Odisha News: ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ୱର ପଦବୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ୨୪ ତାରିଖରେ ଭୋଟ ଗଣତି ସହିତ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ମଙ୍ଗଳବାର ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Trending Photos
)
Odisha News: ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ୱର ପଦବୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ୨୪ ତାରିଖରେ ଭୋଟ ଗଣତି ସହିତ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ମଙ୍ଗଳବାର ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ୨୦ଟି ଜିଲ୍ଲାରେ ଖାଲିଥିବା ସରପଞ୍ଚ ଏବଂ ୨୩ ଜିଲ୍ଲାରେ ୱାର୍ଡ ମେମ୍ୱର ପଦବୀ ପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏଁ ଉକ୍ତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ମୃତ୍ୟୁ ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲ୍ଲାରେ ପରପଞ୍ଚ ଓ ୱାର୍ଡ ମେମ୍ୱରଙ୍କ ଆସନ ଖାଲି ରହିଛି । ଉପ-ଜିଲ୍ଲାପାଳଙ୍କ ଠାରୁ ଏ ସମ୍ପର୍କିତ ସୂଚନା ହସ୍ତଗତ ହେବା ପରେ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଚଳିତ ମାସ ୨୨ ତାରିଖରେ ନିର୍ବାଚନ ସମ୍ପର୍କରେ ଘୋଷଣା କରାଯିବ ଏବଂ ୨୬ରୁ ୩୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ । ଜୁନ୍ ୪ ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଜୁନ୍ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ । ପରଦିନ ଭୋଟ ଗଣତି ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।