Advertisement
Article Detail0/zeeodisha/odisha2756557
Zee OdishaOdisha Stateଗଞ୍ଜାମ ପୋଲିସକୁ ବଡ଼ ସଫଳତା, ୨୦ ଅଭିଯୁକ୍ତ ଗିରଫ: ପିସ୍ତଲ, ଅଫୁଟା ଗୁଳି ସହ ମାଗାଜିନ୍ ଜବତ

ଗଞ୍ଜାମ ପୋଲିସକୁ ବଡ଼ ସଫଳତା, ୨୦ ଅଭିଯୁକ୍ତ ଗିରଫ: ପିସ୍ତଲ, ଅଫୁଟା ଗୁଳି ସହ ମାଗାଜିନ୍ ଜବତ

୨୦ ଜଣ ଅପରାଧୀଙ୍କୁ ଗିରଫ ସହ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ୍ ଜବତ !

ଗଞ୍ଜାମ ପୋଲିସକୁ ବଡ଼ ସଫଳତା, ୨୦ ଅଭିଯୁକ୍ତ ଗିରଫ: ପିସ୍ତଲ, ଅଫୁଟା ଗୁଳି ସହ ମାଗାଜିନ୍ ଜବତ

Crime News (ପ୍ରେମାନନ୍ଦ ପୂଜାରୀ): ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି । ପିସ୍ତଲ୍ ଗୁଳି ଗୋଳା ଦେଖାଇ ରାଜ୍ ଚଳାଇଥିବା ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ମଙ୍ଗଳବାର ଦିନ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ୨୦ ଜଣଙ୍କୁ ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ବିଭିନ୍ନ ଥାନା ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରବାରେ ସଫଳତା ହାସଲ କରିଛି ।

ପୂର୍ବରୁ ମଧ୍ୟ ଏଭଳି ବେଆଇନ କାରବାର ପିସ୍ତଲ ଓ ଗୁଳି ରଖିବା ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଏହି ପୋଲିସ ଗିରଫ କରିଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ଓ ମିଳିତ ଅପରେସନ ଜାରି କରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ମଙ୍ଗଳବାର ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇ ସମସ୍ତ ତଥ୍ୟକୁ ପୋଲିସ ଗଣମାଧ୍ୟମକୁ ଜଣାଇଛନ୍ତି । ଏଥିରେ ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖର ଗଣମାଧ୍ୟମ ଆଗରେ ପୁଙ୍ଖାନୁପୁଙ୍ଖ ଭାବେ ଉକ୍ତ ଅପରାଧିକ ମାମଲା ସମ୍ପର୍କରେ ସୂଚନା ପ୍ରଦତ୍ତ କରିଥିଲେ । ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧକୁ ରୋକିବାରେ ବିଭିନ୍ନ ଥାନା ପୋଲିସ ଉତ୍ତମ ପଦକ୍ଷେପ ଗ୍ରହଣ କରିଛନ୍ତି, ବୋଲି ଜିଲ୍ଲାର ପ୍ରମୁଖ ଥାନାଧିକାରୀ ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । 

ପୋଲିସ ସୂଚନା ଅନୁଯାୟୀ, ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ୍ ଜବତ କରାଯାଇଛି । ପୋଲିସ ଆଇ.ଜି. ଏହି ସୂଚନା ଦେଇଥିଲେ ଗଞ୍ଜାମ ଏସ.ପି. ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Add Zee News as a Preferred Source

ଗଞ୍ଜାମ ପୋଲିସ ଜିଲ୍ଲାରେ ଚୋରୀ, ଡକାୟତି, ଗୁଣ୍ଡା, ହଙ୍ଗାମା, ମାରପିଟ୍, ରାହାଜାନୀ ଭଳି ଅପରାଧୀ ମାନଙ୍କୁ ସାବଡ କରିବା, ସମ୍ପୂର୍ଣ୍ଣ ଭାବେ ଦମନ ମୂଳୋତ୍ପାଟନ କରିବା ଅଭିଯାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି, ସର୍ବୋପରି ଅପରାଧୀକ ଶେଷ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖର ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି । ବେଆଇନ୍ ବ୍ୟବହାରିକ ପିସ୍ତଲ ଓ ଗୁଳି ଆଦି ଜବତ ସହ ଅପରାଧିମାନଙ୍କୁ ଧରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାରେ ସ୍ପେଶାଲ ଡ୍ରାଇଭ ଅପରେସନ ଜୋରଦାର ଜାରୀ ରହିଛି ବୋଲି କହିଛନ୍ତି ।

Also Read- Gold Rate: ୧୦ ଗ୍ରାମ ପ୍ରତି ୫୫୧୯୧ ଟଙ୍କା ହେଲା ସୁନାଦର, ଜାଣନ୍ତୁ ଏହିସବୁ କ୍ୟାରେଟ୍ ମୂଲ୍ୟ

Also Read- Cyclone Shakti: ଓଡ଼ିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ ? ଜାଣନ୍ତୁ କଣ କହିଲା ପାଣିପାଗ ବିଭାଗ...

About the Author