ଭୁବନେଶ୍ଵର: ଗାଡିରୁ ମିଳିଲା ପୁଳାପୁଳା ଟଙ୍କା। ଚେକିଂ ବେଳେ ବାହାରିଲା ୪ ଲକ୍ଷ ୭୭ ହଜାର ଟଙ୍କା। ଭୁବନେଶ୍ୱର କମିଶନରେଟ ପୁଲିସର କଡା ଚେକିଂ ବେଳେ ଓମ୍ଫେଡ୍ ଛକରୁ ଧରା ପଡ଼ିଲା ଅମାନିଆ ଚାଳକ। ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଓମଫେଡ୍ ଛକ ନିକଟରେ ଚେକିଂ ବେଳେ ଏକ କାର୍‌ରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଦିବ୍ୟଜ୍ୟୋତି ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।


COMMERCIAL BREAK
SCROLL TO CONTINUE READING

ଦିବ୍ୟଜ୍ୟୋତି ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଛି। ତେବେ କାରରେ ଏତେ ଟଙ୍କା କେଉଁଠୁ ଆସିଲା , ସେ ନେଇ ଖୋଳତାଡ ଜାରି ରହିଛି। ଚେକିଂ ବେଳେ ଦିବ୍ୟଜ୍ୟୋତିଙ୍କ କାର ଦୁର୍ଘଟଣା ଘଟାଇଥିବା ପୁଲିସ୍ କହିଛି। ପୁଲିସ୍ ବ୍ୟାରିକେଟକୁ ପିଟି ଗାଡିଟି ଭାଙ୍ଗିରୁଜି ଯାଇଛି। ତେବେ ଗାଡିଟିକୁ ଜବତ କରି ଥାନାକୁ ନିଆଯାଇଥିବା ପୁଲିସ୍ କମିଶନର ସୂଚନା ଦେଇଛନ୍ତି।


ଅନ୍ୟପଟେ ଗାଡ଼ିର ତଦାରଖ କରିବା ବେଳେ ଗୋଟେ ବ୍ୟାଗରୁ ବିଡା ବିଡ଼ା ନୋ୍ଟ ଓ ଗୋଟିଏ ଲାପଟପକୁ ଜବତ କରିଛି ପୁଲିସ। ଏହାସହ ଗାଡ଼ିକୁ ସିଜ୍ କରିଛି ପୁଲିସ । ଜବତ ଟଙ୍କାକୁ ନେଇ ଚାଳକଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ଥାନାକୁ ନେଇ ଅଧିକ ପଚରାଉଚରା କରିଛି ପୁଲିସ।


ଅଧିକ ପଢନ୍ତୁ...


ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଏହି ସବୁ ଦାବି ପୁରଣ କରିବେ ସରକାର...


https://zeenews.india.com/hindi/zeeodisha/state-news/nursing-workers-strike-withdrawn-in-odisha/2451229