ବିଜେଡି କହିଛି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ ମାଧ୍ୟମରେ କେବଳ ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ଶଙ୍ଖ ଭବନରେ ରବିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରୀତିରଞ୍ଜନ ଘଡେଇ କହିଥିଲେ, କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସମ୍ପୃକ୍ତ କେବଳ ଦଲାଲମାନଙ୍କୁ ଧରୁଛି ଓ ବଡ ମୁଣ୍ଡକୁ ଛାଡି ଦିଆଯାଉଛି ।
Trending Photos
)
ଭୁବନେଶ୍ୱର: ପୋଲିସ ଏସ୍ଆଇ ପରୀକ୍ଷାର କେଳେଙ୍କାରୀ ଘଟଣାରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜେଡି କହିଛି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ ମାଧ୍ୟମରେ କେବଳ ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ଶଙ୍ଖ ଭବନରେ ରବିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରୀତିରଞ୍ଜନ ଘଡେଇ କହିଥିଲେ, କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସମ୍ପୃକ୍ତ କେବଳ ଦଲାଲମାନଙ୍କୁ ଧରୁଛି ଓ ବଡ ମୁଣ୍ଡକୁ ଛାଡି ଦିଆଯାଉଛି ।
ପ୍ରୀତିରଞ୍ଜନ କହିଥିଲେ ଯେ, ସରକାରଙ୍କ କାର୍ଯ୍ୟରେ ରାଜ୍ୟର ଯୁବ ସମାଜ ବ୍ୟତିବ୍ୟସ୍ତ ଏବଂ ହତାଶ ହୋଇ ପଡିଲେଣି । ରାଜ୍ୟର ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଲେଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତରେ ଦେଇଛନ୍ତି । ଏହି ନିଯୁକ୍ତି ପାଇଁ ପ୍ରଥମ ଥର ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ପରୀକ୍ଷା ବାତିଲର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନଥିଲା ବେଳେ ଓପିଆରବିର ଅଧ୍ୟକ୍ଷଙ୍କୁ ବିଦା କରି ନୂତନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାପରେ, ଆଇଟିଆଇର ସହଯୋଗୀ ସଂସ୍ଥା ଭାବେ ପୂର୍ବରୁ ଥିବା ରିଚ ମାଇଣ୍ଡ୍କୁ ହଟାଯାଇ ସିଲିକନ୍ ଟେକ୍କୁ ଦାୟିତ୍ୱ ଦିଆଯାଇଥିଲା । ସିଲିକନ ଟେକ ପୁଣି ପଞ୍ଚସଫ୍ଟ ଟେକନୋଲୋଜିକୁ ସହଯୋଗୀ ଭାବେ ଗ୍ରହଣ କରିଥିଲା । ଆଉଟସୋର୍ସିଂର ମାଧ୍ୟମରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକ୍ରି ପାଇଁ ଏକ ସୁଚିନ୍ତିତ ଯୋଜନା କରାଯାଇଥିଲା ।
ପ୍ରୀତିରଞ୍ଜନ ଘଡେଇ ଆହୁରି କହିଥିଲେ, ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟ ରାଜ୍ୟବାସୀ ଜାଣିସାରିଲେଣି । କ୍ରାଇମବ୍ରାଞ୍ଚ ମାଧ୍ୟମରେ ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡକୁ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଗୃହ ସଚିବ, ଡିଜି ପୋଲିସ ଓ ଓପିଆରବିର ଅଧ୍ୟକ୍ଷ ଏହି ଚାକିରି ଚୋରି କାର୍ଯ୍ୟକ୍ରମ ବିଷୟରେ ସ୍ପଷ୍ଟୀକରଣ ରଖନ୍ତୁ ଓ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।
Also Read- Gold Rate: ଧନତେରସ୍ ଏବଂ ଦୀପାବଳି ପୂର୍ବରେ ସୁନା କିଣିବେ କି ? ଜାଣନ୍ତୁ ଦର ଅପଡେଟ୍
Also Read- Weekly Tarot Reading: ନୂଆ ସପ୍ତାହ ୧୨ ରାଶି ପାଇଁ କିପରି ବିତିବ ? ପଢନ୍ତୁ ମେଷଠୁ ମୀନ ରାଶିଫଳ