Advertisement
Article Detail0/zeeodisha/odisha2679595
Zee OdishaOdisha StateBudget Session: ବିଧାନସଭା ପୁଣି ମୁଲତବୀ, ପ୍ରଶ୍ନୋତ୍ତର କାଳ ବାତିଲ

Budget Session: ବିଧାନସଭା ପୁଣି ମୁଲତବୀ, ପ୍ରଶ୍ନୋତ୍ତର କାଳ ବାତିଲ

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ବିଜେଡିର ପ୍ରତିବାଦ ଓ ବିକ୍ଷୋଭ ହେତୁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଗୋଟିଏ ମାତ୍ର ପ୍ରଶ୍ନକୁ ବାଚସ୍ପତି ନେବାକୁ ଚାହିଁଥିଲେ ମଧ୍ୟ ତାହା ବି ସମ୍ଭବ ହୋଇପାରି ନାହିଁ। ଫଳରେ ପ୍ରଶ୍ନକାଳକୁ ବାତିଲ କରି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ସକାଳୁ  ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂ

Budget Session: ବିଧାନସଭା ପୁଣି ମୁଲତବୀ, ପ୍ରଶ୍ନୋତ୍ତର କାଳ ବାତିଲ

Budget Session: ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ବିଜେଡିର ପ୍ରତିବାଦ ଓ ବିକ୍ଷୋଭ ହେତୁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଗୋଟିଏ ମାତ୍ର ପ୍ରଶ୍ନକୁ ବାଚସ୍ପତି ନେବାକୁ ଚାହିଁଥିଲେ ମଧ୍ୟ ତାହା ବି ସମ୍ଭବ ହୋଇପାରି ନାହିଁ। ଫଳରେ ପ୍ରଶ୍ନକାଳକୁ ବାତିଲ କରି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ସକାଳୁ  ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଦଳର ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିଭୂର୍ତ୍ତି ତଳେ ନିଜର ବିରୋଧ ପଅଦର୍ଶନ କରିଥିଲେ। ଗୃହ କାର୍ଯ୍ୟରେ ସେମାନେ ଯୋଗ ଦେଇ ନଥିଲେ।  ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ଏହି ବିଧାୟକମାନେ ପ୍ରତିବାଦ କରିଥିଲେ। ଠିକ୍‍ ସେହିପରି ଗୃହ ଆରମ୍ଭ ହେବା କ୍ଷଣି ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ଧ୍ୟ୍ରାନ ଆକର୍ଷଣ କରିବାକୁ ଚାହିଁଥିଲେ। ସେମାନେ ଦେଇଥିବା ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବକୁ କାହିଁକି ଆଲୋଚନାକୁ ଅଣାଯାଇ ନାହିଁ ତାହାକୁ କେନ୍ଦ୍ରକରି ସେମାନେ ନାରାବାଜୀ କରିଥିଲେ। ଏହାଫଳରେ ଗୃହରେ ପରିସ୍ଥିତି ଅସ୍ୱଭାବିକ ହୋଇଥିଲା। 

ତଥାପି ଗୃହ ଭିତରେ ଅଧ୍ୟକ୍ଷତା କରି ପ୍ରଥମ ପ୍ରଶ୍ନ ଗ୍ରହଣ କରିଥିଲେ। ମନ୍ତ୍ରୀ ଏ ସମ୍ପର୍କରେ ଉତ୍ତର ଦେବା ପରେ ଉପସ୍ଥିତ ଥିବା ପ୍ରଶ୍ନ କର୍ତ୍ତା ତଥା ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପୋଲାଭରମ ରାଜ୍ୟର ଏକ ପ୍ରମୁଖ ପ୍ରସଙ୍ଗ ଏବଂ ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହେବ ବୋଲି ସେ କହିଥିଲେ। କିନ୍ତୁ ବାଚସ୍ପତି  ପଚରା ଯାଇଥିବା ପ୍ରଶ୍ନ ସନ୍ଦର୍ଭରେ ଅତିରିକ୍ତ ପ୍ରଶ୍ନ ପଚାରିବାକୁ କହିଥିଲେ। ହେଲେ ଶ୍ରୀ ଆଚାର୍ଯ୍ୟ ପୋଲାଭରମକୁ ନେଇ ତାଙ୍କ ମନ୍ତବ୍ୟ ରଖିଥିଲେ। ଆଉ ନିଜ ଆସନରେ ବସି ନଥିଲେ। ଏହି ସମୟରେ ବିରୋଧୀ ବିଜେଡିର ସମସ୍ତ ଆସନ ଖାଲି ରହିଥିଲା। ବିଧାୟକମାନେ ଗ୍ୟହର ମଧ୍ୟଭାଗରେ ଥିଲେ। 

Add Zee News as a Preferred Source

ଗୃହରେ ପରିସ୍ଥିତିକୁ ସ୍ୱଭାବିକ କରିବା ଲାଗି ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଶୂନ୍ୟକାଳରେ ଗୃହ ପୁଣିଥରେ ବସିବା ପରେ କଂଗ୍ରେସ ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି। ଶ୍ରୀ ବାହିନୀପତିଙ୍କ ଉପରୁ କଟକଣା ପ୍ରତ୍ୟାହର ହେବ କି ନା  ସେ ସମ୍ପବର୍କରେ ବାଚସ୍ପତି କିଛି ନିଷ୍ପତ୍ତି ଘୋଷଣା କରିପାରନ୍ତି। 

ଗୃହରେ ବିଶୃଙ୍ଖଳା, ମାଇକ ଭଙ୍ଗ ଏବଂ  ହାତାହାତି ଘଟଣାରେ ତାରାଙ୍କୁ ନିଲମ୍ବନ କରାଯାଇଛି। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଶାସକ ଦଳ ନେତା ଜୟ ନାରାୟଣ ମିଶ୍ର  ଅନୁରୂପ କାର୍ଯ୍ୟ କରିଥିବାରୁ ତାଙ୍କୁ ମଧ୍ୟ ନିଲମ୍ବନ ପାଇଁ ଦାବି କରିଛି କଂଗ୍ରେସ। 

ଅପରପକ୍ଷେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କର ଏକ ସରକାରୀ କାର୍ଯ୍ୟକ୍ରମରେ ବିବାଦୀୟ ବୟାନକୁ ନେଇ  ଗତ ୮ ତାରିଖରୁ ବିରୋଧୀଙ୍କ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି। ଏହା ଓଡ଼ିଶାକୁ ବିଭାଜନ କରୁଥିବା ମନ୍ତବ୍ୟ ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ। ଏଣୁ ଏ ବାବଦରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ବିଜେଡି ଦାବି କରିଥିଲା। ବିଜେଡି ପକ୍ଷରୁ କିଛି ବିଧାୟକ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ।  ସରକାରଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ଏହି ବୟାନକୁ ଜୟ ନାରାୟଣଙ୍କ ଏହା ବ୍ୟକ୍ତିଗତ ମନ୍ତବ୍ୟ ଥିଲା ବୋଲି କହିଥିଲେ। ଏବେ ଏହି ବିବାଦୀୟ ବୟାନ ଆଉ ପ୍ରସଙ୍ଗ ହୋଇ ରହି ନାହିଁ।

About the Author