Advertisement
Article Detail0/zeeodisha/odisha2671727
Zee OdishaOdisha Stateରାଜ୍ୟରେ ବର୍ଷକୁ ୨ ଲକ୍ଷ କୋଟିର ଋଣ ପ୍ରଦାନ କରିବେ ବ୍ୟାଙ୍କ

ରାଜ୍ୟରେ ବର୍ଷକୁ ୨ ଲକ୍ଷ କୋଟିର ଋଣ ପ୍ରଦାନ କରିବେ ବ୍ୟାଙ୍କ

Odisha News: ରାଜ୍ୟର ବିଭିନ୍ନ ବ୍ୟାଙ୍କ୍ ମାଧ୍ୟମରେ ଯୋଗ୍ୟ ଗ୍ରାହକଙ୍କୁ ୨ ଲକ୍ଷ ୧୧ ହଜାର କୋଟିର ଋଣ ପ୍ରଦାନ କରିବାକୁ ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। 

ରାଜ୍ୟରେ ବର୍ଷକୁ ୨ ଲକ୍ଷ କୋଟିର ଋଣ ପ୍ରଦାନ କରିବେ ବ୍ୟାଙ୍କ
ରାଜ୍ୟରେ ବର୍ଷକୁ ୨ ଲକ୍ଷ କୋଟିର ଋଣ ପ୍ରଦାନ କରିବେ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବ୍ୟାଙ୍କ୍ ମାଧ୍ୟମରେ ଯୋଗ୍ୟ ଗ୍ରାହକଙ୍କୁ ୨ ଲକ୍ଷ ୧୧ ହଜାର କୋଟିର ଋଣ ପ୍ରଦାନ କରିବାକୁ ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଏହି ବାର୍ଷିକ କ୍ରେଡିଟ୍‍ ପ୍ଲାନ୍‍କୁ ଶତକଡ଼ା ୧୦୦ ଭାଗ ହାସଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର। ୧୭୮ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ  ଯୋଗଦେଇ ଉନ୍ନୟନ କମିଶନର ଅନୁଗର୍ଗ ଏହା କହିଛନ୍ତି। 

ସେ କହିଛନ୍ତି, ଗୃହ, ଶିକ୍ଷା ଏବଂ ରପ୍ତାନି କ୍ଷେତ୍ରକୁ ସମସ୍ତ ବ୍ୟାଙ୍କ ଦ୍ୱାରା ଋଣ ପ୍ରଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଉନ୍ନୟନ କମିଶନର ମହିଳା, ଅନୁସୂଚିତ ଜାତି, ଜନଜାତି ଏବଂ ଦୁର୍ବଳ ବର୍ଗ ସମେତ ସମାଜର ସମସ୍ତ ବର୍ଗକୁ ଋଣ ପ୍ରଦାନରେ ଆଞ୍ଚଳିକ ଅସନ୍ତୁଳନକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପିଏମ୍‍ ସ୍ୱନିଧି ଯୋଜନା ରେ ଅଧିକ ଋଣ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।  ରାଜ୍ୟର କ୍ରେଡିଟ୍-ଜିଏସଡିପି ଅନୁପାତକୁ ଉନ୍ନତ କରିବା ପାଇଁ ସମସ୍ତ ବ୍ୟାଙ୍କକୁ ଅଧିକ ଋଣ ପ୍ରଦାନ କରିବାକୁ  ଶ୍ରୀମତୀ ଗର୍ଗ କହିଛନ୍ତି।

Add Zee News as a Preferred Source
About the Author