Advertisement
Article Detail0/zeeodisha/odisha2755576
Zee OdishaOdisha StateAma Bus: ଡ୍ରାଇଭର ଦାବି କଲେ ସରକାରୀ ସୁରକ୍ଷା, ଭୁବନେଶ୍ୱରରେ ଆମ ବସ ସେବା ଠପ୍‍

Ama Bus: ଡ୍ରାଇଭର ଦାବି କଲେ ସରକାରୀ ସୁରକ୍ଷା, ଭୁବନେଶ୍ୱରରେ ଆମ ବସ ସେବା ଠପ୍‍

Ama Bus: କ୍ୟାପିଟାଲ୍‍ ରିଜିଅନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ ( କ୍ରୁଟ୍‍) ପକ୍ଷରୁ ଚାଲିଥିବା ଆମ ବସ୍‍ ସେବା ଆଜି ବ୍ୟାହତ ହୋଇଛି। ସକାଳୁ ଏହାକ ଡ୍ରାଇଭର ଓ ଗାଇଡ୍‍ ଆନ୍ଦୋଳନ କରିବା କାରଣରୁ କୌଣସି ସ୍ଥାନରେ ବସ୍‍ ଚାଲିପାରି ନାହିୋ। ବାରମ୍ବାର ସାଧାରଣ ଲୋକ ତାଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗରେ ଏହିଭଳି ପଦକ୍ଷେପ ନେଇଛନ୍ତି କର୍ମଚାରୀ। ପୁଲିସ ସୁରକ୍ଷା ଯୋଗାଇବାକୁ ସେମାନେ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତକାଲି ୨୩ ନମ୍ବର ରୁଟରେ ଯାଉଥିବା ଏକ ବସ୍‍ ଧୂଳି ଉଡ଼ାଇବା କାରଣରୁ ଡ୍ରାଇଭର ଓ ଅନ୍ୟ ଲୋକଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଡ୍ରାଇଭର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଉଗ୍ର ରୂପ ନେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜର ସମର୍ଥକଙ୍କ ସହ ଡିପୋରେ ପଶି ସେହି ଡ୍ରାଇଭରଙ୍କୁ ଖୋଜିଥିଲେ। ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା। ଏହି ସମୟରେ ଗାଇଡ୍‍ ଜଣକ ଗହଳି ଭିତରେ ପ୍ରବେଶ କରିବାରୁ ସେ ଆକ୍ରମଣର ଶିକାର ହୋଇ ଏବେ ଚିକିତ୍ସାଧୀନ ରହିଛନ୍ତି। ଏବେ ସମସ୍ତ ସେବା ବନ୍ଦ ରହିଛି। ଆଲୋଚନା ସରି ସମାଧାନ ବାହାରିବା ପରେ ବସ୍‍ ଚଳାଯିବ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ଓ କର୍ମଚାରୀ।

Add Zee News as a Preferred Source
About the Author