Advertisement
Article Detail0/zeeodisha/odisha2676628

Beef issue: ପୁରୀ ଜୟା ହୋଟେଲରେ ଗୋମାଂସ ବିକ୍ରି ପ୍ରସଙ୍ଗ, ପ୍ରାୟଶ୍ଚିତ କଲେ ୨ ଜଣ ବ୍ୟକ୍ତି

Beef issue: ରେଷ୍ଟୁରାଣ୍ଟରେ ମଟନ ସହ ଗୋମାଂସ ମିଶାଇ ବିକ୍ର କରାଯାଉଥିବା ଏକ ଭିଡିଓ ଭାଇରାଲ ପରେ ସତ୍ୟବାଦୀର ଜୟା ହୋଟେଲକୁ ସିଲ କରାଯିବା ସହ ହୋଟେଲର ମଟନ ନମୁନା ଭୁବନେଶ୍ବର ଓୟୁଏଟି ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ନମୁନା ପରୀକ୍ଷାର ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ସେହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁ ନଜର କରି BNNSର ୧୬୩ ଧାରା ଜାରି କରାଯାଇଛି। ଫୁଡ୍ ଇନ୍ସପେକ୍ଟର ଓ ବିଭାଗୀୟ ଅଧିକାରୀମାନେ ଏନଫୋର୍ସମେଣ୍ଟ ଜାରୀ ରଖିଛନ୍ତି। ଯେଭଳି ପୁନର୍ବାର ଏଭଳି ଘଟଣାର ପୁନରାବୃତ୍ତି ନହୁଏ।

Beef issue: ପୁରୀ ଜୟା ହୋଟେଲରେ ଗୋମାଂସ ବିକ୍ରି ପ୍ରସଙ୍ଗ, ପ୍ରାୟଶ୍ଚିତ କଲେ ୨ ଜଣ ବ୍ୟକ୍ତି

Beef issue: ଜୟା ଢାବାରେ ଗୋମାଂସ ବିକ୍ରି ପ୍ରସଙ୍ଗ। ପୁରୀ ଓ ସତ୍ଯବାଦୀ ଅଞ୍ଚଳରେ ଥିବା ହୋଟେଲମାନଙ୍କରେ ଗୋମାଂସ ଖାଇଥିବା ଅନୁଭବ କରି କିଛି ଲୋକ ପ୍ରାୟଶ୍ଚିତ ହେବା ଆରମ୍ଭ କରିଛନ୍ତି। ଜୟା ଢାବାରୁ ମଟନ ଖାଇବା ନେଇ ପୁରୀରେ ପହଞ୍ଚିଛନ୍ତି ୨ ଜଣ ବ୍ୟକ୍ତି। ପାପରୁ ପ୍ରାୟଶ୍ଚିତ ନିମନ୍ତେ ମୁକ୍ତି ମଣ୍ଡପ ବ୍ରାହ୍ମଣ ପରାମର୍ଶ କ୍ରମେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମୁଣ୍ଡନ କରିଛନ୍ତି। ମୁଣ୍ଡନ କରିବା ପରେ ପୁଷ୍କରିଣୀରେ ସ୍ନାନ କରି ଗୋବର ପାଣି ପିଇ ନିଜ ପାପରୁ ମୁକ୍ତି ନେଇ ପାର୍ଥନା କରିଛନ୍ତି। ତାପରେ ଶ୍ରୀମନ୍ଦିର ଯାଇ ପାପରୁ ପ୍ରାୟଶ୍ଚିତ ପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। 

ଯେହେତୁ ମହାପ୍ରଭୁଙ୍କ କ୍ଷେତ୍ର ଓ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାରୁ ପ୍ରାୟଶ୍ଚିତ ହେବା ଆବଶ୍ୟକ। ଜାଣିଶୁଣି ଚୁପ ରହିଯିବା ମହାପାପ। ଏଣୁ ଯେଉଁମାନେ ଏହି ମାଂସ ଖାଇଛନ୍ତି ପ୍ରାୟଶ୍ଚିତ ଜରୁରୀ ବୋଲି ଏହି ବ୍ଯକ୍ତି କହିଛନ୍ତି। ସାଧୁସନ୍ଥ ଓ ଛତିଷାନିଯୋଗ ମହାନାୟକ ମଧ୍ୟ ଗତକାଲି ଏହି ପରାମର୍ଶ ଦେଇଥିଲେ। ଯାହାକୁ ନେଇ ପ୍ରାୟଶ୍ଚିତ ହେବା ଆରମ୍ଭ ହୋଇଛି।

 ସେପଟେ ରେଷ୍ଟୁରାଣ୍ଟରେ ମଟନ ସହ ଗୋମାଂସ ମିଶାଇ ବିକ୍ର କରାଯାଉଥିବା ଏକ ଭିଡିଓ ଭାଇରାଲ ପରେ ସତ୍ୟବାଦୀର ଜୟା ହୋଟେଲକୁ ସିଲ କରାଯିବା ସହ ହୋଟେଲର ମଟନ ନମୁନା ଭୁବନେଶ୍ବର ଓୟୁଏଟି ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ନମୁନା ପରୀକ୍ଷାର ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ସେହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁ ନଜର କରି BNNSର ୧୬୩ ଧାରା ଜାରି କରାଯାଇଛି। ଫୁଡ୍ ଇନ୍ସପେକ୍ଟର ଓ ବିଭାଗୀୟ ଅଧିକାରୀମାନେ ଏନଫୋର୍ସମେଣ୍ଟ ଜାରୀ ରଖିଛନ୍ତି। ଯେଭଳି ପୁନର୍ବାର ଏଭଳି ଘଟଣାର ପୁନରାବୃତ୍ତି ନହୁଏ।

Add Zee News as a Preferred Source

 ଶାନ୍ତିସୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ନିୟୋଜିତ କରାଯାଇଛି। ସାଂପ୍ରତିକ ପରିସ୍ଥିତିକୁ ଆଖିଆଗରେ ରଖି,ସତ୍ୟବାଦୀ ଜୟା ହୋଟେଲ ପରିସର ୧କିମି ପରିଧି ଭିତରେ ୧୬୩ଧାରା ଲାଗୁ କରାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସମ୍ବେଦନଶୀଳ ପ୍ରସଙ୍ଗ ହେତୁ ଏହା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ସେପଟେ ସତ୍ୟବାଦୀ ଓ ପୁରୀରେ ମଧ୍ୟ୍ୟ ଅଭିଯୋଗକୁ ଆଧାରକୁ ନେଇ ଜଣେ ବିକ୍ରେତା ଠାରୁ ମଧ୍ୟ ମଟନ ସାମ୍ପଲ ଯାଇଛି। ଏବଂ ଯେଉଁ ଲୋକକୁ ମାଡ ମରାଯାଇଥିଲା ସେ ଚିକିତ୍ସିତ ହେଉଛନ୍ତି ତାଙ୍କ ଅଵସ୍ଥା ଭଲ ଅଛି ଏବଂ ପୋଲିସ ତଦନ୍ତ ଅନୁସାରେ ପଦକ୍ଷେପ ନେବ ବୋଲି କହିଛନ୍ତି ପୁରୀ ଏସ୍ ପି।

About the Author