Advertisement
Article Detail0/zeeodisha/odisha2745761
Zee OdishaOdisha Stateଦୀଘା ମନ୍ଦିରକୁ ଧାମ ଲେଖିବା ପ୍ରସଙ୍ଗ, ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୀଘା ମନ୍ଦିରକୁ ଧାମ ଲେଖିବା ପ୍ରସଙ୍ଗ, ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୀଘା ମନ୍ଦିରକୁ ଧାମ ଲେଖିବା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ ଏବଂ ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । 

ଦୀଘା ମନ୍ଦିରକୁ ଧାମ ଲେଖିବା ପ୍ରସଙ୍ଗ, ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଦୀଘା ମନ୍ଦିରକୁ ଧାମ ଲେଖିବା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ ଏବଂ ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ । ପୁରୀରେ ଥିବା ‘ଜଗନ୍ନାଥ ଧାମ’ ପବିତ୍ର ସ୍ଥାନ ଏବଂ ସ୍ବତନ୍ତ୍ର ଅନ୍ୟ କୌଣସି ଠାରେ ‘ଜଗନ୍ନାଥ ଧାମ’ ବ୍ୟବହାର ଲୋକଙ୍କୁ ଆଘାତ ଦେଇଛି । କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଦୀଘା ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚିଠିରେ ଉଲ୍ଲେଖ ରହିଛି ଯେ, ପଶ୍ଚିମବଙ୍ଗର ଦୀଘାରେ ସଦ୍ୟ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ "ଜଗନ୍ନାଥ ଧାମ" ନାମକରଣ କରାଯିବା ଉପରେ ଓଡ଼ିଶା ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଆପଣମାନେ ଭଲ ଭାବରେ ଜାଣନ୍ତି ଯେ, ଓଡ଼ିଶାର ପୁରୀରେ ଥିବା ଶ୍ରୀ ଜଗନ୍ନାଥ ଧାମ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ ଏବଂ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ ବରଂ ଭାରତ ଏବଂ ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଅନନ୍ୟ ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ। "ଜଗନ୍ନାଥ ଧାମ" ନାମଟି ପୁରୀ ସହିତ ଜଡିତ ଏକ ଅନନ୍ୟ ଏବଂ ପବିତ୍ର ପରିଚୟ ଏବଂ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସମ୍ପର୍କରେ ଏହାର ବ୍ୟବହାର ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ଭକ୍ତ ଏବଂ ସାଧାରଣ ଲୋକଙ୍କ ଭାବନାକୁ ଆଘାତ ଦେବା ସହିତ ପୁରୀର ଶ୍ରୀ ଜଗନ୍ନାଥ ଧାମର ସ୍ୱତନ୍ତ୍ର ଐତିହ୍ୟକୁ କ୍ଷୀଣ କରିଥାଏ।

ଆମେ ସମସ୍ତ ଅଞ୍ଚଳରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ପ୍ରଚଳିତ ଭକ୍ତିକୁ ସ୍ୱୀକାର ଏବଂ ପ୍ରଶଂସା କରୁଛୁ, କିନ୍ତୁ ଦୀଘା ମନ୍ଦିର ପାଇଁ ସରକାରୀ ଏବଂ ପ୍ରଚାରମୂଳକ ପ୍ରସଙ୍ଗରେ "ଜଗନ୍ନାଥ ଧାମ" ଶବ୍ଦର ବ୍ୟବହାର ଭକ୍ତମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ସମ୍ଭାବନା ଅଛି, ପ୍ରଭୁଙ୍କ ମୂଳ ଏବଂ ପୂଜ୍ୟ ବାସସ୍ଥାନ ଭାବରେ ପୁରୀର ଐତିହାସିକ ପରିଚୟକୁ ଦୁର୍ବଳ କରିଦେବ ଏବଂ ଓଡ଼ିଶାବାସୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ। ଏହାକୁ ଦୃଷ୍ଟିରେ ରଖି, ମୁଁ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରୁଛି ଯେ ଦୀଘାରେ ସଦ୍ୟ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ସମ୍ପର୍କରେ "ଜଗନ୍ନାଥ ଧାମ" ନାମ ବ୍ୟବହାର ଉପରେ ପୁନଃବିଚାର କରନ୍ତୁ ଏବଂ ଏହାର ସରକାରୀ ନାମକରଣ, ଯୋଗାଯୋଗ ଏବଂ ପ୍ରଚାର ସାମଗ୍ରୀରେ "ଜଗନ୍ନାଥ ଧାମ" ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରୁହନ୍ତୁ। 

Add Zee News as a Preferred Source

ମୁଁ ଆନ୍ତରିକ ଭାବରେ ଆଶା କରୁଛି ଯେ ପଶ୍ଚିମବଙ୍ଗ ସରକାର ଏହି ପ୍ରସଙ୍ଗରେ ଆନ୍ତଃରାଜ୍ୟ ସମ୍ମାନ ଏବଂ ସାଂସ୍କୃତିକ ସମ୍ବେଦନଶୀଳତାର ଭାବନା ବଜାୟ ରଖିବେ ଏବଂ ଆମର ଚିନ୍ତାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ।

ସୂଚନାଯୋଗ୍ୟ, ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହା ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।  

Also Read- ହିନ୍ଦୁ ଧର୍ମ ଗ୍ରହଣ କଲେ ନର୍ଗିସ୍, ପ୍ରେମିକଙ୍କୁ ବିବାହ କଲେ, ପରିବାର ନାଁରେ ଅଭିଯୋଗ କଲେ

Also Read- Gold Horoscope: ଏହି ୫ଟି ରାଶିର ବ୍ୟକ୍ତି ଏହି ବାରରେ ସୁନା ପିନ୍ଧିବା ଅତ୍ୟନ୍ତ ଶୁଭ, ମିଳିଥାଏ ଆଶୀର୍ବାଦ

About the Author