ଶେଷଥର ଲାଗି ୨୦୦୯ରେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇଥିଲା। ମୁଖ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ନିର୍ବାଚନ ଆୟୋଗମାନଙ୍କ ସଦସ୍ୟତା ଏବଂ ସୁପ୍ରିମ୍ କୋର୍ଟ ଙ୍କ ପୂର୍ବତନ ବିଚାରପତି କୁଳଦୀପ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତର ସଂସଦୀୟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକ ଲାଗି ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ କରାଯାଇଥିଲା।
Trending Photos
)
Constituency border:ଭୁବନେଶ୍ୱର: ଆସନ୍ତା ବର୍ଷକୁ ଆପଣଙ୍କ ନିର୍ବାଚନ ମଣ୍ଡଳୀର ସୀମା ବଦଳିପାରେ। ଏମିତିକି ଯେଉଁ ନିର୍ବାଚନ ମଣ୍ଡଳୀରେ ଏବେ ଆପଣ ଭୋଟ ଦେଉଛନ୍ତି ତାହା ଆଉ ମଣ୍ଡଳୀ ତାଲିକାରେ ବି ନରହିପାରେ। ଏହାଯେ ଆପଣଙ୍କୁ ପ୍ରଭାବିତ କରିବ ବା ଆପଣଙ୍କ ଭୋଟ ଦେବାର ଅଧିକାରକୁ କ୍ଷୁର୍ଣ୍ଣ କରିବ ତାହା ନୁହେଁ କିନ୍ତୁ ଆପଣଙ୍କୁ ନେତା ହେବାର ସୁଯୋଗ ଦେଇପାରେ ଆଉ ଆପଣଙ୍କ ନେତାଙ୍କ ଚିନ୍ତା ବଢ଼ାଇପାରେ।
ଦେଶର ସଂସଦ ହେଉ ବା ବିଧାନସଭାରେ କେତେ ଜଣ ପ୍ରତିନିଧି ରହିବେ ତାହା ଜନସଂଖ୍ୟା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଶେଷ ଥର ପାଇଁ ୧୯୭୧ ଜନସଂଖ୍ୟା ଆଧାରରେ ବିଧାନସଭା ବା ଲୋକସଭାର ଆସନ ସଂଖ୍ୟା ବଢ଼ିଥିଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ପରିବାର ନିୟୋଜନ କଟକଣାକୁ ଅଧିକ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂସଦର ଏକ ଆଇନ ବଳରେ ୨୦୦୧ ଯାଏ ଆସନ ସଂଖ୍ୟା ନବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା। ଅର୍ଥାତ୍ ୨୦୧୧ ଜନସଂଖ୍ୟା ଆଧାରରେ ଆସନ ବଢ଼ିବା ବିଷୟରେ ଚିନ୍ତା କରାଯାଇଥାଆନ୍ତା। କିନ୍ତୁ ଏହି ସମୟରେ କୋଭିଡ୍ କାରଣରୁ ଦେଶର ପରିସ୍ଥିତି ଭଲ ନଥିଲା। ଏଣୁ ୨୦୦୯ରେ କେବଳ ସୀମା ପୁନଃ ନିର୍ଦ୍ଧାରଣ ସିନା ହୋଇଥିଲା କିନ୍ତୁ ଏହାପରେ କୌଣସି ଆସନ ସଂଖ୍ୟା ବୃଦ୍ଧି ବା ହ୍ରାସ ହୋଇ ନଥିଲା।
ଏବେ ୨୦୨୬ରେ କେନ୍ଦ୍ର ସରକାର ଜନଗଣନା କରିବେ ବୋଲି ଯୋଜନା କରୁଛନ୍ତି। ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି। ଏହି ଆଧାରରେ ବିଧାନସଭା ଓ ଲୋକସଭାରେ ଆସନ ସଂଖ୍ୟା ପ୍ରାୟ ୭୫ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହିକ୍ରମରେ ଲୋକସଭାରେ ଆସନ ସଂଖ୍ୟା ୫୪୩ରୁ ବଢ଼ି ୭୫୩ରୁ ୮୪୮ରେ ପହଞ୍ଚିପାରେ। ଓଡ଼ିଶାରେ ଆସନ ସଂଖ୍ୟା ଅନୁରୂପ ଭାବେ ୧୪୭ରୁ ବଢ଼ି ୧୯୬ରୁ ୨୫୭ରେ ପହଞ୍ଚିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବି ବଢ଼ିପାରେ।
ପ୍ରାୟ ୧୦୦ ଆସନ ଯଦି ବୃଦ୍ଧି ହେବ, ତେବେ ରାଜ୍ୟରେ ଅନେକ ନୂଆ ନେତା ସୃଷ୍ଟି ହେବା ସ୍ୱଭାବିକ। ପୁଣି ଯେଉଁ ପୁରୁଣା ନେତାମାନେ ରହିଛନ୍ତି ସେମାନଙ୍କ ଭାଉ ବର୍ତ୍ତମାନର ଭାରତୀୟ ସେନ୍ସେକ୍ସ ଭୁଶୁଡ଼ିବା ଭଳି ପରିସ୍ଥିତି ହେବ ବୋଲି ଆକଳନ କରିବା ଅସ୍ୱଭାବିକ ନୁହେଁ।
