Advertisement
Article Detail0/zeeodisha/odisha2680484
Zee OdishaOdisha StateBus Accident: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ଘଟଣାସ୍ଥଳରେ...

Bus Accident: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ଘଟଣାସ୍ଥଳରେ...

Bus Accident: ଭୟଙ୍କର ବସ୍ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍। ଖମ୍ବେଶ୍ବରୀ ନାମକ ଏକ ବସ୍ ଓଲଟି ପଡିଥିବା ସୂଚନା ମିଳିଛି। 

Bus Accident: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ଘଟଣାସ୍ଥଳରେ...

Bus Accident: ଭୟଙ୍କର ବସ୍ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।  କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍। ୧୫ ରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।  ଖମ୍ବେଶ୍ବରୀ ନାମକ  ଏକ ବସ୍ ଓଲଟି ପଡିଥିବା ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି  ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। ଏବଂ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି।

ALSO READ: Suna Besha 2025: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ALSO READ: Surya Shani Yuti 2025: ସୂର୍ଯ୍ୟ-ଶନିଙ୍କ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍

Add Zee News as a Preferred Source

ସୂଚନା ଅନୁସାରେ, ଆଜି  ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ୍ ରାୟପୁରରୁ ବ୍ରହ୍ମପୁର ଆସୁଥିଲା। ହେଲା ଦୁଭାଗ୍ୟବସତଃ ଆଜି ସକାଳୁ କଳିଙ୍ଗା ଘାଟିରେ ଏକ ଗୋଲେଇରେ ଭାରସାମ୍ୟ ହରାଇ  ହଠାତ୍ ଓଲଟି ପଡିଥିଲା। ବସଟି ଓଲଟି ପଡିବାରୁ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ।  ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସପିଟାଲ୍ କୁ ପଠାଇଥିଲା। ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା କିଭଳି ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। 

 

About the Author