)
ଭୁବନେଶ୍ୱର: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ ହୋଇଛି । ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅତିରିକ୍ତ ବଜେଟ୍ ଆଗତ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବି କରାଯାଇଛି ।
ଅତିରିକ୍ତ ବଜେଟ୍ ର ଆବଶ୍ୟକତା
ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ୱଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଉପଲବ୍ଧ ସମ୍ୱଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ୱଳର ପ୍ରାପ୍ତି ମାଧ୍ଯମରେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି । ନିମ୍ନଲିଖିତ ପରିପ୍ରେକ୍ଷୀରେ ଅତିରିକ୍ତ ବରାଦ ଆବଶ୍ୟକ ହେଉଛି ।
(i) ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ।
(ii) ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ ।
(iii) ଓଡିଶା ଆକସ୍ମିକ ପାଣ୍ଠିରୁରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ।
(iv) ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ।
ଅତିରିକ୍ତ ବଜେଟ୍ ପାଇଁ ଅର୍ଥ ବ୍ୟବସ୍ଥା
ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ଵୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ଜାତୀୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି (NDRMF) ରେ ଉପଲବ୍ଧ ରାଶି ଦ୍ବାରା ଭରଣା କରାଯିବ । ଅତିରିକ୍ତ ବଜେଟ୍ରେ 17,440 କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦ ମଧ୍ଯରୁ, 1232 କୋଟି ଟଙ୍କା ସହବନ୍ଧିତ ସମ୍ବଳ ମାଧ୍ଯମରେ ପୂରଣ କରାଯିବ ଓ ଅବଶିଷ୍ଟ ଅର୍ଥରାଶି ବର୍ଷ ଶେଷରେ ପାଣ୍ଠି ସମର୍ପଣ ମାଧ୍ୟମରେ ପୂରଣ କରାଯିବ ।
ପ୍ରଶାସନିକ ବ୍ୟୟ ପାଇଁ ଅର୍ଥ ବ୍ୟବସ୍ଥା
ପ୍ରଶାସନିକ ବ୍ୟୟ ପାଇଁ ମୋଟ 3389 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିମଧ୍ୟରୁ 1406 କୋଟି ଟଙ୍କା ସୁଧ ଦେୟ ଏବଂ 133 କୋଟି ଟଙ୍କା ଓଡିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ପାଇଁ ଉଦ୍ଦିଷ୍ଟ । ସରକାରୀ ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ 205 କୋଟି ଟଙ୍କା ଏବଂ ଅଣ-ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ 306 କୋଟି ଟଙ୍କା ପ୍ରଦାନ କରାଯାଇଛି । ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ 250 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପର କଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ 116 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପାଣି ପଞ୍ଚାୟତର ଅଚଳ ଉଠାଜଳସେଚନଗଡ଼ୁକର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ଉଠାଣ ଜଳସେଚନ ନିଗମ (OLIC) 66 କୋଟି ଟଙ୍କାର ଅନୁଦାନ ଏବଂ ସମ୍ପୂର୍ଣ୍ଣହୋଇଥିବ ଥୁବା କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ବାବଦକୁ OLICକୁ 20 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ପରି ପରିଷଦ ନିର୍ବାଚନ ପରିଚାଳନା ପାଇଁ 42 କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟାଗ (OSSSC) ପକ୍ଷରୁ ନିଯୁକ୍ତି ପରୀକ୍ଷ ପରିଚାଳନା ପାଇଁ 23 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସରକାରୀ କଲେଜ ପାଇଁ 36 କୋଟି ଟଙ୍କା ଏବଂ ସରକାରୀ ତାଲିମ ମହାବିଦ୍ୟାଳୟ ପାଇଁ 16 କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ମାଧ୍ଯମିକ ଶିକ୍ଷା ପରିଷଦ (BSE) ପାଇଁ 13 କୋଟି ଟଙ୍କାର ଅନୁଦାନ । ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ 5 କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ 14 କୋଟି ଟଙ୍କାର ଅନୁଦାନ ।
ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି
ଅଗ୍ନିଶମ ସେବାର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ପାଇଁ 2025-26 ଅତିରିକ୍ତ ବଜେଟରେ ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ଅଧୀନରେ 171 କୋଟି ଟଙ୍କା ପ୍ରଦାନ କରାଯାଇଛି ।
ରାଜ୍ୟ ବଜେଟ୍ରୁ ହସ୍ତାନ୍ତର
ଅତିରିକ୍ତ ବ୍ୟୟ ବିବରଣୀ, 2025-26ରେ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ 164 କୋଟି ଟଙ୍କା ହସ୍ତାନ୍ତର ପାଇଁ ପ୍ରସ୍ତାବ ରହିଛି ।
କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା:
ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀ ଅଧୀନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ 3000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବ ବସ୍ଥାରେ ରିହାତି ପାଇଁ 1325 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍ ସହାୟତା ପାଇଁ 850 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା କୁକୁଡ଼ା ପାଳନ ବିକାଶ ପାଇଁ 137 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (MKY) ଗୋପାଳନ ପାଇଁ 91 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜଳ ନିଅଣ୍ଟ ଥିବା ଅଞ୍ଚଳରେ ଭୂତଳ ଜଳର ସହନୀୟ ଉତ୍ତୋଳନ ପାଇଁ 100 କୋଟି ଟଙ୍କାର ବ୍ୟବସ୍ଥା । ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସ ପାଇଁ 300 କୋଟି ଟଙ୍କା ଏବଂ ସମବାୟ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ 96 କୋଟି ଟଙ୍କାର ବ୍ୟୟବରାଦ ।
ସ୍ବାସ୍ଥ୍ୟ ସେବା
ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ 994 କେ କୋଟି ଟଙ୍କା ପ୍ରଦାନ କରାଯାଇଛି । କଟକ ମେଡିକାଲ କଲେଜରେ ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ କୀୟ ଉନ୍ନତିକରଣ ନିମନ୍ତେ 50 କୋଟି ଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୁଲଭ ତୃତୀୟକ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ 40 କୋଟି ଟଙ୍କା ଆବଣ୍ଟନ ସ୍ତନ କରାଯାଇଛି । ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ 13 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ମହିଳା ଓ ଶିଶୁ ସଶକ୍ତିକରଣ
ସୁଭଦ୍ରା ଯୋଜନା ପାଇଁ 295 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ 20 200 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତମୂଳକ । ନଗଦ ହସ୍ତାନ୍ତର ପାଇଁ ଇଁ 142 କୋଟି ଟଙ୍କା ପ୍ରଦାନ କରାଯାଇଛି । ICDS ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସହାୟତା ବାବଦକୁ 69 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପିତାମାତାହୀନ, ଏକାକୀ ପିତାମାତା ଏବଂ ବଂ ଅବହେଳିତ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ପଶୋଦା-ଆଶୀର୍ବାଦ ଅଧୀନରେ 11 କୋଟି ଟଙ୍କା ବ୍ୟବସ୍ଥା ଏବଂ ଆର୍ଥିକ ସୁରକ୍ଷା ପାଇଁ ଯଶୋଦା-କରାଯାଇଛି । ଶକ୍ତି ସଦନ (ସାମର୍ଥ୍ୟ) ପାଇଁ 33 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ 405 କୋଟି ଟଙ୍କାର ବ୍ୟବସ୍ଥା । ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ 426 କୋଟି ଟଙ୍କାର ବ୍ୟବସ୍ଥା ।
ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ
ପିଏମ୍ - ପୋଷଣ ଅଧୀନରେ 392 କୋଟି ଟଙ୍କାର ବ୍ୟବସ୍ଥା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 320 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ 307 କୋଟି ଟଙ୍କା । ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ 207 କୋଟି ଟଙ୍କାର ଅନୁଦାନ ଏବଂ ବେସରକାରୀ ଉଚ୍ଚତର ମାଧ୍ଯମିକ ବିଦ୍ୟାଳୟ ପାଇଁ 121 କୋ କୋଟି ଟଙ୍କାର ଅନୁଦାନ । ନିରୀକ୍ଷଣ ଅଧିକାରୀଙ୍କ ପ୍ରଶିକ୍ଷଣ ପାଇଁ 47 କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ପାଇଁ 19 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
କୋଟି ଟଙ୍କା ଆବଣ୍ଟନ କେନ୍ଦ୍ରୀୟ ୟ ପ୍ରବର୍ତ୍ତିତ ଯୋଜନା PM-JANMAN ଅଧୀନରେ 188 କୋଟି କରାଯାଇଛି । ଯୋଗ୍ୟ ବେସରକାରୀ କଲେଜ ପାଇଁ 98 କୋଟି ଟଙ୍କାର ଅନୁଦା ଅନୁଦାନ ବ୍ୟବସ୍ଥା । ବେସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ 50 କୋଟି ଟଙ୍କା ବ୍ୟୟ ବରାଦ । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଇ-ଗଭର୍ଣାନ୍ସ ଅଧୀନରେ 37 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ନୂତନ ଯୋଜନା ଶକ୍ତିଶ୍ରୀ ଅଧୀନରେ 15 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ବିଶ୍ବବ୍ୟାଙ୍କ ସହାୟତାରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ 13 କୋଟି ଟଙ୍କାର ବ୍ୟବସ୍ଥା । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (RUSA) ଅଧୀନରେ ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କ୍ରୀଡା ଓ ଖେଳ ପାଇଁ 32 କୋଟି ଟଙ୍କା ଅନୁଦାନ ଓ ସହାୟତା ଆକାର ଆବଣ୍ଟନ କରାଯାଇଛି ।
ଅନୁସୂଚିତ ଜ ଜନଜାତି ଓ ଅନୁସୂଚିତ ଜାତି ବିକାଶ
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ପ୍ରି-ମାଟ୍ରିକ୍ ଏବଂ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍) ପାଇଁ 216 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (PM AJAY) ପାଇଁ 147 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି ବିକାଶ ଯୋଜନା ଅଧୀନରେ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ 80 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମାଟ୍ରିକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଏକ ପ୍ରମୁଖ ଯୋଜନା ଅଧୀନରେ ମାଟ୍ରି ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ 64 କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ 39 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସହାୟତା ରୂପରେ 21 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅନ୍ୟାନ୍ୟ ପଛୁଆ ବର୍ଗ (OBC), ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (EBC), ଏବଂ ବିଜ୍ଞପିତ ଯାଯାବର ଜନଜାତି (DNT) ଛାତ୍ରଛାତ୍ରୀଙ୍କ ପାଇଁ PM Young Achievers Scholarship Award Scheme for Vibrant India For OBCs and Others (PM-YASASVI) ପାଇଁ 13 କୋଟି ଟଙ୍କାର ବ୍ୟବସ୍ଥା ।
