Odisha Politics: ପୁଣି ଏକାଠି ହେବେ କି ଭକ୍ତ ଚରଣ ଦାସ ଓ ଭୂପିନ୍ଦର ସିଂହ। ଭୂପିନ୍ଦରଙ୍କୁ ବିଶ୍ୱାସ କରିପାରିବେ କି କଂଗ୍ରେସ ନେତା? ନର୍ଲା ସାଜିବ କି କଂଗ୍ରେସ ଓ ଭୂପିନ୍ଦରଙ୍କ ଭିତରେ ସେତୁବନ୍ଧ? ଏମତି ପ୍ରଶ୍ନ ଉଠିବାର କାରଣ ହେଉଛି ଭୂପିନ୍ଦରଙ୍କ ସଦ୍ୟତମ ଇଙ୍ଗିତ। ବିଜେଡି କ୍ୟାମ୍ପରେ ଯୋଗ ଦେଇ ଅଲୋଡ଼ା ହୋଇପଡ଼ିଥିବା ଭୂପିନ୍ଦରଙ୍କ ବାରମ୍ବାର ଦଳ ବିରୋଧୀ ବୟାନ ଓ କଂଗ୍ରେସକୁ ପ୍ରଶଂସା ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଛି।
Trending Photos
)
Odisha Politics: ପୁଣି ଏକାଠି ହେବେ କି ଭକ୍ତ ଚରଣ ଦାସ ଓ ଭୂପିନ୍ଦର ସିଂହ। ଭୂପିନ୍ଦରଙ୍କୁ ବିଶ୍ୱାସ କରିପାରିବେ କି କଂଗ୍ରେସ ନେତା? ନର୍ଲା ସାଜିବ କି କଂଗ୍ରେସ ଓ ଭୂପିନ୍ଦରଙ୍କ ଭିତରେ ସେତୁବନ୍ଧ? ଏମତି ପ୍ରଶ୍ନ ଉଠିବାର କାରଣ ହେଉଛି ଭୂପିନ୍ଦରଙ୍କ ସଦ୍ୟତମ ଇଙ୍ଗିତ। ବିଜେଡି କ୍ୟାମ୍ପରେ ଯୋଗ ଦେଇ ଅଲୋଡ଼ା ହୋଇପଡ଼ିଥିବା ଭୂପିନ୍ଦରଙ୍କ ବାରମ୍ବାର ଦଳ ବିରୋଧୀ ବୟାନ ଓ କଂଗ୍ରେସକୁ ପ୍ରଶଂସା ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଛି।
ନିକଟରେ ଭୂପିନ୍ଦର ସିଂହ କହିଛନ୍ତି, ଦଳ ନୁହେଁ ଲୋକ ତାଙ୍କ ପାଇଁ ବଡ଼। ସେ ଯେଉଁ ଦଳରୁ ଠିଆ ହେଲେ ବି ଲୋକେ ତାଙ୍କୁ ସମାନ ସୁଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି। ଏପରିକି ୨୦୨୪ ନିର୍ବାଚନରେ ଦଳର ରଣନୀତିକୁ ସେ ସମାଲୋଚନା କରିଛନ୍ତି। ପୁଣି କଂଗ୍ରେସକୁ ପ୍ରଶଂସା କରିବାକୁ ଯାଇ ସେ କହିଛନ୍ତି ଯେ, ବିଜେଡି ଏବଂ ବିଜେପି ମଧ୍ୟରେ ବହୁତ କମ୍ ପାର୍ଥକ୍ୟ ଅଛି, ଯାହା ଭୋଟରମାନଙ୍କୁ କଂଗ୍ରେସକୁ ଏକ ବିକଳ୍ପ ଭାବରେ ଦେଖିବାକୁ ପ୍ରେରଣା ଦେଉଛି। ବିଜେଡି ତାର ବିରୋଧୀ ଭୂମିକାରେ ବିଫଳ ହୋଇଛି ବୋଲି କହିବା ସହ କଂଗ୍ରେସ ଏ ପରିସ୍ଥିତିର ଲାଭ ପାଉଛି ବୋଲି ସେ କହିଛନ୍ତି।
କିନ୍ତୁ କଂଗ୍ରେସକୁ ଏ ପ୍ରଶଂସା କ’ଣ ପିସିସି ମୁଖ୍ୟଙ୍କ ମନ କିଣିପାରିବ? ଅନ୍ୟତମ କଳାହାଣ୍ଡି ନେତା ତଥା ତାଙ୍କର ଏକତା ପ୍ରତିଦ୍ୱନ୍ଦ୍ୱୀ ଥିବା ଭକ୍ତ ଚରଣ ଦାସ କ’ଣ ତାଙ୍କ ପ୍ରତି ଆକୃଷ୍ଟ ହେବେ? ସର୍ବୋପରି ଭୂପିନ୍ଦର କ’ଣ ବିଶ୍ୱାସଯୋଗ୍ୟ ହେବେ?
