Bangladeshi in Odisha: ପାରାଦୀପରେ ୭୮ ବାଂଲାଦେଶୀ, ଭାରତୀୟ ଜଳସୀମାରେ....
Bangladeshi in Odisha: ସମସ୍ତ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ବସ୍ଥା ଠିକ୍ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଦେଶଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଇଏମ୍ ବିଏଲ୍(ଇଣ୍ଟର ନ୍ୟାସନାଲ ମେରାଇନ୍ ବଡର୍ ଲାଇନ)ଆଇନ ଅନୁଯାୟୀ ଚୁକ୍ତିନାମା ରହିଛି, ସେ ଦୃଷ୍ଟିରେ ଭାରତୀୟ ଦୂତାବାସ ଏବଂ ବାଂଲାଦେଶ ଦୂତାବାସ ନେଇ ଆଲୋଚନା ଚାଲୁ ରହିଛି।
Bangladeshi in Odisha:(ନାରାୟଣ ବେହେରା) ପାରାଦୀପ ଆଦର୍ଶ ଥାନାରେ ଅଟକ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ।ଗତ ଡିସେମ୍ବର ୧୦ତାରିଖରେ ଦୁଇଟି ବାଂଲାଦେଶୀ ଟ୍ରଲର ଭାରତୀୟ ଜଳସୀମାରେ ପ୍ରବେଶ କରି ମାଛ ଧରୁଥିବା ସମୟରେ ୭୮ ମତ୍ସ୍ୟଜୀବୀଙ୍କ ସହ ଟ୍ରଲରକୁ ଜବତ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ( ଇଣ୍ଡିଆନ୍ କୋଷ୍ଟଗାର୍ଡ)।ସମସ୍ତ ମତ୍ସ୍ୟଜୀବୀ ମାନଙ୍କ ସହିତ ୨ ଟ୍ରଲରକୁ ପାରାଦୀପ ବନ୍ଦର ମଧ୍ୟକୁ ଅଣା ଯାଇଥିବା ବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ କରା ଯାଇଥିଲା।
ତେବେ ସେମାନେ ସମସ୍ତେ ବାଂଲାଦେଶୀ ମତ୍ସ୍ୟଜୀବୀ ବୋଲି କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଛି। ତେବେ ସମସ୍ତ ୭୮ ମତ୍ସ୍ୟଜୀବୀଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖା ଯାଇଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଚିକିତ୍ସା କରାଯାଇଛି। ତେବେ ସମସ୍ତ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ବସ୍ଥା ଠିକ୍ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଦେଶଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଇଏମ୍ ବିଏଲ୍(ଇଣ୍ଟର ନ୍ୟାସନାଲ ମେରାଇନ୍ ବଡର୍ ଲାଇନ)ଆଇନ ଅନୁଯାୟୀ ଚୁକ୍ତିନାମା ରହିଛି, ସେ ଦୃଷ୍ଟିରେ ଭାରତୀୟ ଦୂତାବାସ ଏବଂ ବାଂଲାଦେଶ ଦୂତାବାସ ନେଇ ଆଲୋଚନା ଚାଲୁ ରହିଛି।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବାଂଲାଦେଶୀ ମାନେ କେବଳ ମାଛ ମାରିବା ଉଦ୍ଦେଶ୍ୟ ଭୂଲବଶତଃ ଭାରତୀୟ ଜଳସୀମା ମଧ୍ୟ କୁ ପ୍ରବେଶ କରି ଆସିଥିଲେ। ସେନେଇ ସେମାନଙ୍କ ର ବୟାନ ରେକର୍ଡ ପରେ ଭାରତ ସରକାର ଏହାକୁ ଏକ କ୍ଷମା ଅପରାଧ ସ୍ବରୂପ ପୁନର୍ବାର ତାଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।