)
Srimandira Grahan Niti: ଆଜି ଚନ୍ଦ୍ରଗ୍ରହଣ । ଏଣୁ ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକରେ ନିତି ନିର୍ଘଣ୍ଟ ଅନୁସାରେ ଚାଲିଛି ସମସ୍ତ ନୀତି କାନ୍ତି। ରାତ୍ର ପ୍ରାୟ ୨ଟା ୨୦ରୁ ଫିଟିଛି ଶ୍ରୀମନ୍ଦିର ଦ୍ବାର। ୩ଟା ରେ ମଙ୍ଗଳ ଆଳତି ବଢି ମଇଲମ, ତଡପଲାଗି ଓ ଅବକାଶ ନୀତି ଶେଷ ହୋଇଛି। ୫.୨୦ରେ ଗୋପାଳବଲ୍ଲଭ ୫.୫୫ରେ ସକାଳଧୁପ ଓ ୭.୧୫ରେ ଉଠିଛି ଭୋଗମଣ୍ଡପ । ତେବେ ଦୈନନ୍ଦିନ ନୀତିକାନ୍ତି ଆଗକୁ ବଢିଛି। ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ସ୍ପର୍ଶ ମାତ୍ରେ ମହାପ୍ରଭୁଙ୍କର ମହାସ୍ନାନ ହେବ। ତତପରେ ଖଇକୋରା ଭୋଗ ହୋଇ ଅନ୍ୟାନ୍ୟ ନିତିକାନ୍ତି ଆଗକୁ ବଢିବ।
ଆଜି ସବୁଠୁ ବିରଳ ଚନ୍ଦ୍ର ଗ୍ରହଣ-:
ଆଜିର ଏହି ଚନ୍ଦ୍ରଗ୍ରହଣ ବା ପୁନର୍ବାସ ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ ୩ ଘଣ୍ଟା ଧରି ହେବ ଦୃଶ୍ୟମାନ ହେବ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ଯାଗ । ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି । ଆସନ୍ତାକାଲି ବ୍ରାହ୍ମ ମୂହୁର୍ତ୍ତରୁ ସ୍ନାନସାରି ଦେବକାର୍ଯ୍ୟ କରିବା ସହ ଅନ୍ନ ଖାଦ୍ୟ ଗ୍ରହଣ କରିପାରିବେ ।
ତେବେ ଆଜିର ଏହି ଚନ୍ଦ୍ର ଗ୍ରହଣ ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ, ତୁଳା, ମକର ଏବଂ ମୀନ ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ ପୂରଣ ହେବ । ତେବେ ମେଷ, କନ୍ୟା, ବିଛା ଓ ଧନୁ ରାଶିରେ ଚନ୍ଦ୍ର ଶୁଭ ହୋଇନଥିବା କାରଣରୁ ସେମାନେ ସତର୍କତା ଅବଲମ୍ବନ କରିବା ସହ ଚନ୍ଦ୍ର ଗ୍ରହଣ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଗର୍ଭବତୀ ଥିବା ମହିଳାମାନେ ଏହି ଚନ୍ଦ୍ର ଗହଣରେ ନିଜକୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ସନ୍ତାନର ମଙ୍ଗଳ ପାଇଁ କୋଳରେ ନଡିଆ ରଖି ନିଜ ଇଷ୍ଟଦେବଙ୍କୁ ଆରଧାନା କରିବା ସହ ଦାନଧର୍ମ କଲେ ମଙ୍ଗଳ ହେବ ବୋଲି କୁହାଯାଉଛି ।