Advertisement
Article Detail0/zeeodisha/odisha2998869

Odisha News:ଡୁମୁରିଆ ସ୍କୁଲରେ ଅଭାବନୀୟ ଘଟଣା,ନିଆଁରେ ପୋଡ଼ ହୋଇ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଗୁରୁତର

Odisha News: ନିଆଁରେ ପୋଡ଼ି ହୋଇ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଗୁରୁତର ହୋଉଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଟଣା ବ୍ଲକ ଡୁମୁରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Odisha News:ଡୁମୁରିଆ ସ୍କୁଲରେ ଅଭାବନୀୟ ଘଟଣା,ନିଆଁରେ ପୋଡ଼ ହୋଇ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଗୁରୁତର

Odisha News: ନିଆଁରେ ପୋଡ଼ି ହୋଇ ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଗୁରୁତର ହୋଉଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଟଣା ବ୍ଲକ ଡୁମୁରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଛାତ୍ରୀ ଜଣକ ହେଲେ ଜୟନ୍ତୀ ମୁଣ୍ତା।

ALSO READ: Puri News: ଆଜି ପ୍ରଥମାଷ୍ଟମୀ; ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ନୂଆ ବସ୍ତ୍ର ପିନ୍ଧିବେ ଶ୍ରୀଜିଉ

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସୂଚନା ଅନୁଯାୟୀ,ଗତକାଲି ସନ୍ଧ୍ୟା ସମୟରେ ଜୟନ୍ତୀ, ହଷ୍ଟେଲ୍ ରୋଷେଇ ଘରକୁ ଯାଇଥିବା ବେଳେ ତାଙ୍କ ପୋଷାକରେ ହଠାତ୍ ନିଆଁ ଲାଗିଯାଇଥିଲା । ଜୟନ୍ତୀ ଚିତ୍କାର କରିବାରୁ ରୋଷେୟା ସେଠାରେ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ ଡୁମୁରିଆ, ପରେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଜୟନ୍ତୀଙ୍କ ଶରୀରର ୨୦ଭାଗ ପୋଡ଼ିଯାଇଥିବା ବେଳେ, ଛାତ୍ରୀଙ୍କ ଶରୀରରେ ନିଆଁ କିଭଳି ଲାଗିଲା, ତାହା ଏବେ ସନ୍ଦେହ ଘେରରେ ରହିଛି। 

Add Zee News as a Preferred Source

 

About the Author