Advertisement
Article Detail0/zeeodisha/odisha2692275
Zee OdishaOdisha StateBJD Protest: ଜାତି ଭିତ୍ତିକ ଆରକ୍ଷଣ ବିଜେଡିର ଦାବି

BJD Protest: ଜାତି ଭିତ୍ତିକ ଆରକ୍ଷଣ ବିଜେଡିର ଦାବି

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ଆଜି ଗୃହରେ ହଙ୍ଗାମା କରିଛି ବିରୋଧୀ ବିଜୁ ଜନତା ଦଳ ବା ବିଜେଡି। ଏହା ସହିତ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି। ଏହା ସହିତ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଗୃହରେ ହୋ ହଲ୍ଲା କରିଥିଲେ ବିଜେଡି ବିଧାୟକ । ବିଜେଡି ବିଧାୟକମାନେ କହିଛନ୍ତି କି ରାଜ୍ୟର ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ହେଉଛନ୍

BJD Protest: ଜାତି ଭିତ୍ତିକ ଆରକ୍ଷଣ ବିଜେଡିର ଦାବି

BJD Protest: ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ଆଜି ଗୃହରେ ହଙ୍ଗାମା କରିଛି ବିରୋଧୀ ବିଜୁ ଜନତା ଦଳ ବା ବିଜେଡି। ଏହା ସହିତ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି। ଏହା ସହିତ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଗୃହରେ ହୋ ହଲ୍ଲା କରିଥିଲେ ବିଜେଡି ବିଧାୟକ । ବିଜେଡି ବିଧାୟକମାନେ କହିଛନ୍ତି କି ରାଜ୍ୟର ମୋଟ ଜନସଂଖ୍ୟାର ୯୪ ପ୍ରତିଶତ ହେଉଛନ୍ତି ଏସସି, ଏସଟି ଓ ଓବିସି। କିନ୍ତୁ ଏମାନଙ୍କୁ ଉଚିତ ମାତ୍ରାରେ ସଂରକ୍ଷଣ ମିଳୁନାହିଁ। ବିଜେଡିର ବିରୋଧ ପ୍ରଦର୍ଶନ ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। 

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରିଥିଲେ। ଏହାପରେ ଗୃହରେ ଦିବଙ୍ଗତ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିରୋଧି ଦଳର ସଦସ୍ୟମାନେ ଘଣ୍ଟ ଓ ଝାଞ୍ଜ ବଜାଇ ବିରୋଧି ଦଳର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। 

ନୟାଗଡ ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗରେ ବିରୋଧ ଜୋରଦାର କରିଥିଲେ। ସେ କହିଥିଲେ କି ଯାହାର ଯେତିକି ସଂଖ୍ୟା ସେହି ଅନୁପାତରେ ତାଙ୍କୁ ସଂରକ୍ଷଣ ମିଳିବାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲେ କାର୍ଯ୍ୟକାରୀ ହେବ। ଜୁନ ଜୁଲାଇରେ ନାମଲେଖା ସରିଗଲା। ସେ ସମୟରେ ଶିଶୁ ସରକାର ଥିଲା ଏବେ ସରକାର ବଡ଼ ହେଲେଣି କିନ୍ତୁ କିଛି ଶିଖୁ ନାହାନ୍ତି । ଏ ସରକାର ହେଉଛି ଶୁଖୁଆ ସରକାର । ନାମଲେଖା ହେଲାଣି । ହେଲେ ଏ ଯାଏଁ ସଂରକ୍ଷଣ ହେଲାନି। ନିଯୁକ୍ତି କ୍ଷେତ୍ରରେତ OBC ଙ୍କୁ ପଛକୁ ଠେଲି ଦେଲେଣି । ବିଧାନସଭା ଭିତରେ, ବାହାରେ, PMG ଛକ ସମେତ ରାଜ୍ୟ ରାଜ୍ୟରେ ଲଢେଇ ହେବ ବୋଲି ଅରୁଣ ସାହୁ ଚେତାବନୀ ଦେଇଛନ୍ତି ।

Add Zee News as a Preferred Source

ସଂରକ୍ଷଣ ବ୍ୟବସ୍ଥାକୁ ନେଇ କଂଗ୍ରେସରୁ ଆଜି ବିଜେଡିରେ ମିଶିଥିବା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି କି ଜନସଂଖ୍ୟାର ଭାଗ ୯୪ ପ୍ରତିଶତ ହେଉଛନ୍ତି SC ST ଓ OBC । SC ST ହେଲେ ୪୯.୯୮ ପ୍ରତିଶତ କିନ୍ତୁ ମିଳୁଛି ୩୮.୭୫ %  । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ନବୀନ ସରକାର ଏହାକୁ ୨୦ରୁ ୩୮.୭୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । ଏହା ନିଶ୍ଚିତ ଭାବେ ଅବିଚାର ହେଉଛି ବୋଲି ସେ କହିଥିଲେ। 

ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି କି ବିଜୁ ପଟ୍ଟନାୟକ ଓବିସି ବା ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଉଥିଲେ।  ବିଜେପି ସବକା ସାଥ ସାବକା ବିକାଶ କହୁଛି ହେଲେ ଫଳ ଶୂନ । ୫୦ % ରୁ ଅଧିକ ସଂରକ୍ଷଣ ପାଇଁ ସଂକଳ୍ପ ଓଡ଼ିଶା ବିଧାନସଭାରେ ଆସୁ । ୯୪ % ବହୁଜନମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆମର ଲଢେଇ। ଏହି ଲଢ଼େଇକୁ ବିଜେଡି ରାସ୍ତାଘାଟକୁ ନେବ। ଜାତିଭିତ୍ତିକ ଜନଗଣନା ହେଲେ ଜଣା ପଡିବ ଉଚ୍ଚ ବର୍ଗ ଓ ଆଦିବାସୀ OBC କେତେ ଅଧିକାର ପାଇଛନ୍ତି । ଡବଲ ଇଂଜିନ ସରକାର ଡବଲ ଧୋକା ନ ଦିଅନ୍ତୁ ବୋଲି ସେ କହିଥିଲେ।

About the Author