ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ; ଯୋଗଦେଇଛନ୍ତି ବରିଷ୍ଠ କର୍ମକର୍ତ୍ତା
Bjp meeting: ଦଳ ସାଂଗଠନିକ ନିର୍ବାଚନ ସଂପର୍କରେ ବୁଥ୍ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ଯାଏଁ ଆଲୋଚନା ହେବ। ସହମତିରେ କିଭଳି ବୁଥ୍ ସଭାପତିଙ୍କ ଠାରୁ ରାଜ୍ୟ ସଭାପତି ଯାଏଁ ଚୟନ କରାଯିବ। ସେ ସଂପର୍କରେ ଚର୍ଚ୍ଚା କରାଯିବ। ସକ୍ରିୟ ସଦସ୍ୟତା କିଭଳି କରାଯାଇଛି, ତାହାର ମଧ୍ୟ ତର୍ଜମା କରାଯିବ। ଏଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଛନ୍ତି।
ଭୁବନେଶ୍ୱର: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପୁଲିସ ମହାନିର୍ଦ୍ଦେଶକ ଏବଂ ପୁଲିସ ଆଇଜିଙ୍କ ୫୯ତମ ବାର୍ଷିକ ବୈଠକର ଦ୍ୱିତୀୟ ଦିବସ ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆଜି ଯୋଗ ଦେଇଛନ୍ତି। ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୁଇନ୍ଦାନିର୍ଦ୍ଦେଶକ ତପନ ଡେକା, ର’ ସଚିବ, ଗୃହ ସଚିବ ଏବଂ ଅନ୍ୟ ପ୍ରମୁଖ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଛନ୍ତି। ଏହି ଅବସରରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ। ସାଂଗଠନିକ ନିର୍ବାଚନ ନେଇ କର୍ମଶାଳାର ଆୟୋଜନ ହୋଇଛି। ଏହି ବୈଠକରେ ବିଧାୟକ, ସାଂସଦ, କର୍ମକର୍ତ୍ତାମାନ ପ୍ରମୁଖ ଉପସ୍ଥିତ ରହିଛନ୍ତି।
ତେବେ ଏହି ଦଳର ସାଂଗଠନିକ ନିର୍ବାଚନ ଦାୟିତ୍ୱରେ ଥିବା କାର୍ଯ୍ୟ କର୍ତ୍ତା ଏବଂ ପଦାଧିକାରୀମାନେ ଯୋଗ ଦେଇଛନ୍ତି। ଦଳ ସାଂଗଠନିକ ନିର୍ବାଚନ ସଂପର୍କରେ ବୁଥ୍ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ଯାଏଁ ଆଲୋଚନା ହେବ। ସହମତିରେ କିଭଳି ବୁଥ୍ ସଭାପତିଙ୍କ ଠାରୁ ରାଜ୍ୟ ସଭାପତି ଯାଏଁ ଚୟନ କରାଯିବ। ସେ ସଂପର୍କରେ ଚର୍ଚ୍ଚା କରାଯିବ। ସକ୍ରିୟ ସଦସ୍ୟତା କିଭଳି କରାଯାଇଛି, ତାହାର ମଧ୍ୟ ତର୍ଜମା କରାଯିବ। ଏଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଛନ୍ତି।