Advertisement
Article Detail0/zeeodisha/odisha2649314
Zee OdishaOdisha StateB.tech Student Death: ନେପାଳ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ରାସ୍ତା ଅବରୋଧ

B.tech Student Death: ନେପାଳ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ରାସ୍ତା ଅବରୋଧ

ଭୁବନେଶ୍ୱର: ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ ଆଜି ଉକ୍ତ କଲେଜର ହଷ୍ଟେଲରୁ ମୃତ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେପଟେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିନାହିଁ। ତେବେ ନେପାଳୀ ଛାତ୍ରୀଙ୍କ ମୃତ୍ୟ

B.tech Student Death: ନେପାଳ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ରାସ୍ତା ଅବରୋଧ

B.tech Student Death: ଭୁବନେଶ୍ୱର: ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ ଆଜି ଉକ୍ତ କଲେଜର ହଷ୍ଟେଲରୁ ମୃତ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେପଟେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିନାହିଁ। ତେବେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ନେପାଳୀ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ତୁମୁଳକାଣ୍ଡ ଭିଆଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ସେପଟେ ଏହି ଘଟଣାରେ ସ୍ଥାନୀୟ ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। 

ଏହାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ୟାଂପସ ସାମ୍ନାରେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ନେପାଳର ଛାତ୍ରୀ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଠାରେ କହି ରଖୁ କି ମୃତ ଛାତ୍ରୀ ଜଣଙ୍କ ବିଟେକ କରୁଥିଲେ।

Add Zee News as a Preferred Source

ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପ୍ରେମ ଜନିତ ଆତ୍ମହତ୍ୟା ବୋଲି କେହି କେହି କହୁଛନ୍ତି। ସେହିପରି ଅସଦାଚରଣ ସହି ନପାରି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି। ତେବେ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସହପାଠୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ନେଇ ସୂଚନା ରହିଛି। ରାତି ସାରା କ୍ୟାମ୍ପସରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ସେପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୁଲିସ। ତେଣେ ମୃତା ଛାତ୍ରୀଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।

About the Author