Advertisement
Article Detail0/zeeodisha/odisha2771213
Zee OdishaOdisha StateVigilance Raid: ଭିଜିଲାନ୍ସ ଜାଲରେ ବାଂକୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ

Vigilance Raid: ଭିଜିଲାନ୍ସ ଜାଲରେ ବାଂକୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ

Vigilance Raid: ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ ତାଙ୍କୁ କାବୁ କରିଥିଲା। ପ୍ରକାଶ ତୁଷାର ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।

Vigilance Raid: ଭିଜିଲାନ୍ସ ଜାଲରେ ବାଂକୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ

Vigilance Raid: ଖୋର୍ଦ୍ଧା ଭିଜିଲାନ୍ସ ଜାଲ ରେ ବାଂକୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ । ଲାଞ୍ଚ ନେଇ ଧାରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀ ରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ। ତୁଷାର ଙ୍କ ବାଂକୋଇ ଠାରେ ରହୁଥିବା ଘରେ ଭିଜିଲାନ୍ସ ଟିମ କରୁଛି ଯାଞ୍ଚ। ଉଭୟଙ୍କୁ ଭିଜିଲାନ୍ସ ଖୋର୍ଦ୍ଧା ପରେ ଭୁବନେଶ୍ବର କୁ ନେଇ ଯାଇଛି ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ ତାଙ୍କୁ କାବୁ କରିଥିଲା। ପ୍ରକାଶ ତୁଷାର ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।

Add Zee News as a Preferred Source
About the Author