)
କୋରାପୁଟ: ଚଳିତ ବର୍ଷ ପରୀକ୍ଷାମୂଳକ ଭାବେ କୋରାପୁଟରେ ଆରମ୍ଭ ହୋଇଛି କଳା ହଳଦୀ ଚାଷ। ସଫଳ ହେଲେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କଳା ହଳଦୀ ଚାଷ କରିବା ପାଇଁ ନିଷ୍ପରି ନିଆଯିବ। କଳା ହଳଦୀରେ ରହିଛି ଅନେକ ଔଷଧୀୟ ଗୁଣ। ବଜାରରେ ମଧ୍ୟ ଏହାର ଦାମ ବେଶ୍ ଅଧୂକ। ହଳଦୀ ଚାଷ ପାଇଁ କୋରାପୁଟ ଜଳବାୟୁ ଓ ମାଟି ଅନୁକୂଳ ରହିଛି।
କୋରାପୁଟରେ ପ୍ରାୟ ୩୩୦୦ ହେକ୍ଟର ଜମିରେ ହଳଦୀ ଚାଷ ହେଉଥିବା ବେଳେ କେବେ କଳା ହଳଦୀ ଚାଷ ହେଉ ନଥିଲା। ମାଇକ୍ରୋବାୟଲ ଗୁଣ ପାଚନ ସମସ୍ୟା, ସହାୟକ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ବୃଦ୍ଧ କଳା ହଳଦୀରେ ଭରପୁର ଔଷଧୀୟ ୟ ଗୁଣ ହୋଇ ରହିଛି। ମୁଖ୍ୟତଃ ପ୍ରଦାହ-ବିରୋଧୀ, ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଯୋଗୁଁ ଏହା ଆଜମା ଓ ବ୍ରୋଙ୍କାଇଟିସ ଭଳି ଶ୍ବାସକ୍ରିୟା ରୋଗ ପାଇଁ କରେ। ଏହା ଚର୍ମ ସ୍ବାସ୍ଥ୍ୟ ଓ ଯନ୍ତ୍ରଣା ନିବାରଣ ପାଇଁ ମଧ୍ୟ ଲାଭଦାୟକ।
କଳା ହଳଦୀରେ ଥିବା କରକ୍ୟୁମିନ କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ରୋକିବା ସହ ସେମାନଙ୍କର ପ୍ରସାରକୁ ରୋକି କର୍କଟ-ବିରୋଧୀ ଗୁଣ ପ୍ରଦର୍ଶନ କରେ ବୋଲି ଡଃ. ମୁକ୍ତିକାନ୍ତ ଖଟୁଆ ସୂଚନା ଦେଇଛନ୍ତି।