Advertisement
Article Detail0/zeeodisha/odisha3187311
Zee OdishaOdisha Stateଆଦି ପରବ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

'ଆଦି ପରବ' କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କ କରକମଳରେ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC), ନୂତନ ସାଇନ୍ସ ପାର୍କ, ପ୍ଲାନେଟୋରିୟମ, ଜନଜାତି ସଂଗ୍ରହାଳୟ ଏବଂ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ‘ନିର୍ମଳ ମୁଣ୍ଡା ପରିବେଶ ପଥ’ ର ଉଦଘାଟନ କରାଯାଇଛି।

'ଆଦି ପରବ' କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ଇସ୍ପାତ ସହର ରାଉରକେଲାଠାରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କ ସହ 'ଆଦି ପରବ' କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କ କରକମଳରେ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ICCC), ନୂତନ ସାଇନ୍ସ ପାର୍କ, ପ୍ଲାନେଟୋରିୟମ, ଜନଜାତି ସଂଗ୍ରହାଳୟ ଏବଂ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ‘ନିର୍ମଳ ମୁଣ୍ଡା ପରିବେଶ ପଥ’ ର ଉଦଘାଟନ କରାଯାଇଛି। ଏହି ଅଭିନବ ପ୍ରକଳ୍ପଗୁଡ଼ିକ ରାଉରକେଲାକୁ ଏକ ସୁରକ୍ଷିତ ଓ ସ୍ମାର୍ଟ ସିଟି ଭାବେ ଅଧିକ ସୁଦୃଢ଼ କରିବା ସହ ଆମର ଆଗାମୀ ପିଢ଼ି ପାଇଁ ଶିକ୍ଷା, ବିଜ୍ଞାନ ଓ ପରିବେଶ ସୁରକ୍ଷାର ପ୍ରମୁଖ କେନ୍ଦ୍ର ପାଲଟିବ। କାର୍ଯ୍ୟକ୍ରମରେ ବିଭିନ୍ନ ଛାତ୍ରସମୂହଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ଅତି ସୁନ୍ଦର ଭାବେ ଉପସ୍ଥାପିତ କରିଛି।

ସମାଜର ପ୍ରତିଟି ବର୍ଗର ବିକାଶ ଦ୍ୱାରା ହିଁ ଦେଶର ପ୍ରଗତି ସମ୍ଭବ ବୋଲି ମାନ୍ୟବର ରାଷ୍ଟ୍ରପତି ଯେଉଁ ମୂଲ୍ୟବାନ ଦିଗଦର୍ଶନ ଦେଇଛନ୍ତି, ତାହା ଆମକୁ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ପ୍ରଦାନ କରିଛି। ରାଉରକେଲା ଆଜି ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସାଂସ୍କୃତିକ ଐତିହ୍ୟର ଏକ ଅପୂର୍ବ ସମନ୍ୱୟ ଭାବେ ଉଭା ହୋଇଛି।ମାନ୍ୟବର ରାଷ୍ଟ୍ରପତିଙ୍କ ଆହ୍ୱାନ କ୍ରମେ, ଆସନ୍ତୁ ଆମେ ସମସ୍ତେ ଏହି ବିକାଶ ଯାତ୍ରାର ସାରଥି ସାଜିବା। ଜନସାଧାରଣଙ୍କ ସକ୍ରିୟ ସହଭାଗିତାରେ ହିଁ ଆମେ ରାଉରକେଲା ସମେତ ସମଗ୍ର ଓଡ଼ିଶାର ଏକ ସମୃଦ୍ଧ ଏବଂ ସ୍ୱାଭିମାନୀ ଭବିଷ୍ୟତ ନିର୍ମାଣ କରିବା।

ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଅବସରରେ ଆଜି ଝାରସୁଗୁଡା ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ମାଟିର ସୁଯୋଗ୍ୟା କନ୍ୟା ତଥା ଦେଶର ପ୍ରଥମ ନାଗରିକଙ୍କ ଏହି ଗସ୍ତ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ଏକ ଅନନ୍ୟ ମୁହୂର୍ତ୍ତ। ତାଙ୍କର ମାର୍ଗଦର୍ଶନ ଏବଂ ଉପସ୍ଥିତି ବିକଶିତ ଓଡ଼ିଶା ଗଠନ ଦିଗରେ ଆମକୁ ସଦାସର୍ବଦା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Add Zee News as a Preferred Source

Also Read- TMC କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଗୁରୁତର, ଅନେକ ଆହତ !

Also Read- Weather: ହିଟ୍‌ ୱେଭ୍‌ ନେଇ ଜାରି ହେଲା ୱାର୍ଣ୍ଣିଂ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

About the Author