Advertisement
Article Detail0/zeeodisha/odisha2738722
Zee OdishaOdisha StateKIIT Bhubaneswar: କିଟ୍ କ୍ୟାମ୍ପସରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ

KIIT Bhubaneswar: କିଟ୍ କ୍ୟାମ୍ପସରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ

Nepali Student Found Dead at KIIT: ମୃତ ଛାତ୍ରୀଙ୍କ ପ୍ରିଶା ସନ୍ନି ଶାହା ବୋଲି କୁହାଯାଉଛି। ଖବର ଅନୁଯାୟୀ ଇନଫୋସିଟି ପୋଲିସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ଏହି ପ୍ରତିଷ୍ଠିତ ଅନୁଷ୍ଠାନ ଏହି ଘଟଣା ସମ୍ପର୍କରେ କୌଣସି ଅଫିସିଆଲ୍ ବୟାନ ଜାରି କରିନାହିଁ।

 

Nepali Student Found Dead at KIIT
Nepali Student Found Dead at KIIT

Nepali Student Found Dead at KIIT: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT)ରେ ଏକ ଦୁଃଖଦ ଘଟଣା ଘଟିଛି। ଖବର ଅନୁଯାୟୀ ପୁଣି ଜଣେ ନେପାଳ ଛାତ୍ରୀଙ୍କ ମୃତ ଦେହ ମିଳିଛି। ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ ଘଟଣା ବିଷୟରେ ସୂଚନା ଦେଇଛନ୍ତି। କ୍ୟାମ୍ପସ ନମ୍ବର ୪ର ରୁମ ନମ୍ବର ୧୧୧ରୁ ମୃତଦେହଟି ମିଳିଛି। ଏହି ଘଟଣା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଯଦିଓ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଛାତ୍ରୀଙ୍କ ମୃତ ଦେହକୁ ପୋଷ୍ଟମୋଟମ ପାଇଁ ପଠାଯାଇଛି।

ମୃତ ଛାତ୍ରୀଙ୍କ ନାମ ପ୍ରିଶା ସନ୍ନି ଶାହ। ସେ ନେପାଳର ବିରାଗଞ୍ଜର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ସେ ଏହି ପ୍ରତିଷ୍ଠାନରେ ବି.ଟେକ୍ ପଢ଼ୁଥିଲେ। କମିଶନର, ଡିସିପି ଏବଂ ଅନ୍ୟାନ୍ୟ ଉଚ୍ଚ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଦଳ ମାମଲାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଏହି ପ୍ରତିଷ୍ଠିତ ଅନୁଷ୍ଠାନ ଏହି ଘଟଣା ସମ୍ପର୍କରେ କୌଣସି ଅଫିସିଆଲ୍ ବୟାନ ଜାରି କରିନାହିଁ।

କମିଶନର ଏସ ଦେବ ଦତ୍ତ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି, "ସନ୍ଧ୍ୟା ୭ଟାରେ ଯେତେବେଳେ ଉପସ୍ଥାନ ରେକର୍ଡ କରାଯାଇଥିଲା। ସେତେବେଳେ ତାଙ୍କ କୋଠରୀରେ ଏକା ରହୁଥିବା ଛାତ୍ରୀ ପ୍ରିଶା ଶାହ ଭିତରରୁ କୌଣସି ଉତ୍ତର ଦେଇ ନଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଯାଞ୍ଚ କରିବା ସମୟରେ ସେ ଝୁଲନ୍ତା ଅବସ୍ତାରେ ମିଳିଥିଲେ। ସୂଚନା ପାଇବା ପରେ ଆମେ ଏକ ଫରେନ୍ସିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲୁ। ତାଙ୍କ ରୁମର ଯାଞ୍ଚ ଚାଲିଛି।"

Add Zee News as a Preferred Source

ଏହି ଘଟଣା ଗତ ଫେବୃଆରୀରେ KIITରେ ଜଣେ ନେପାଳୀ ଛାତ୍ର ଆତ୍ମହତ୍ୟା କରିବା ପରେ ପୁଣି ଦେଖିବାକୁ ମିଳିଛି। ଯାହାକୁ ନେଇ ସହପାଠୀମାନେ ବ୍ୟାପକ ଅସନ୍ତୋଷ ଏବଂ ପ୍ରତିବାଦ କରିଥିଲେ। ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି

 

About the Author