ଅଭିଯୁକ୍ତ ଏଏସଆଇ ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ବାଙ୍କୋଇ ଆଉଟପୋଷ୍ଟ ପରିସରରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା। ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।
Trending Photos
)
Crime News: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଖୋର୍ଦ୍ଧାର ବୋଲଗଡ଼ ଥାନା ଅଧୀନରେ ଥିବା ବାଙ୍କୋଇ ଆଉଟ ପୋଷ୍ଟ ପୋଲିସର ASI ଏବଂ ହୋମଗାର୍ଡ । ଏକ ମାମଲାରେ ସହାୟତା କରିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ 10,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ଉଭୟଙ୍କୁ ଗିରଫ କରିଛି। ଏହା ବ୍ୟତୀତ, ASIଙ୍କ ଘର ତଲାସି ସମୟରେ 1.22 ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଏଏସଆଇଙ୍କ ନାମ ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ବୋଲି ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଏକ ପାରିବାରିକ ବିବାଦ ସମ୍ବନ୍ଧୀୟ ମାମଲା ସମ୍ପର୍କରେ ବୋଲଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ASI ପ୍ରଥମେ ଅଭିଯୋଗକାରୀ ଏବଂ ପରିବାରର ଅନ୍ୟ ୬ ଜଣ ସଦସ୍ୟଙ୍କୁ ଥାନାକୁ ଡକାଇଥିଲେ। ସେମାନଙ୍କୁ ଗିରଫ ନକରିବା ପାଇଁ ASI ପ୍ରତ୍ୟେକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ସେ ଟଙ୍କାକୁ କମାଇ ୩ ହଜାର ଟଙ୍କା କରିଥିଲେଲେ ଏବଂ ସେମାନଙ୍କୁ ଛାଡି ଦେଇଥିଲେ। ଅଭିଯୋଗକାରୀ ସରକାରୀ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବାରୁ, ASI ଅଭିଯୋଗକାରୀଙ୍କୁ ଏହି ମାମଲାରେ ସାହାଯ୍ୟ କରିବା ପାଇଁ ଆହୁରି ୧୦ ହଜାର ଟଙ୍କା ଦାବି କରିଥିଲେ।
ଉପରୋକ୍ତ ଅଭିଯୋଗ ସମ୍ପର୍କରେ ଭିଜିଲାନ୍ସ ଟିମ୍ ଖବର ପାଇବା ପରେ ଜାଲ ବିଛାଇଥିଲା । ଅଭିଯୁକ୍ତ ଏଏସଆଇ ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ବାଙ୍କୋଇ ଆଉଟପୋଷ୍ଟ ପରିସରରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା। ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ଏହାପରେ ଏଏସଆଇଙ୍କ ବାଙ୍କୋଇରେ ଥିବା ଭଡା ଘର ଏବଂ ତାଙ୍କ ଅଫିସରେ ଏକକାଳୀନ ତଲାସୀ ଆରମ୍ଭ ହୋଇଥିଲା। ଘର ତଲାସୀ ସମୟରେ, ବାଙ୍କୋଇରେ ଥିବା ଭଡା ଘରୁ ମୋଟ ୧.୨୨ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଉଭୟ ଏସଏସଆଇ ଏବଂ ହୋମଗାର୍ଡଙ୍କୁ କୋର୍ଟରେ ହାଜର କରାଯାଉଛି। ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୯ ତାରିଖ ୨୩.୦୫.୨୦୨୫ ରେ ୭ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ପଞ୍ଜିକୃତ ହୋଇଛି ଏବଂ ଏହାର ତଦନ୍ତ ଚାଲିଛି।
Also Read- Lungs Health: କେଉଁ କାରଣରୁ ହୁଏ ଫୁସଫୁସ କର୍କଟ? କ'ଣ କଲେ ରହିବେ ସୁସ୍ଥ ? ଜାଣନ୍ତୁ
Also Read- June Monthly Horoscope 2025: ପ୍ରତ୍ୟକ ରାଶି ପାଇଁ କିପରି କଟିବ ଜୁନ୍ ? ପଢ଼ନ୍ତୁ ରାଶିଫଳ