ଏହାର ଉତ୍ତର ଖୋଜିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଭୂପିନ୍ଦରଙ୍କ ରାଜନୀତି ଉପରେ। ଭୂପିନ୍ଦର ହେଉଛନ୍ତି ଭାରି ଅଭିଜ୍ଞ ନେତା। ରାଜ୍ୟର ପଞ୍ଜାବୀ ବ୍ୟବସାୟିକ ସମ୍ପ୍ରଦାୟକୁ ସେ ଭଲ ଭାବେ ପ୍ରତିନିଧିତ୍ୱ କରନ୍ତି। ୧୯୮୦ ମସିହାରୁ ବିଧାୟକ ଭାବେ ସେ ରାଜ୍ୟରେ ପରିଚିତ ହୋଇଛନ୍ତି। ସେତେବଳେ କେସିଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ଲୋକେ ବିଧାନସଭା ପଠାଇଥିଲେ। ୧୫ ବର୍ଷ ଧରି ସେ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ତଥା ବିଜେଡି ଶାସନ ଆରମ୍ଭ ହେବା ପରେ ତାଙ୍କର ପ୍ରଭାବ ଟିକେ କମିଲା। ୨୦୦୯ ମସିହାରେ କିନ୍ତୁ ସେ ନର୍ଲା ବିଧାନସଭା ମଣ୍ଡଳୀରୁ ପୁଣି ବିଧାନସଭାକୁ ନିର୍ବାଚିତ ହେଲେ।ଏଥର ତାଙ୍କର ରାଜଜେଟକ ଥିଲା। ଅଧୋଗାମୀ କଂଗ୍ରେସର ସେ ଥିଲେ ଅନ୍ୟତମ ମଙ୍ଗୁଆଳ। ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ସେ ଗର୍ଜନ କରୁଥିଲେ। କିନ୍ତୁ ୨୦୧୪ ନିର୍ବାଚନ ବେଳକୁ ସେ ହଠାତ୍ କଂଗ୍ରେସ ଛାଡ଼ି ବିଜେଡି ଶିବିରରେ ହାଜର ହୋଇଗଲେ। ହେଲେ ବିଜେଡି ତାଙ୍କୁ ଟିକଟ ଦେଲା ନାହିଁ। ବରଂ ରାଜ୍ୟସଭାକୁ ପଠାଇଲା। ରାଜ୍ୟସଭାରେ ତାଙ୍କୁ ଭଲ ଲାଗୁ ନଥାଏ। ବିଜେଡି ବି ତାଙ୍କୁ କା’ ପ୍ରାର୍ଥୀ ଭାବେ ଦେଖିବା ସହ ୨୦୧୬ ମସିହାରେ ତାଙ୍କୁ ରାଜ୍ୟସଭାରୁ ଅପସାରଣ କରିନେଲା। ଅର୍ଥାତ୍ ୬ ବର୍ଷ ଜାଗାରେ ଭୂପିନ୍ଦର ଦି’ ବର୍ଷରେ ରାଜ୍ୟସଭା ପଦବୀ ହରାଇଲେ।
ଅବଶ୍ୟ ୨୦୧୪ ନିର୍ବାଚନରେ ନର୍ଲା ଆସନରୁ ସେ ବିଜେଡି ଟିକଟରେ ବିଧାୟକ ହୋଇଥିଲେ କିନ୍ତୁ ବିଧାସଭାରେ ସେ ସମ୍ମାନ ତାଙ୍କୁ ଆଉ ମିଳିଲା ନାହିଁ। କିଛି ସମାଲୋଚନା ତାଙ୍କୁ ମୁହେଁ ମୁହେ ସମାଲୋଚନା ବି କରିଥିଲେ।
ଆଜି ବିଜେଡି ତ କ୍ଷମତାରେ ନାହିଁ, ଭୂପିନ୍ଦର ବି ଅଲୋଡ଼ା ହୋଇ ପଡ଼ିଛନ୍ତି। ନା ତାଙ୍କୁ ଦଳ ପଚାରୁଛି ନା ନିଜର କର୍ମୀ ପଚାରୁଛନ୍ତି। ଏପରିକି ମିଡିଆ ତାଙ୍କୁ ବିଜେଡି ମାମଲାରେ ପଚାରିବାକୁ ଚାହୁଁନାହିଁ କି କଂଗ୍ରେସ ମାମଲାରେ। ଅର୍ଥାତ୍ ନିଜର ଅସ୍ତିତ୍ୱ ହରାଇବା ପରିସ୍ଥିତିରେ ଥିବା ଭୂପିନ୍ଦର ସିଂହ ଏବେ ନିଜ ଦଳ ବିରୋଧରେ ବୟାନ ଦେବା ଆରମ୍ଭ କରିଛନ୍ତି। ଯେହେତୁ ମିଡିଆର କିଛି ବର୍ଗରେ ବିଜେଡିର ନେତୃତ୍ୱ ଓ ବିଶୃଙ୍ଖଳାକୁ ନେଇ ଚର୍ଚ୍ଚା ହେଉଛି ସେଥିରେ ଭାଗ ନେଇ ବୈତରଣୀ ଉଦ୍ଧାର ହେବାକୁ ଚାହିଁଛନ୍ତି ଭୂପିନ୍ଦର। ଏଣୁ ଏ ଚର୍ଚ୍ଚା କଂଗ୍ରେସକୁ ଯିବା ପୂର୍ବରୁ ମିଡିଆରେ ହିଁ ସୀମିତ ରହିଯିବ ବୋଲି କିଛି ଚର୍ଚ୍ଚା କରୁଛନ୍ତି।