ପୂର୍ବରୁ ରାଜ୍ୟରେ ୩ ଥର ଜନଗଣନା ଆଧାରରେ ଆସନ ସଂଖ୍ୟା ବଦଳିଛି। ଏହିକ୍ରମରେ ପ୍ରଥମ ନିର୍ବାଚନ ଅର୍ଥାତ୍ ୧୯୫୨ ମସିହାରେ ଓଡ଼ିଶା ବିଧାନସଭାରେ ୧୦୭ ଜଣ ପ୍ରତିନିଧି ରାଜ୍ୟର ସୁଖଦୁଃଖ ଚର୍ଚ୍ଚା କରୁଥିବା ବେଳେ ୧୯୬୨ରେ ଏହି ସଂଖ୍ୟା ୧୪୦ ଥିଲା। ୧୯୭୨ ବେଳକୁ ଏହି ସଂଖ୍ୟା ୧୪୭ରେ ପହଞ୍ଚିଥିଲା। ଏହି ସମୟରେ ଜନସଂଖ୍ୟା ବୃଦ୍ଧିକୁ ସରକାର ବିସ୍ଫୋରଣ ବୋଲି କହିଲେ ଆଉ ଏହାର ପ୍ରତିରୋଧ ଲାଗି ପରିବାର ନିୟୋଜନ ନୀତି ଅଣାଗଲା। ଆଉ ୨୦୦୨ ଯାଏ କୌଣସି ଆସନ ବୃଦ୍ଧି ହେବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ। ଅର୍ଥାତ୍ ଆସନ ସଂଖ୍ୟା ବୃଦ୍ଧି ହେଲା ନାହିଁ କିନ୍ତୁ ସୀମା ଅଦଳ ବଦଳ ହେବା ବନ୍ଦ ହୋଇ ନାହିଁ।
ଶେଷଥର ଲାଗି ୨୦୦୯ରେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇଥିଲା। ମୁଖ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ନିର୍ବାଚନ ଆୟୋଗମାନଙ୍କ ସଦସ୍ୟତା ଏବଂ ସୁପ୍ରିମ୍ କୋର୍ଟ ଙ୍କ ପୂର୍ବତନ ବିଚାରପତି କୁଳଦୀପ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତର ସଂସଦୀୟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକ ଲାଗି ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ କରାଯାଇଥିଲା।
ଏହି ନିର୍ବାଚନରେ ତତ୍କାଳୀନ ରାଜ୍ୟ ଚଳାଉଥିବା ସରକାରୀ ଦଳର ପ୍ରତିନିଧିଙ୍କର ସମ୍ପୃକ୍ତ ସୀମା ପୁନଃ ନିର୍ଦ୍ଧାରଣ କମିଟିରେ ଉପସ୍ଥିତି କିଛି ପରିମାଣରେ ନିଜ ଆଡ଼କୁ ନିଷ୍ପତ୍ତି ପକ୍ଷଭୁକ୍ତ କରିବାକୁ ଚାହିଁଥିଲେ। ସେଥିଲାଗି ୨୦୦୯ରେ ଯେତେବଳେ ସୀମା ପୁନଃ ନିର୍ଦ୍ଧାରଣ କମିଟି ରିପୋର୍ଟ ଦେଇଥିଲେ ସେତେବେଳେ ଅନେକ ନେତାଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିଲା। ଯେହେତୁ ଏହି କମିଟିର ନିଷ୍ପତ୍ତିକୁ ବି କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ ଏଣୁ ସେମାନେ ମୁଣ୍ଡ ପୋତି ତାହାକୁ ସହିଲେ ଏବଂ ଅନେକ ବରିଷ୍ଠ ନେତା ଅଘୋଷିତ ସନ୍ନ୍ୟାସ ବି ନେଲେ। ଏହି ତାଲିକାରେ ପୁରୀ ଜିଲ୍ଲାର ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ଭଦ୍ରକର ମନମୋହନ ସାମଲ, ଢେଙ୍କାନାଳର ନବୀନ ନନ୍ଦ, କେନ୍ଦ୍ରାପଡ଼ାର ବିଜୟ ମହାପାତ୍ର, ଜଗତସିଂହପୁରର ରଞ୍ଜିବ ବିଶ୍ୱାଳ ପ୍ରଭୃତି ଉଲ୍ଲେଖନୀୟ।
କୁହାଯାଏ ତତ୍କାଳୀନ ବିଜେଡି ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ଇଙ୍ଗିତରେ ବିଜେଡି ଏହି ସୀମା ପୁନଃନିର୍ଦ୍ଧାରଣ କାର୍ଡକୁ ଖେଳିବାକୁ ଚାହିଁଥିଲା। ଏହିକ୍ରମରେ ଅଶୋକ ପଣ୍ଡା, ମିଟୁ ବଡ଼ଜେନା, ପ୍ରବୀଣ ଭଞ୍ଜଦେଓ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ନେତା ଲାଭାର୍ଥୀ ହୋଇଥିବା କୁହାଯାଏ। ନିର୍ବାଚନ ମଣ୍ଡଳୀକୁ ବିଭିନ୍ନ ଜାତି ପାଇଁ ସଂରକ୍ଷିତ କରାଯିବାର ଲାଭ ବି ଏମିତି କିଛି ନେତାଙ୍କୁ ମିଳିଥିଲା। ପୁଣି ଦେବଗଡ଼ ଭଳି ଲୋକସଭା ନିର୍ବାଚନ ମଣ୍ଡଳୀକୁ ଉଚ୍ଛଦ କରାଯାଇ ବରଗଡ଼କୁ ସ୍ୱତନ୍ତ୍ର ଭାବେ ନୂଆ ନିର୍ବାଚନ ମଣ୍ଡଳୀରେ ପରିଣତ କରାଯାଇଥିଲା। ଏହାଦ୍ୱାରା ଏବେକାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ବର୍ଷ ନିର୍ବାଚନ ରାଜନୀତିରେ ବିଫଳ ହେବାକୁ ବାଧ୍ୟ ହେଉଥିଲେ।