Boycott Puri: ତେବେ ବେଙ୍ଗଲୀ ପର୍ଯ୍ୟଟକ ପୁରୀ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଯିଏ ବୟକଟ କରିଛନ୍ତି ସେମାନେ ବୟକଟ ହୋଇଯିବେ କହିଛନ୍ତି ବରିଷ୍ଠ ସେବାୟତ। ପୂର୍ବରୁ ଥରେ ଦୁଇଥର ଏହିଭଳି ପ୍ରଚାର ହୋଇଥିଲା ମାତ୍ର ସେତେବେଳେ ସର୍ବାଧିକ ବେଙ୍ଗଲି ପୁରୀ ଆସିଥିଲେ ବୋଲି କହିଛନ୍ତି ବରିଷ୍ଠ ସେବାୟତ।
Trending Photos
Boycott Puri: ଦୀଘା ଜଗନ୍ନାଥ ମନ୍ଦିର ନାଁରେ ମୂଳ ପୀଠ ବିରୋଧରେ ଚାଲିଛି କି ବଡ ଷଡ଼ଯନ୍ତ୍ର ! ଜଗନ୍ନାଥ ମନ୍ଦିର କରି ଜଗନ୍ନାଥ ଧାମ ନାଆଁ ଦେଲେ। ମୂର୍ତ୍ତି ନିର୍ମାଣ କୁ ନେଇ ବିବାଦ ପରେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ ପୁରୀ।ସୋସିଆଲ ମିଡିଆରେ ବୟକଟ ପୁରୀ ପୋଷ୍ଟର ମାରି ଟ୍ରେଣ୍ଡ କରାଉଛି * *ବଙ୍ଗ ବାହିନୀ*। ଓଡ଼ିଆ କହିଲେ କେବଳ ପୁରୀ କିମ୍ବା ଓଡ଼ିଶା ନାଆଁ ଓଡ଼ିଶାରୁ ହସ୍ପିଟାଲ କୁ ବି ବୟକଟ କରିବେ ବେଙ୍ଗଲୀ !ପୋଷ୍ଟର ରେ ଲେଖାଯାଇଅଛି ବୟକଟ ପୁରୀ ଟୁରିଯିମ୍। ବେଙ୍ଗଲୀ ଭକ୍ତ କହିଛନ୍ତି ଜଗନ୍ନାଥ ଦର୍ଶନ ଓ ମହୋଦଧି ପାଇଁ ପୁରୀ ଆସୁଛୁ। ବୟକଟ କହିବା ଉଚିତ୍ ନୁହେଁ। ସେପଟେ ସେବାୟତ କହିଛନ୍ତି ଯିଏ ବୟକଟ କରିବାର ଷଡ଼ଯନ୍ତ୍ର କରିଛନ୍ତି ,ସିଏ ନିଜେ ବୟକଟ ହୋଇଯିବେ। ହୋଟେଲିଅର କହିଲେ ଷଡ଼ଯନ୍ତ୍ରର ପ୍ରଭାବ ପଡ଼ିବ ।ବେଙ୍ଗଲୀ ପର୍ଯ୍ୟଟକ ସବୁବେଳେ ପୁରୀ ଆସୁଥିଲେ ଆସିବେ।
ଜଗନ୍ନାଥଙ୍କ ମୂଳପୀଠ ପୁରୀ ବିରୋଧରେ ବଡ ଷଡ଼ଯନ୍ତ୍ର! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବେଙ୍ଗଲୀ ବୟକଟ ପୁରୀ। ବଙ୍ଗ ବାହିନୀ ନାମରେ ପୋଷ୍ଟର କରି ଏହି ଟ୍ରେଣ୍ଡ କରାଯାଉଛି। ଯାହାକୁ ତୀବ୍ର କରୁଛନ୍ତି ସୋସିଆଲ ମିଡ଼ିଆ ୟୁଜର। ଓଡ଼ିଆ -ବେଙ୍ଗଲୀ କରି ରାଜନୀତି କରାଯାଉଥିବା ବେଳେ ଓଡ଼ିଆ ବି ଏହାର କଡା ଜବାବ ଦେଉଛନ୍ତି। କିଛି ଓଡ଼ିଆ ଓଡ଼ିଆ ୟୁଜର କହିଛନ୍ତି ପୁରୀକୁ ଯେଉଁମାନେ ଭକ୍ତି ଭାବରେ ଆସୁନଥିଲେ ଟୁରିଜିମ୍ ଭାବି ଆସୁଥିଲେ ବୋଧେ ବେଙ୍ଗଲୀ।ସେଇଭଳି କେତେକ ପୋଷ୍ଟ ରେ କେବଳ ପୁରୀ ,ଓଡ଼ିଶା ନୁହେଁ ,ଓଡ଼ିଶାର ହସ୍ପିଟାଲକୁ ବୟକଟ କରନ୍ତୁ ବୋଲି ଓଡ଼ିଆଙ୍କ ତରଫରୁ ପୋଷ୍ଟ ର କଡା ଜବାବ ଦିଆଯାଇଛି। ତେବେ ବେଙ୍ଗଲୀ ପର୍ଯ୍ୟଟକ ପୁରୀ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଯିଏ ବୟକଟ କରିଛନ୍ତି ସେମାନେ ବୟକଟ ହୋଇଯିବେ କହିଛନ୍ତି ବରିଷ୍ଠ ସେବାୟତ। ପୂର୍ବରୁ ଥରେ ଦୁଇଥର ଏହିଭଳି ପ୍ରଚାର ହୋଇଥିଲା ମାତ୍ର ସେତେବେଳେ ସର୍ବାଧିକ ବେଙ୍ଗଲି ପୁରୀ ଆସିଥିଲେ ବୋଲି କହିଛନ୍ତି ବରିଷ୍ଠ ସେବାୟତ।
ସେପଟେ ବେଙ୍ଗଲୀ ଭକ୍ତ ବି ଏହି ପୋଷ୍ଟରକୁ ଏହାକୁ ନାପସନ୍ଦ କରୁଛନ୍ତି। ପୁରୀ ବୟକଟ ଅସମ୍ଭବ ବୋଲି କହିଛନ୍ତି ବେଙ୍ଗଲୀ ଭକ୍ତ। ପୁରୀର ମହୋଦଧି ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିଲୁ ଆସିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବେଙ୍ଗଲୀ ଭକ୍ତ। ହୋଟେଲିଆର ବି ରଖିଛନ୍ତି ସମାନ ମତ। ଦୀଘା କେବେ ଧାମ ହୋଇପାରିବନାହିଁ। ପୁରୀ ସହ ବେଙ୍ଗଲୀ ମାନଙ୍କର ସମ୍ପର୍କ ବି କଟିବ ନାହିଁ ବୋଲି ମତ ରଖିଛନ୍ତି ହୋଟେଲିଆର୍। ଏହି ଟ୍ରେଣ୍ଡ ପ୍ରଭାବହୀନ ବୋଲି କହିବା ସହ ଏହା କୁ କୌଣସି ବଙ୍ଗୀୟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ହୋଟେଲିଆର। ଧାମ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବେଙ୍ଗଲୀ ବୟକଟ ପୁରୀ ପୋଷ୍ଟର ଟ୍ରେଣ୍ଡ୍ ଧିରେଧୀରେ ଫସର ଫାଟିବାକୁ ଯାଉଛି।