Advertisement
Article Detail0/zeeodisha/odisha2717649
Zee OdishaOdisha StateBhubaneswar News: ବାଲେଶ୍ୱରରୁ ଉଦ୍ଧାର ହେଲା ଚୋରି ହୋଇଥିବା ଛୁଆ

Bhubaneswar News: ବାଲେଶ୍ୱରରୁ ଉଦ୍ଧାର ହେଲା ଚୋରି ହୋଇଥିବା ଛୁଆ

ଭୁବନେଶ୍ୱର: ଜୀବନ ବଞ୍ଚାଇଦେଲେ ପ୍ରଭୁ ଶ୍ରୀରାମ। ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ଅନ୍ଧୁଣୀ ମାଆର କୋଳକୁ ଫେରିଛି ଚୋରି ହୋଇଥିବା ଛୁଆ। ଛୁଆ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛି ଦୃଷ୍ଟି ବାଧିତ ମାଆ। ଗତ ୩ ଦିନ ତଳେ ଭୁବନେଶ୍ୱରସ୍ଥିତ ରାମମନ୍ଦିରରୁ ଚୋରି ହୋଇଥିବା ଛୁଆକୁ ଉଦ୍ଧାର କରିଛି ବାଲେଶ୍ୱର ପୋଲିସ। ରାଜଧାନୀର ଖାରବେଳ ନଗର ଥା

Bhubaneswar News: ବାଲେଶ୍ୱରରୁ ଉଦ୍ଧାର ହେଲା ଚୋରି ହୋଇଥିବା ଛୁଆ

Bhubaneswar News: ଭୁବନେଶ୍ୱର: ଜୀବନ ବଞ୍ଚାଇଦେଲେ ପ୍ରଭୁ ଶ୍ରୀରାମ। ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ଅନ୍ଧୁଣୀ ମାଆର କୋଳକୁ ଫେରିଛି ଚୋରି ହୋଇଥିବା ଛୁଆ। ଛୁଆ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛି ଦୃଷ୍ଟି ବାଧିତ ମାଆ। ଗତ ୩ ଦିନ ତଳେ ଭୁବନେଶ୍ୱରସ୍ଥିତ ରାମମନ୍ଦିରରୁ ଚୋରି ହୋଇଥିବା ଛୁଆକୁ ଉଦ୍ଧାର କରିଛି ବାଲେଶ୍ୱର ପୋଲିସ। ରାଜଧାନୀର ଖାରବେଳ ନଗର ଥାନା ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦେଢ ବର୍ଷର ଚୋରି ଶିଶୁପୁତ୍ରକୁ ଖନ୍ତାପଡା ଥାନା ବୋଇତା ଗାଁରୁ ଉଦ୍ଧାର କରିଛି ପୋଲିସ । ଏଥିସସହ ଶିଶୁ ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଛି ଏହି ସଫଳତା। ସେପଟେ ଉଦ୍ଧାର ହୋଇଥିବା ଶିଶୁକୁ ଧରି ଭୁବନେଶ୍ୱର ଫେରୁଛି କମିଶନରେଟ ପୋଲିସ। 

କହି ରଖୁ କି ଶିଶୁ ଚୋରି ନେଇ ଖାରବେଳନଗର ପୋଲିସ ଥାନାରେ ଅଭିଯୋଗ ହୋଇଥିଲା। ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ମାମଲାର ଗୁରୁତ୍ତ୍ୱକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭାବେ ତଦନ୍ତକୁ ଆଗେଇନେଇଥିଲା ପୋଲିସ। ସିସିଟିଭି ଯାଞ୍ଚ ସହିତ ଟିମ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ଛାନଭିନ ଆରମ୍ଭ କରିଥିଲା।  ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହି ଆଧାରରେ ପୋଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୫ଟି ଟିମ୍‌ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା। କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌କୁ ସିସିଟିଭି ଫୁଟେଜ୍‌ ପଠାଇ ପୁଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ। ଏହାବାଦ୍‌ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଅପରପକ୍ଷେ ଶିଶୁପୁତ୍ରଟିକୁ ହରାଇ ଦୃଷ୍ଟିବାଧିତ ମା’ଟି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।

ଅପହୃତା ଶିଶୁର ସନ୍ଧାନ ମିଳିଯାଇଥିବା ଜାଣିବା ପରେ ଦୃଷ୍ଟି ବାଧିତ ମାଆର ଖୁସି କହିଲେ ନ ସରେ। ମୋ ପୁଅ ମିଳିବା ଖବର ପାଇଲା ପରେ ମୋତେ ଖୁସି ଲାଗୁଛି। ମୋ ଛୁଆକୁ କିଏ ନେଇଥିଲା ମୁଁ ଜାଣିନି। ମୋ ଛୁଆକୁ ନେଲା ବେଳେ ତା’ ମନରେ ପାପ ଆସିଲା ନାହିଁ, ଆଶଙ୍କା  ଆସିଲା ନାହିଁ। ମୋ ପୁଅ ଫେରି ଆସିବ ବୋଲି ମୁଁ ଆଶା କରିନଥିଲି। ରାମ ମୋ ଛୁଆ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି।  

Add Zee News as a Preferred Source

ସେପଟେ କିଡନୀ ପାଇଁ ଏହି ଶିଶୁ ଚୋରି ହୋଇଥିବା ନେଇ ଜଣାପଡିଛି। ଜଣେ ମହିଳା ନିଜର ଶିଶୁକ ବଞ୍ଚାଇବା ପାଇଁ ଏହି ଶିଶୁ ଚୋରି କରିଥିବା ନେଇ ଜଣାପଡିଛି। ଖନ୍ତାପଡ଼ା ଥାନାରେ ମହିଳାଙ୍କୁ ପଚରାଉଚରା ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ସୁପାରି ଦେଇ ଶିଶୁକୁ ଅପହରଣ କରାଇଥିଲେ ମହିଳା । ଏହା ପଛରେ ଥିଲା ବଡ ଷଡଯନ୍ତ୍ର । ନିଜ ଛୁଆ ଦେହରେ କିଡନୀ ଲଗାଇବା ପାଇଁ ଆଉ ଜଣେ ମାଆଙ୍କ କୋଳରୁ ଶିଶୁ ଚୋରି କରିଥିଲା ମହିଳା । ନିଜ ପିଲାର କିଡନୀ ଖରାପ ଥିଲା, ତେଣୁ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ଶିଶୁ ଚୋରି ପାଇଁ ସୁପାରି ଦେଇଥିଲା ମହିଳା ଜଣକ ।

About the Author