Advertisement
Article Detail0/zeeodisha/odisha2687794
Zee OdishaOdisha StateParadip Port: ପାରାଦୀପ ବନ୍ଦରରେ ସିବିଆଇ ରେଡ୍‍

Paradip Port: ପାରାଦୀପ ବନ୍ଦରରେ ସିବିଆଇ ରେଡ୍‍

CBI raids Paradip Port: ଗୁରୁବାର ଦିନ ସକାଳେ ସିବିଆଇର ଏକ ଆଠଜଣିଆ ଟିମ୍‍ ବନ୍ଦରର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ାସ୍ଥିତ ଘରେ ଏକା ସଙ୍ଗେ ଚଢ଼ାଇ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ତାଙ୍କ ଦ୍‍ୱାରା ବ୍ୟବହୃତ କମ୍ପ୍ୟୁଟରକୁ ମଧ୍ୟ ଜବତ କରାଯାଇଛି। 

 

CBI raids Paradip Port
CBI raids Paradip Port

ଭୁବନେଶ୍ୱର: ଏକ ଠିକାଦାର ସଂସ୍ଥାର ଜାଲିଆତି କାରବାରକୁ କେନ୍ଦ୍ର କରି ପାରାଦୀପ ବନ୍ଦର ଟ୍ରଷ୍ଟରେ ସିବିଆଇ ରେଡ୍‍ କରିଛି। ଏହି ମାମଲାରେ ୬୫ କୋଟି ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଜଣେ ହାଇଦ୍ରାବାଦ୍‍ ଭିତ୍ତିକ ଠିକାଦାର ୧୦ କୋଟି ଟଙ୍କାର ଜାଲିଆତ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ଠକେଇରେ ସଂଯୁକ୍ତ କରିଥିବା ଜଣାପଡ଼ିଛି। 

ଆଜି ସକାଳେ ସିବିଆଇର ଏକ ଆଠଜଣିଆ ଟିମ୍‍ ବନ୍ଦରର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ାସ୍ଥିତ ଘରେ ଏକା ସଙ୍ଗେ ଚଢ଼ାଇ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ତାଙ୍କ ଦ୍‍ୱାରା ବ୍ୟବହୃତ କମ୍ପ୍ୟୁଟରକୁ ମଧ୍ୟ ଜବତ କରାଯାଇଛି। 

Add Zee News as a Preferred Source

ମିଳିଥିବା ସୂଚନା ଅନୁସାରେ ଏକ ହାଇଦ୍ରାବାଦ ଭିତ୍ତିକ ଠିକାଦାର ସଂସ୍ଥା ଏଠାରେ ଷ୍ଟାଫ୍‍ କ୍ୱାର୍ଟର ତିଆରି ପାଇଁ ଟେଣ୍ଡର ବିଜୟୀ ହୋଇଥିଲେ।  ସର୍ତ୍ତ ମୁତାବକ ସେ ୧୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲେ। ହେଲେ କର୍ତ୍ତୃପକ୍ଷ ଏହି ବ୍ୟାଙ୍କ ଗ୍ୟାରେଣ୍ଟିକୁ ବିନା ଯାଞ୍ଚରେ ରଖିଥିଲ। ତାଙ୍କୁ କାମ ହସ୍ତାନ୍ତର କରିବା ସହ କାମ ମଧ୍ୟ ଆରମ୍ଭ କରାଯାଇଥିଲା। 

ସମ୍ପୃକ୍ତ ଠିକାଦାର ସଂସ୍ଥା କିଛି ସ୍ଥାନୀୟ ଠିକାଦାରଙ୍କୁ ଏଠାରେ ବିଭିନ୍ନ କାର୍ଯ୍ୟ ପାଇଁ ନିୟୋଜିତ କରିଥିଲେ। ହେଲେ ଏହି ନିୟୋଜିତ ଠିକାଦାରଙ୍କୁ କୌଣସି ଅର୍ଥ ନ ମିଳଳିବାରୁ ସେମାନେ ବିଭିନ୍ନ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Also Read: ୧ ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ୱର-ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା

Also Read: Bijapur Encounter: ଛତିଶଗଡ଼ରେ ନକ୍ସଲଙ୍କ ଉପରେ ବଡ଼ ଆକ୍ରମଣ; ୨୨ ନକ୍ସଲ ନିହତ, ଜଣେ ସୈନିକ ସହିଦ

About the Author