରୁଟ୍ କର୍ତ୍ତୁପକ୍ଷ ଏହା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।