)
Odisha News: ସକାଳୁ ସକାଳୁ ରାଜଧାନୀ ଭୁବେନଶ୍ବରରେ ବୋମାମାଡ଼ ହୋଇଛି। ଭୁବନେଶ୍ବର ଗାଡକଣାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-ଗେଟ୍ ନମ୍ବର ୩ ସାମ୍ନାରେ ଏହି ବୋମାମାଡ଼ ହୋଇଛି। ଯାହାକୁ ନେଇ ସ୍କୁଲ୍ ଓ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମଞ୍ଚେଶ୍ବର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ, ଏଥିରେ କାହାର କୌଣସି ପ୍ରକାର କ୍ଷତି ହୋଇନ ଥିବା ବେଳେ କେହି ମୃତାହତ ହୋଇନାହାଁନ୍ତି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ କୁ ଆଧାର କରି ପୋଲ୍ସ୍ ଯାଞ୍ଚ କରୁଛି। ସକାଳ ପ୍ରାୟ ୮ଟା ସମୟରେ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି। ବୋମାମାଡର ପ୍ରକୃତ କାରଣ ପୋଲିସ୍ ଖୋଜୁଛି। କେଉଁ ଦୁବୃର୍ତ୍ତ ଏହି କାଣ୍ତ ଘଟାଇଛି। ସେନେଇ NIA ଟିମ୍ ତଦନ୍ତ ଆରମ୍ଭ କରୁଛି।