)
Odisha News: ଗତ ଅଗଷ୍ଟ ୨୨ ତାରିଖ ଦିନ ଅଞ୍ଜର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝରକାରେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଯୋଛନା ଦେହୁରୀ ରାତିଶାରା ଝରକାରେ ଲଟକି ରହିଥିବା ଘଟଣାରେ କର୍ତ୍ତୃପକ୍ଷ ପ୍ରଧାନଶିକ୍ଷକ ଗୌର ହରୀ ମହାନ୍ତ ଙ୍କୁ ନିଲମ୍ବନ କରିଥିଲେ । ଏବେ ନୂତନ ଭାବରେ ଆଉଜଣେ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାକୁ ବିରୋଧ କରି ଓ ପୂର୍ବତନ ଶିକ୍ଷକ ଗୌର ହରି ମହାନ୍ତଙ୍କୁ ପୁନର୍ବାର ବିଦ୍ୟାଳୟ କୁ ଫେରାଇ ଆଣିବା ଦାବିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଓ ଅଭିଭାବକ ମାନେ ବିଦ୍ୟାଳୟ ଗେଟ ବନ୍ଦ କରିବା ସହ ସ୍କୁଲ ସାମ୍ନାରେ ଧାରଣାରେ ବସିଛନ୍ତି ।
ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆରଣା ଯାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ। ଏହା ବାବଦ ରେ ବାଂଶପାଳ ବିଇଓ ଦାଶରଥୀ ଶୁଣ୍ଢି ଙ୍କୁ ଏହି ବିଷୟରେ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଥିବା ବେଳେ (DEO) ପ୍ରତିକ୍ରିୟା ଦେବାତ ଦୂରର କଥା ସେ ଏହି ବିଷୟରେ ଅବଗତ ନଥିବା କଥା କହିଛନ୍ତି ।