ଜଙ୍ଗଲ ଓ ପରିବେଶ
ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ 242 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ 80 କୋଟି ଟଙ୍କା ଏବଂ ପରିବେଶ ପର୍ଯ୍ୟଟନ (ecotourism)ର ବିକାଶ ପାଇଁ 80 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପଦକ୍ଷେପ ପାଇଁ 25 କୋଟି ଟଙ୍କା ଏବଂ ହାତୀ ଚଲାପଥ ପରିଚାଳନା ପାଇଁ 25 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ (GCF) ପ୍ରକଳ୍ପ ପାଇଁ 31 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସବୁଜ ମହାନଦୀ ମିଶନ ପାଇଁ 29 କୋଟି ଟଙ୍କା ଏବଂ ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ 12 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏବଂ ଜୈବ ବିବିଧତା ବୋର୍ଡ ପାଇଁ 20 କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନା ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ ସଂରକ୍ଷଣ (CNRE) ପାଇଁ 7 କୋଟି ଟଙ୍କା ଏବଂ ଜାତୀୟ ବାଉଁଶ ମିଶନ ଅଧୀନରେ 3 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ
ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ପାଇଁ 142 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେତୁବନ୍ଧନ ଯୋଜନା (RIDF) ପାଇଁ 120 କୋଟି ଟଙ୍କା ପ୍ରଦାନ କରାଯାଇଛି । ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ 57 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ଅନୁଷ୍ଠାନର କୋଠା ନିର୍ମାଣ ପାଇଁ 36 କୋଟି ଟଙ୍କାର ବ୍ୟୟବରାଦ । ORM RMASକୁ କାର୍ଯ୍ୟକାରୀ ସହାୟତା ୟତା ବାବଦକୁ 31 କୋଟି ଟଙ୍କା ଯୋଗାଇ ଦିଆଯିବ । ଯୋଗାଯୋଗ (IEC) କାର୍ଯ୍ୟକଳାପ ପାଇଁ 10 କୋଟି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ଅଧୀନରେ 41 କୋଟି ଟଙ୍କା ଏବଂ PM-JANMAN (ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ) ଅଧୀନରେ 30 କୋଟି ଟଙ୍କାର ବ୍ୟବସ୍ଥା ।
ସହରାଞ୍ଚଳ ବିକାଶ
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ 100 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଯୋଜନା ଅମୃତ ପ୍ରକଳ୍ପ 2.0 ପାଇଁ 64 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସହରାଞ୍ଚଳ ନିକାୟ ସ୍ବଚ୍ଛ ଓଡ଼ିଶା ଅଧୀନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରାଞ୍ଚଳ ଅନୁଦାନ ଆକାରରେ 50 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସୁଜଳ ଯୋଜନା ଅଧୀନରେ ସହରାଞ୍ଚଳ ଜଳ ଯୋଗାଣ ପାଇଁ WATCOକୁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ 30 କୋଟି ଟଙ୍କା ଏବଂ ସହରାଞ୍ଚଳ ସଡ଼କ ପରିବହନ ଅଧୀନରେ 30 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହାର ଯୋଜନା ଅଧୀନରେ ସହରାଞ୍ଚଳର ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ 15 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ବିଦ୍ୟା ପଦକ୍ଷେପ ଭିଭିଭୂମି ବିକାଶ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ରରେ ସଡ଼କ ପୁନଃନିର୍ମାଣ ଯୋଜନା ପାଇଁ 28 କୋଟି ଟଙ୍କା ଆବଣ୍ଟନ କରାଯାଇଛି । OSWANର ହରିଜଣ୍ଟାଲ୍ କନେକ୍ଟିଭିଟି ପାଇଁ 71 କୋଟି ଟଙ୍କା ଆବଣ୍ଟନ କରାଯାଇଛି । Bharat Net ପ୍ରକଳ୍ପ ପାଇଁ 22 କୋଟି ଟଙ୍କା ପ୍ରଦାନ କରାଯାଇଛି । ପୁରୀରେ ସବମିରାଇନ୍ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ (CLS) ପାଇଁ 4 କୋଟି ଟଙ୍କା ପ୍ରଦାନ କରାଯାଇଛି।
ସଂସ୍କୃତି ଓ ପର୍ଯ୍ୟଟନ ପାଇଁ ପ୍ରୋତ୍ସାହନ ଅଧୀନରେ 100 କୋଟି ଟଙ୍କା ଏବଂ ବିଭିନ୍ନ ସାଂସ୍କୃତିକ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସଂସ୍କୃତି ନିର୍ଦ୍ଦେଶାଳୟକୁ 30 କୋଟି ଟଙ୍କା ଆବଣ୍ଟନ କରାଯାଇଛି । କଳାମଣ୍ଡଳ ପ୍ରତିଷ୍ଠାନ ପାଇଁ ୨୦ କୋଟି ଟଙ୍କା । ଅନୁଷ୍ଠାନଗୁଡ଼ିକୁ 60 କୋଟି ଟଙ୍କାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନ ଅନୁଦାନ ପ୍ରସ୍ତାବ । ରବୀନ୍ଦ୍ର ମଣ୍ଡପ ଓ କଳା ମଣ୍ଡପର ନବୀକରଣ ପାଇଁ 10 କୋଟି କୋଟି ଟଙ୍କା ଏବଂ ରାଜ୍ୟ ସଂଗ୍ରହାଳୟ ଓ ଗବେଷଣା ପାଇଁ 6 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପର୍ଯ୍ୟଟନ ସୂଚନା ଏବଂ ପ୍ରଚାର ପାଇଁ 50 ଟଙ୍କା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନର ଉନ୍ନତିକରଣ ଏବଂ ନବୀକରଣ ପାଇଁ 23 କୋଟି ଟଙ୍କା ପ୍ରଦା ଦାନ କରାଯାଇଛି ।
FRBM ଅନୁପାଳନ ଏବଂ ଅତିରିକ୍ତ ବଜେଟ୍, 2025-26:
ଅତିରିକ୍ତ ବ୍ୟୟ ତାଲିକା, 2025-26 FRBM ଅନୁପାଳନକାରୀ ଅଟେ କାରଣ ସଞ୍ଚୟ କିମ୍ବା ସମର୍ପଣ ଆକାରରେ ଅତିରିକ୍ତ ସମ୍ୱଳ ବ୍ୟବସ୍ଥା କରାଯାଇଛି । ଏହି ଅତିରିକ୍ତ ବଜେଟ୍ ସହିତ, ରାଜସ୍ବ ବଳକା ସ୍ଥିତି ବଜାୟ ରହିବା ସହ ବିତ୍ତୀୟ ନିଅଣ୍ଟକୁ GSDPର 3% ମଧ୍ୟରେ ସୀମିତ ରହିବ ଏ ବର୍ଷ ଶେଷରେ ଋଣ-GSDPର ଅନୁପାତକୁ 25% ମଧ୍ୟରେ ବଜାୟ ରହିବା ପାଇଁ ଆକଳନ କରାଯାଇଛି । ଅକ୍ 2025 ପର୍ଯ୍ୟନ୍ତ ଋଣ-GSDPର ଅନୁପାତ 11.9% ଏବଂ ସୁଧ ଦେୟ-ରାଜସ୍ବ ପ୍ରାପ୍ତିର ଅନୁପାତ 2.2 2.2% ରହିଛି । ଅତିରିକ୍ତ ବ୍ୟବସ୍ଥା ବସ୍ଥା ସହିତ 2025-26 ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ GSDPର 6 ପ୍ରତିଶତରୁ ଅଧିକ ହେବ । ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ଏବଂ ଏଥିସହିତ ରାଜ୍ୟ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସକ୍ଷମ ହେବ ।
ସୂଚନାଯୋଗ୍ୟ, ବଜେଟ୍ ପୂର୍ବରୁ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା । ଆଜି ବିଧାନସଭା ଅଧିବେଶନରେ ପ୍ରମୁଖ ବିଷୟଗୁଡିକ ଉପରେ ଆଲୋଚନା ହୋଇଛି । ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ । ୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ରାଜ୍ୟରେ ସମୁଦାୟ ସରକାରୀ ସ୍କୁଲ ସଂଖ୍ୟା ୪୮୫୨୨ । ୧୧୪ଟି ସ୍କୁଲରେ ଶୌଚାଳୟ ନାହିଁ ବୋଲି ଗୃହରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏଥିସହ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି । ୩୧୫ ପ୍ରିନ୍ସିପାଲ ପଦବୀରୁ ୨୬୧ ପଦବୀ ଖାଲି ପଡ଼ିଛି ସେହିପରି ୧୮୫ ଭାଇସ ପ୍ରିନ୍ସିପାଲ ପଦବୀ ବି ଫାଙ୍କା ପଡ଼ିଛି । ୮୮୩ PGT ୬୬୫ TGT ପଦବୀ ମଧ୍ୟ ଖାଲି ରହିଛି । ୩୦ ଜିଲ୍ଲାରେ ଥିବା ୩୧୫ ବିଦ୍ୟାଳୟର ସ୍ଥିତି ନେଇ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି ।