)
Odisha News: ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତରେ ଥିବା ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କର୍ମଚାରୀଙ୍କ କମ୍ପାନୀ ପରିସରରେ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ହେଲେ ଆଜାଦ୍ ସାହୁ।
ସୂଚନା ଅନୁସାରେ, ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀରେ ବିଗତ ପନ୍ଦର ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ କର୍ମଚାରୀଙ୍କ କମ୍ପାନୀ ପରିସରରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇଙ୍କ ଅଭିଯୋଗ କି ତାଙ୍କ ଭାଇଙ୍କ ସହ କିଛି ଦୁର୍ଘଟଣା ଘଟିଛି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ଆଜାଦ୍ ସାହୁ ନାମକ ବ୍ୟକ୍ତି ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀରେ ମେକାନିକାଲ ୱେଲ୍ଡର ଭାବେ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେ ବଲାଣି ଥାନା ଅନ୍ତର୍ଗତ ବଲାଣି ଶାନ୍ତି ନଗରରେ ସପରିବାର ବାସ କରନ୍ତି। ଆରୀୟା କମ୍ପାନୀ କର୍ମଚାରୀଙ୍କ କହିବା କଥା ଆଜାଦ୍ ମୂର୍ତ୍ତି ବିସର୍ଜନ ସମୟରେ ଡ୍ୟାନ୍ସ କରୁଥିବା ସମୟରେ ଟଳି ପଡିଲେ । କିନ୍ତୁ ଆଉ କିଛି ଜଣ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ଯେ, ସେ ସେ ଅନ୍ୟତ୍ର ପଡିଥିବା ଦେଖିବାକୁ ମିଳିଥିଲା କିନ୍ତୁ କିଏ କହୁଛି ସତ। କିନ୍ତୁ ଏବେବି ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତାଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ର ଆମ୍ବୁଲାନ୍ସ ଯୋଗେ ନିଆ ଯାଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।