)
Pitabas Panda Death:ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ରାଜ୍ୟ ବାର କାଉନସିଲ କଡ଼ା ଭାଷାରେ ନିନ୍ଦା କରିଛି। ଏହି ଘଟଣାରେ ପ୍ରତିବାଦ କରି ଆଜି ୮ ଅକ୍ଟୋବରରେ ରାଜ୍ୟବ୍ୟାପୀ କଲମ ଛାଡ଼ ଆନ୍ଦୋଳନ କରିଛି। ରାଜ୍ୟ ବାର କାଉନସିଲ ପକ୍ଷରୁ ମୃତ ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି।
ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଛନ୍ତି କି ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ଆମେ ବୁଧବାର ପେନ ଡାଉନ ଆନ୍ଦୋଳନକୁ ଓହ୍ଲାଇବୁ। ପୀତବାସ ପଣ୍ଡା ରାଜ୍ୟ ବାର କାଉନସିଲରେ ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ରହିଥିଲେ। ତାଙ୍କ ଘର ସାମ୍ନାରେ ଦୁଇ ଦୁର୍ବୃତ୍ତ ଅମାନୁଷିକ ଭାବେ ତାଙ୍କୁ ହତ୍ୟା କଲେ। ଏହି ଘଟଣାକୁ ଆମେ ତୀବ୍ର ନିନ୍ଦା କରିବା ସହିତ ପ୍ରତିବାଦ କରୁଛୁ। ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ରାଜ୍ୟ ବାର୍ କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗ୍ରସ୍ତ କରି ଫେରିବା ପରେ ସେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରାଯାଉ ଓ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ସେ କହିଥିଲେ।
ସେପଟେ ପୀତବାସଙ୍କ ହତ୍ୟା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏସ୍ପି ଡ. ଶ୍ରବଣା ବିବେକ ତୁରନ୍ତ ଛୁଟି ବାତିଲ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ୬ଟି ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘଟଣାଦିନ ରାତିରୁ ନେଇ ଗତକାଲି ଭିତରେ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଚାଲିଛି । ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୋହନ ମାଝୀ । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।