)
Cabinet decision: ବୁଧବାର ଦିନ ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି। ଏହି ବୈଠକରେ ରାଜ୍ୟବ୍ୟାପୀ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ସରକାର ବହନ କରିବେ ବୋଲି ନିଷ୍ପତି ନେଇଛନ୍ତି। କହି କରଖୁଛୁ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ଏହି ସମ୍ବନ୍ଧୀୟ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।
ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ ସ୍ତରରେ ଇଂରାଜୀ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସାରା ଓଡ଼ିଶାରେ ୩୧୪ଟି OAV ପ୍ରତିଷ୍ଠା କରିଛନ୍ତି। ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୃଥକ ଛାତ୍ରାବାସ ଏବଂ ଛାତ୍ରୀ ନିବାସ ମଧ୍ୟ ସ୍ଥାପନ ହୋଇଛି।
ମୋଟ ୬୨୮ ହଷ୍ଟେଲ ମଧ୍ୟରୁ ୧୭୩ଟି ହଷ୍ଟେଲ (କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରାବାସ) ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଅନୁମୋଦିତ ପାଣ୍ଠି ଦ୍ୱାରା ପରିଚାଳିତ ହେଉଛି।
ବାକି ୪୫୫ ହଷ୍ଟେଲ (୩୧୪ ଛାତ୍ରାବାସ ଏବଂ ୧୪୧ ଛାତ୍ରୀ ନିବାସ) ର ଅନ୍ତେବାସୀମାନଙ୍କୁ ପ୍ରତି ମାସରେ ୨୦୦୦ ଟଙ୍କା ହଷ୍ଟେଲ ଫିସ୍ ଦେବାକୁ ପଡୁଥିଲା। ବୁଧବାର କ୍ୟାବିନେଟ ନେଇଥଇବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଏହି ୪୫୫ଟି ହଷ୍ଟେଲର ଅନ୍ତେବାସୀମାନଙ୍କ ହଷ୍ଟେଲ ଫି ବହନ କରିବେ। ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୪୫,୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ମାଗଣା ବୋର୍ଡିଂ ସୁବିଧା ପ୍ରଦାନ କରିବା ପାଇଁ ସରକାର ୨୦୨୫ ରୁ ୨୦୨୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୩୪୯.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ।