Trending Photos
)
Odisha News: ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଭୁଶୁଡିବାରେ ଲାଗିଛି। ଏଭଳି କିଛି ଅଭିଯୋଗ ଆଣି ଆଜି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ବିଧାୟକମାନେ ଧାରଣାରେ ବସିଛନ୍ତି। ଏହା ସହିତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛି କଂଗ୍ରେସ। ଆଜିର ବିଧାନସଭା କାର୍ଯ୍ୟ ବେଶ ସରଗରମ ହୋଇଥିବା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକମାନେ କାର୍ଯ୍ୟ ଦିବସ ଆରମ୍ଭରୁ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଦୁଇ ଦିନ ଧରି ହଙ୍ଗାମା କରିବାକୁ ଯୋଜନା କରିଛି ବିରୋଧୀ କଂଗ୍ରେସ। କଳା ପଟି ବାନ୍ଧି ପ୍ରତିବାଦ କରିଛି ଦଳ। ଏନେଇ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ ଦଳ । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ ।
ସେପଟେ ଦୁଇଦିନିଆ ଛୁଟି ପରେ ବିଧାନସଭା ବସୁଥିବାରୁ ବିଭିନ୍ନ ପ୍ରସଙ୍ଗରେ ଆଜି ଗୃହ ବେଶ ଉଷ୍ମ ହେୂବାର ସମ୍ଭାବନା ରହିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ସେହିପରି ଆଜିଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗର ଖର୍ଚ ଦାବି ଆଲୋଚନା ରହିଛି। ଶୂନ୍ୟକାଳରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ରାଜ୍ୟ ସଂଗୀତ ପ୍ରତି ଅପପାନ ଓ ଓଡିଶା କହିଲେ କଟକ, ପୁରୀ ଓ ବାଲେଶ୍ଵର ବୟାନ ପ୍ରସଙ୍ଗ, ନାରୀ ନିର୍ଯାତନା, ବିଜୁ ପଟ୍ଟନାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ହୀନ ରାଜନୀତି ଆଦି ପ୍ରସଙ୍ଗ ଗୃହରେ ଉଠିବା ନେଇ ଯେଉଁ ଆଶଙ୍କା କରାଯାଉଥିବା ତାହା ବାସ୍ତବ ରୂପ ନେଇଛି।
ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି ଓ ପଞ୍ଚାୟତିରାଜ ଦିବସର ତାରିଖ ପରିବର୍ତ୍ତନକୁ ନେଇ ବିରୋଧି ବିଜେଡି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଆଲୋଚନା ପାଇଁ ବିଜେଡି ପୂର୍ବରୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ବାଚସ୍ପତି ସ୍ୱିକାର କରିଥିଲେ। ମାତ୍ର ଆଜି ଶୂନ୍ୟକାଳ ପୂର୍ବରୁ ଗୃହରେ ବିଜେଡି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଫଳରେ ଘଣ୍ଟାଏ ଗୃହ କାର୍ଯ୍ୟ ଚାଲିବା ପରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ। ପରେ ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ପରିସରରେ ଥିବା ମଧୂସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜୁ ଜନତା ଦଳର ବିଧାୟକମାନେ ଧାରଣା ଦେଇଥିଲେ। ଯେଉଁ ଓଡିଆ ଅସ୍ମିତାକୁ ନାରା ଦେଇ ଶାସନ ଗାଦିକୁ ବିଜେପି ଆସିଛି ତାହାରି ବିରୋଧିରେ ବିଜେପି ବିଧାୟକମାନେ କିପରି ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ବିଧାୟକମାନେ ପ୍ରଶ୍ନ ଉଠାଇଛନ୍ତି।