)
Odisha Civil Services Exam 2023 Results: ଆଜି ଓଡ଼ିଶା ଲୋକସେବା ଆୟୋଗ ବା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୩ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୮୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍ ହୋଇଛନ୍ତି Opsc ଟପ୍ପର। ଏବଂ ଦ୍ବୀତିୟ ସ୍ଥାନରେ ଅନନ୍ୟା ମିଶ୍ର ରହିଛନ୍ତି। ଏବଂ ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ ରହିଛି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, 'ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ପ୍ରଶାସନିକ ସେବା ଏକ ଗର୍ବର ବିଷୟ ଏବଂ ରାଜ୍ୟର ବିକାଶଧାରାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣମାନେ ସ୍ୱଚ୍ଛ, ନିରପେକ୍ଷ ଓ ଲୋକାଭିମୁଖୀ ହୋଇ ତୃଣମୂଳସ୍ତରରୁ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରୁଛି। ଆପଣମାନଙ୍କ ଭବିଷ୍ୟତ କାର୍ଯ୍ୟକାଳ ଉଜ୍ଜ୍ୱଳ ହେଉ ଏବଂ ବୃତ୍ତିଗତ ଜୀବନରେ ଆପଣମାନେ ଉନ୍ନତି କରନ୍ତୁ ବୋଲି କାମନା କରୁଛି। '