)
Odisha News: କେନ୍ଦୁଝର ବନଖଣ୍ଡରେ ଏକ ହାତୀ ଛୁଆ ଆହାତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିର ବାମ ଗୋଡ ରେ ଆଘାତ ଲାଗିବା ଫଳରେ ଗୋଡଟି ଫୁଲି ଯାଇଥିବା ବେଳେ ହାତୀ ଛୁଆଟି ଅତି କଷ୍ଟ ରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ସହ ବନ ବିଭାଗ ଚିନ୍ତିତ ହୋଇ ପଡିଛନ୍ତି । ଆହାତ ହାତୀ ଛୁଆଟି ଉପରେ ବନ ବିଭାଗର ଏକାଧିକ ଦଳ ୨୪ ଘଣ୍ଟିଆ ନଜର ରଖିଥିବା ଡିଏଫଓ ସୂଚନା ଦେଇଛନ୍ତି ।
ଡିଏଫଓ ଙ୍କ ସୂଚନା ଅନୁସାରେ ଆଜି ଦିନର କେନ୍ଦୁଝର ବନଖଣ୍ଡର ୭ ଟି ରେଞ୍ଜ ରେ ୧୮୪ ଟି ହାତୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ଏକ ୨୯ ଟିକିଆ ହାତୀପଲ ଙ୍କ ଗତ କିଛି ଦିନ ଧରି ଶାହାରପଡ଼ା , କେନ୍ଦୁଝର , ଚମ୍ପୁଆ ଓ ପାଟଣା ଆଦି ଅଞ୍ଚଳରେ ଘୁରି ବୁଲିବା ସହ ଫସଲ ଓ ଘର ଦ୍ଵାର ଭାଙ୍ଗି କ୍ଷତି କରୁଛନ୍ତି । ଏହି ୨୯ ଟିକିଆ ହାତୀ ପଲରେ ୧୧ ଟି ଦନ୍ତା , ୧୨ ଟି ମାଇ ଓ ୬ ଟି ଛୁଆ ରହିଛନ୍ତି । ଏହି ହାତୀ ପଲ ଏବେ ପାଟଣା ଅଞ୍ଚଳ ରେ ଡେରା ପକାଇଥିବା ବେଳେ ଏହି ଦଳ ମଧ୍ୟ ରୁ ଗୋଟିଏ ଛୁଆ ହାତୀ ର ବାମ ଗୋଡ଼ ଫୁଲିଥିବା ଗତକାଲି ବନ ବିଭାଗ ନଜର କୁ ଆସିବା ପରେ ଏକ ୩ ଜଣିଆ ଭେଟନାରୀ ଡାକ୍ତରୀ ଦଳ , ୱାଇଲ୍ଡ ଲାଇଫ ବାୟୋଲୋଜିଷ୍ଟ ଓ ଡ୍ରୋନ ଏକ୍ସପର୍ଟ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ।
ଏଠାରେ ପ୍ରବକ ବର୍ଷା ସାଙ୍ଗକୁ ହାତୀ ପଲ ଆହାତ ହାତୀ ଛୁଆଟି କୁ ଘେରି ରହିଥିବାରୁ ହାତୀ ନିକଟକୁ ଯାଇ ହେଉ ନାହିଁ । ତେଣୁ ଥର୍ମାଲ ଡ୍ରୋନ ମାଧ୍ୟମରେ ତାର ଚିତ୍ର ଉତୋଳନ କରାଯାଇଛି । ଯେଉଁଥିରେ ତାର ଆଗ ବାମ ଗୋଡ ଫୁଲିଥିବା ଜଣା ପଡ଼ିଛି । ହୁଏତ ହାତୀ ଦୌଡା ଦୌଡ଼ି ସମୟ ରେ ଅନ୍ୟ ହାତୀ ଦ୍ୱାରା ଏପରି ହୋଇଥାଇ ପାରେ ବୋଲି ବନ ବିଭାଗ ଅନୁମାନ କରୁଛି । ଏହି ଫୁଲା ଦିନେ ଦୁଇ ଦିନ ମଧ୍ୟରେ କମିଯାଇ ପାରେ । ନଚେତ ଯଦି ତାର ଗୋଡ ର ହାଡ ଭାଙ୍ଗିଥାଏ ତେବେ ତେବେ ଉଚିତ୍ ସମୟରେ ବନ ବିଭାଗ ହସ୍ତକ୍ଷେପ କରି ଚିକିତ୍ସା କରିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏହା ସହ ହାତୀ ମାନେ ଯେଉଁ ଅଞ୍ଚଳ ଦେଇ ଯାଉଛନ୍ତି ଲୋକ ମାନେ ତାଙ୍କୁ ନିଆ ହୁଳା ଦେଖାଇ , ଟେକା ପଥର ମାରି , ପାଟି ତୁଣ୍ତ କରି ହାତୀ ପଲ ଙ୍କୁ ତଡିବାକୁ ଚେଷ୍ଟା ନ କରିବାକୁ ଅନୁରୋଧ କରିଛନ୍ତି । ହାତୀ ପଲ ଙ୍କୁ ସବୁ ଦିଗରୁ ଘେରାଓ ନ କରି ନୀରବ ରେ ଛାଡି ଦେବାକୁ ଅନୁରୋଧ କରିଛନ୍ତି । ଏଥିସହ ହାତୀ ଦ୍ଵାରା ହୋଇଥିବା କ୍ଷତି ପୂରଣ ତୁରନ୍ତ ବନ ବିଭାଗ ପକ୍ଷରୁ ଦିଆଯିବ ବୋଲି ମଧ୍ୟ କହିଛନ୍ତି ।